SPORTS

ଇତିହାସ ରଚିଛି ବିରାଟ ବାହିନୀ ! ୨୫ ବର୍ଷରେ ପ୍ରଥମ ଥର ଡର୍ବାନରେ ମ୍ୟାଚ ଜିତିଲା ଭାରତ

ବିରାଟଙ୍କ ଶତକରେ ଭାରତ ବିଜୟୀ

୨୫ ବର୍ଷରେ ପ୍ରଥମ ଥର ପାଇଁ ଡର୍ବାନର କିଙ୍ଗସମେଡ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ବିଜୟ ହାସଲ କରିଛି ଟିମ ଇଣ୍ଡିଆ ।

ଏହା ସହ ଆଇସିସି ଦିନିକିଆ ତାଲିକାରେ ନମ୍ବର ୱାନ ହୋଇଛି ଭାରତ । ଡର୍ବାନରେ ଦମଦାର ଖେଳ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାର ସମର୍ଥକଙ୍କୁ ଚକିତ କରିଛି ଟିମ ଇଣ୍ଡିଆ ।

ଏଥି ସହିତ ୬ଟି ଦିନିକିଆ ଶୃଙ୍ଖଳାରେ ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଭାରତ ୧-୦ରେ ଅଗ୍ରଣୀ ଲାଭ କରିଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତକୁ ୨୭୦ ରନ ଲକ୍ଷ୍ୟ ମିଳିଥିଲା । ଭାରତ ବିଜୟ ଲକ୍ଷ୍ୟକୁ ୪୫.୩ ଓଭରରେ ପୂରା କରିଥିଲା।

ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜ କ୍ୟାରିୟରର ୩୩ତମ ଶତକ(୧୧୨) ଓ ଆଜିଙ୍କ୍ୟ ରାହାଣେ(୭୯)ଙ୍କ ଦମଦାର ଭାଗିଦାରୀ ବଳରେ ଦକ୍ଷିଣ ଆଫ୍ରିକାର ବୋଲରମାନେ ନିରାଶ୍ରୟ ହୋଇ ଯାଇଥିଲେ । ମହେନ୍ଦ୍ର ସିଂହ ଧୋନି ଏକ ବିଶାଳ ଚୌକା ମାରି ମ୍ୟାଚ ଶେଷ କରିଥିଲେ । ବିରାଟ କୋହଲିଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଥିଲା । ଭାରତ ମୂଳରୁ ହିଁ ଭଲ ପ୍ରଦର୍ଶନ କରିଥିଲା । ଦଳୀୟ ସ୍କୋର ୩୩ ରନରେ ଓପନର ରୋହିତ ଶର୍ମା(୨୦) ଓ ୬୭ରନରେ ଶିଖର ଧାୱନ (୩୫) ୨ୟ ୱିକେଟରେ ପାଭଲିଅନ ଫେରିଥିଲେ । ରୋହିତଙ୍କ ପରେ କୋହଲି ପଡ଼ିଆକୁ ପ୍ରବେଶ କରିଥିବା ବେଳେ ଧାୱନଙ୍କ ପରେ ଆସିଥିଲେ ରାହାଣେ । ଉଭୟ ଖେଳାଳି ଧୈର୍ଯ୍ୟର ସହିତ ଖେଳି ଥିଲେ । ଭାରତର ୩ୟ ୱିକେଟ ୨୫୬ ରନରେ ରାହାଣେ ପଡ଼ିଥିଲେ । ସେହିପରି ୨୬୨ ରନରେ ୪ର୍ଥ ୱିକେଟର ଶିକାର ହୋଇଥିଲେ କୋହଲି ।

ପୂର୍ବରୁ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୮ଓ୍ଵିକେଟ ହରାଇ ୨୬୯ ରନ ସଂଗ୍ରହ କରିଥିଲା। ଧୁରନ୍ଧର ବ୍ୟାଟ୍ସମ୍ୟାନ ଫାଫ ଡୁପ୍ଲେସିସ ୧୨୦ ରନ ସଂଗ୍ରହ କରି ଭୁବନେଶ୍ୱର କୁମାରଙ୍କ ବଲ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାଚ ଦେଇଥିଲେ। ସପ୍ତମ ଓ୍ଵିକେଟରେ ଦକ୍ଷିଣ ଆଫ୍ରିକା ଡୁପ୍ଲେସିସଙ୍କ ଯୋଗଦାନ ଯୋଗୁଁ ଭଲ ସ୍କୋରରେ ପହଞ୍ଚି ଥିଲା। ୮ମ ଓ୍ଵିକେଟରେ ଦକ୍ଷିଣ ଆଫ୍ରିକା କାଗିସୋ ରାବଡାଙ୍କୁ ହରାଇ ଥିଲଶ। ରାବଡ଼ା ମାତ୍ର ଗୋଟିଏ ରନ ସଂଗ୍ରହ କରି ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ୱାରା ରନ୍‌ ଆଉଟ୍‌ ହୋଇ ପାଭଲିଅନ ଫେରିଥିଲେ। ସେହିପରି ୬ଷ୍ଠ ଓ୍ଵିକେଟରେ ଘରୋଇ ଦଳ ୨୦୮ ରନରେ କ୍ରିସ ମୋରିସ(୩୭) ହରାଇ ଥିଲା। କୁଳଦୀପ ଯାଦବଙ୍କ ଦ୍ୱାରା ବୋଲ୍ଡ ମୋରିସ ପାଭଲିଅନ ଫେରିଥିଲେ।

ଜବାବରେ ଭାରତ ୪୫.୩ ଓଭରରେ ୪ ଉଇକେଟ ହରାଇ ୨୭୦ ରନ ସଂଗ୍ରହ କରି ନେଇଥିଲା।  ଡର୍ବାନ ଦିନିକିଆରେ ନିଜ କ୍ୟାରିଅରର ୩୩ତମ ଶତକ ହାସଲ କରିଛନ୍ତି କୋହଲି । ମୋଟ ୧୧୯ ବଲ୍ ଖେଳି  ୧୦ ଚୌକା ସହାୟତାରେ ସେ ୧୧୨ ରନ କରି ଟିମ ଇଣ୍ଡିଆକୁ ବିଜୟର ଦ୍ୱାରଦେଶରେ ପହଂଚାଇଥିଲେ ।

ପଢନ୍ତୁ ;

ଜାତୀୟ ମହିଳା ଫୁଟବଲ୍‌ ପ୍ରତିଯୋଗିତାରେ ଓଡ଼ିଶାର ବିଜୟ ଅଭିଯାନ

Related posts

ଆଜିଠୁ ହକି ମହିଳା ବିଶ୍ଵକପ୍: ଇଂଲଣ୍ଡ-ଭାରତ ଉଦ୍‌ଘାଟନୀ ମୁକାବିଲା

ENO Beuro

ଆଇପିଏଲର ଆଜି ପ୍ରଥମ କ୍ଵାଲିଫାୟର : ଚେନ୍ନାଇ ସୁପରକିଙ୍ଗସ୍ ବନାମ ସନରାଇଜର୍ସ ହାଇଦ୍ରାବାଦ

ENO Beuro

ଡିସେମ୍ବର ୧୬ରେ ସାଇନା-କଶ୍ୟପ ବାହାଘର

ENO Beuro

2 comments

Leave a Comment