SPORTS

ବାଂଲାଦେଶ ୭ ୱିକେଟରେ ହାରିଲା:ଜାଡେଜା,ରୋହିତ ଜିତାଇଲେ

india

ଏସିଆ କପ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଟିମ୍‌ ଇଣ୍ଡିଆର ବିଜୟ ଧାରା ଅବ୍ୟାହତ ରହିଛି। ଲିଗ୍‌ ପର୍ଯ୍ୟାୟରେ ହଂକଂ ଓ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ୍‌କୁ ମାତ ଦେଇଥିବା ଟିମ୍‌ ଇଣ୍ଡିଆ ଶୁକ୍ରବାର ସୁପର୍‌ ଫୋର୍‌ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ଧୂଳି ଚଟାଇଛି।

ଏହା ପୂର୍ବରୁ ଭାରତ ଗ୍ରୁପ୍‌ ପର୍ଯ୍ୟାୟରେ ହଂକଂ ଓ ପାକିସ୍ତାନକୁ ହରାଇଥିଲା। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ୪୯.୧ ଓଭରରେ ୧୭୩ ରନ କରି ଅଲଆଉଟ ହୋଇଥିଲା। ଜବାବରେ ଭାରତ ୩୬.୨ ଓଭରରେ ୩ ଉଇକେଟ ହରାଇ ୧୭୪ ରନ କରି ବିଜୟ ହାସଲ କରିଛି। ୧୦୪ଟି ବଲର ସମ୍ମୁଖୀନ ହୋଇ ୫ ଚୌକା ଓ ୩ ଛକା ସହ ରୋହିତ ୮୩ ରନ କରି ଅପରାଜିତ ରହିବା ସହ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଓପନର ଶିଖର ଧାଓ୍ବନ ୪୦, ଅମ୍ବାତି ରାୟୁଡୁ ୧୩ ଓ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀ ୩୩ ରନ କରି ଆଉଟ ହୋଇଥିଲେ। ଦୀନେଶ କାର୍ତ୍ତିକ ୧ ରନ କରି ଅପରାଜିତ ରହିଥିଲେ।

india

ବାଂଲାଦେଶ ତରଫରୁ ମାଶ୍ରାଫି ମୋର୍ତ୍ତାଜା, ସାକିବ ଅଲ ହାସନ ଓ ରୁବେଲ ହୋସେନ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ। ୨୯ ରନ ବ୍ୟୟ କରି ମୂଲ୍ୟବାନ ୪ ଉଇକେଟ ନେଇଥିବା ଜାଡେଜାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚନା କରାଯାଇଛି।

ଉଲ୍ଲେଖଯୋଗ୍ୟ,ଆସନ୍ତା ୨୩ ତାରିଖରେ ଭାରତ ପୁଣିଥରେ ପାକିସ୍ତାନ ସହ ସୁପର୍‌ ଫୋର୍‌ରେ ମୁହାଁମୁହିଁ ହେବ।

ପଢନ୍ତୁ; ଆଜି ଓଡ଼ିଶା, ଛତିଶଗଡ଼ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

Related posts

ହକି ବିଶ୍ଵକପ୍: ଆଜି ସେମି ଫାଇନାଲ

ENO Beuro

ମହିଳା ଟି-୨୦ ବିଶ୍ଵକପ୍ : ସେମିରେ ଭାରତ

ENO Beuro

ପରଲୋକରେ ସଚିନଙ୍କ ଗୁରୁ ରମାକାନ୍ତ ଆଚରେକର୍‌

ENO Beuro

Leave a Comment