• Home
  • SPORTS
  • ନିଦହାସ ଟି-ଟ୍ୱେଂଟି ତ୍ରିରାଷ୍ଟ୍ରୀୟ ସିରିଜ : ବାଂଲାଦେଶକୁ ୬ ଓ୍ଵିକେଟରେ ହରାଇଲା ଭାରତ
SPORTS

ନିଦହାସ ଟି-ଟ୍ୱେଂଟି ତ୍ରିରାଷ୍ଟ୍ରୀୟ ସିରିଜ : ବାଂଲାଦେଶକୁ ୬ ଓ୍ଵିକେଟରେ ହରାଇଲା ଭାରତ

ଟି-ଟ୍ୱେଂଟିରେ ଭାରତର ଧମାକାଦାର ବିଜୟ

ନିଦହାସ୍ ଟ୍ରଫି ଟି-ଟ୍ୱେଂଟି କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ପ୍ରଥମ ବିଜୟ ହାସଲ କରିଛି। ଗତକାଲି ୨ୟ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶକୁ ସହଜରେ ୬ ୱିକେଟରେ ଭାରତ ପରାସ୍ତ କରିଛି। ଭାରତୀୟ ବୋଲର ନିୟମିତ ୱିକେଟ ନେବା ଯୋଗୁଁ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୮ ୱିକେଟ ହରାଇ ୧୩୯ ରନ୍‌ କରିଥିଲା। ଲିଟନ୍‌ ଦାସ ଓ ସାବିର ରେହ୍‌ମାନ୍‌ ଉପଯୋଗୀ ଇନିଂସ ଖେଳିଥିଲେ ହେଁ ଅନ୍ୟମାନେ ବିଫଳ ହୋଇଥିଲେ। ପରେ ଶିଖର ଧାୱନ୍‌ଙ୍କ ଅର୍ଦ୍ଧଶତକ ବଳରେ ୧୮.୪ ଓଭରରେ ୪ ୱିକେଟ ହରାଇ ଭାରତ ଜିତିଥିଲା। ଶନିବାର ବାଂଲାଦେଶ-ଶ୍ରୀଲଙ୍କା ମୁକାବିଲା ହେବାର ଥିବା ବେଳେ ସୋମବାର ଶ୍ରୀଲଙ୍କା ବିପକ୍ଷରେ ଭାରତ ପରବର୍ତ୍ତୀ ମ୍ୟାଚ୍‌ ଖେଳିବ।

ଗତକାଲିର ଏହି ମହତ୍ୱପୂର୍ଣ୍ଣ ବିଜୟରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାଓ୍ଵନ ( ୫୫ ରନ୍, ୪୩ ବଲ, ୫ ଚୌକା, ୨ ଛକା) ପ୍ରମୁଖ ଭୂମିକା ତୁଲାଇଥିଲେ । ତେବେ ବାଂଲାଦେଶ ବ୍ୟାଟିଂରୁ ମେରୁଦଣ୍ଡ ମୁସଫିକର ରହିମ (୧୮) ଓ ଅଧିନାୟକ ମହମ୍ମଦୁଲ୍ଲା (୧)ଙ୍କ ଓ୍ଵିକେଟ୍ ଅକ୍ତିଆର କରିଥିବା ବିଜୟ ଶଙ୍କର ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।ଅଧିନାୟକ ବିରାଟ କୋହଲିଙ୍କ ସହ ୬ ଜଣ ବରିଷ୍ଠଙ୍କୁ ବିଶ୍ରାମ ଦେଇ ନବାଗତଙ୍କୁ ନେଇ ଶ୍ରୀଲଙ୍କା ଯାଇଥିବା ଭାରତୀୟ କ୍ରିକେଟ୍ ଦଳ ଗତକାଲି ପ୍ରଥମେ ବାଂଲାଦେଶକୁ ମାତ୍ର ୧୩୯ ରନ୍ରେ ଅଟକାଇ ଦେଇଥିଲା । ତା ପରେ ଧାଓ୍ଵନଙ୍କ ଦ୍ରୁତ ଅର୍ଧଶତକ ସହ ସୁରେଶ ରାଇନାଙ୍କ ୨୮ ଏବଂ ମନୀଷ ପାଣ୍ଡେଙ୍କ ଅପରାଜିତ ୨୭ ରନ୍ ବଳରେ ୧୮.୪ ଓଭରରେ ୪ ଓ୍ଵିକେଟ୍ ହରାଇ ୧୪୦ ରନ୍ କରିନେବା ସହ ସହଜ ବିଜୟ ହାସଲ କରିଥିଲା।

ନିଦହାସ ଟି-ଟ୍ୱେଂଟି ତ୍ରିରାଷ୍ଟ୍ରୀୟ ସିରିଜ : ବାଂଲାଦେଶକୁ ୬ ଓ୍ଵିକେଟରେ ହରାଇଲା ଭାରତ india

ପଢନ୍ତୁ;

ମଶାମାନଙ୍କ ଦାଉରୁ ରକ୍ଷା ପାଇବାକୁ ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ!

Related posts

କୋହଲିଙ୍କ ଭବିଷ୍ୟତକୁ ନେଇ ଜ୍ୟୋତିଷଜ୍ଞ ନରେନ୍ଦ୍ର ବୁନ୍ଦେ କଣ କହିଲେ ଜାଣନ୍ତୁ ?

Krishna Kumar Manoj

୫୧ ରନ୍‌ରେ ଆସାମକୁ ହରାଇଛି ଓଡ଼ିଶା

Krishna Kumar Manoj

ଆଜିଠୁ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରିଡା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More