SPORTS

ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ: ସିରିଜ ଜିତିଲା ଭାରତ

india

ଶ୍ରୀଲଙ୍କା ୧୧୪ ରନରେ ହାରିଲା

ଓଡିଶାରେ ଇତିହାସ ରଚିଛି ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳ । ୩ ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ଦ୍ବିପାକ୍ଷିକ ଦୃଷ୍ଟିହୀନ କ୍ରିକେଟ ସିରିଜର ଦ୍ବିତୀୟ ମ୍ୟାଚକୁ ଭାରତ ଗୁରୁବାର ୧୧୪ ରନରେ ଜିତି ନେଇଛି । ଆଜିର ଏହି ବିଜୟ ଫଳରେ ଭାରତ ସିରିଜରେ ୨-୦ ରେ ଅଗ୍ରଣୀ ଲାଭ କରିଛି । ସ୍ଥାନୀୟ ବାରବାଟୀ ଅନ୍ତର୍ଜାତୀୟ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଆଜିର ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୬୪ ରନର ପାହଡ ଠିଆ କରିଥିଲା । ପରେ ପଶ୍ଚାତଧାବନ କରି ଭ୍ରମଣକାରୀ ଦଳ ଶ୍ରୀଲଙ୍କା ୮ ଓ୍ବିକେଟ ବିନିମୟରେ ୩୫୧ ରନ ସଂଗ୍ରହ କରିଥିଲା ।

india

ବିଜୟୀ ଦଳର ଅଧିନାୟକ ଅଜୟ ରେଡ୍ଡୀଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସକାଳେ ବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥଲେ। ପୁରସ୍କାର ବିତରଣ ଉତ୍ସବରେ କଟକ ସଦର ବିଧାୟକ ପ୍ରଭାତ ର˚ଜନ ବିଶ୍ବାଳ ଯୋଗଦେଇ ଅଧିନାୟକ ଅଜୟ ରେଡିଙ୍କୁ ପୁରସ୍କୃତ କରିଥିଲେ।

ଅନ୍ୟମାନଙ୍କ ମଧୢରେ ଉତ୍ସବରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କମିସନର ଡକ୍ଟର ମିନତୀ ବେହେରା, ଅତିରିକ୍ତ ଜିଲ୍ଲାପାଳ ବିଜୟ ଖଣ୍ତାୟତରାୟ, କର୍ପୋରେଟର ଦୟାନିଧି ନାୟକ, ନିମପୁର କ୍ରିକେଟ୍‌ କ୍ଲବ୍‌ ସଭାପତି ବିଭୂତି ଶତପଥୀ ଉପସ୍ଥିତ ଥିଲେ।

ପଢନ୍ତୁ; ଆଶା ସହାୟିକାଙ୍କ ତଦାରଖ ଗସ୍ତ ଖର୍ଚ୍ଚ ବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ

Related posts

ଜାତୀୟ ପ୍ରତିଯୋଗିତା “ହୋସଲା-୨୦୧୭” ର ବିଜୟୀ ମାନଙ୍କୁ ସମର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ENO Beuro

ଆଇପିଏଲର ଆଜି ପ୍ରଥମ କ୍ଵାଲିଫାୟର : ଚେନ୍ନାଇ ସୁପରକିଙ୍ଗସ୍ ବନାମ ସନରାଇଜର୍ସ ହାଇଦ୍ରାବାଦ

ENO Beuro

୫୧ ରନ୍‌ରେ ଆସାମକୁ ହରାଇଛି ଓଡ଼ିଶା

ENO Beuro

Leave a Comment