SPORTS

ପ୍ରଥମ ଦିନିକିଆ: ଭାରତ ୮ ୱିକେଟରେ ବିଜୟୀ

rohit

ରୋହିତ ,କୋହଲିଙ୍କ ଶତକ

ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ବିସ୍ପୋରକ ଶତକ ବଳରେ ଭାରତ ଏକତରଫା ବିଜୟୀ ସହ ଦିନିକିଆ ସିରିଜ ଅଭିଯାନ ଆରମ୍ଭ କରିଛି । ଉଭୟେ ଶତକ ମାରିବାରୁ ରବିବାର ପ୍ରଥମ ଦିନିକିଆ ମ୍ୟାଚ୍‍ରେ ୱେଷ୍ଟଇଣ୍ଡିଜ୍‍କୁ ସହଜରେ ଭାରତ ପରାସ୍ତ କରିଛି। ୱେଷ୍ଟଇଣ୍ଡିଜ୍‍ର ସିମ୍ରନ୍‍ ହେତ୍‍ମାୟର ଶତକ ମାରିବାରୁ ୱେଷ୍ଟଇଣ୍ଡିଜ୍‍ ୩୨୨ ରନ୍‍ କରିଥିଲେ ହେଁ ଅଧିନାୟକ ବିରାଟ କୋହଲି ଓ ଉପଅଧିନାୟକ ରୋହିତ ଶର୍ମାଙ୍କ ଆକ୍ରମଣାତ୍ମକ ଶତକ ଯୋଗୁଁ ଭାରତ ସହଜରେ ୮ ୱିକେଟରେ ବିଜୟୀ ହୋଇଛି।

rohit

ମ୍ୟାନ ଅଫ୍ ଦି ମ୍ୟାଚ୍ କୋହଲି ମାତ୍ର ୧୦୭ ବଲରେ ୧୪୦ ରନ୍ (୨୧ ଚୌକା, ୨ ଛକା) କରିଥିଲେ । ରୋହିତ ଶର୍ମା ୧୧୭ ବଲ୍ ଖେଳି ୧୫ ଚୌକା ଓ ୮ ଛକା ସହ ଅପରାଜିତ ୧୫୨ ରନ୍ କରିଛନ୍ତି । ଘରୋଇ ଦଳ ୪୨.୧ ଓଭରରେ ମାତ୍ର ୨ଟି ୱିକେଟ୍ ହରାଇ ୨୨୩ ରନ୍ ଲକ୍ଷ୍ୟକୁ ଅତି ସହଜରେ ହାସଲ କରି ନେଇଥିଲା ।

ରୋହିତ ୧୫୨ ରନ୍‌ ସହିତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଚତୁର୍ଥ ସ୍ଥାନରେ ଆସିଥିବା ବ୍ୟାଟ୍‌ସମ୍ୟାନ୍‌ ଅମ୍ବାତି ରାୟଡ଼ୁ ବିଜୟ ବେଳକୁ ୨୨ ରନ୍‌ କରି ଅପରାଜିତ ଥିଲେ। ଏହି ସିରିଜ୍‌ ପୂର୍ବରୁ କୋହଲି କହିଥିଲେ ଏହି ସିରିଜ୍‌ ୨୦୧୯ ବିଶ୍ୱକପ୍‌ ପୂର୍ବରୁ ପ୍ରସ୍ତୁତି ପାଇଁ ସହାୟକ ହେବ। ୩୨୩ ରନ୍‌ର ଟାର୍ଗେଟ୍‌ ହାସଲ ପାଇଁ ପ୍ରଥମ ଭାଗ ବ୍ୟାଟ୍‌ସମ୍ୟାନ୍‌ଙ୍କ ଏପରି ଆକ୍ରମଣାତ୍ମକ ଇନିଂସ୍‌ରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିଲା।

କୋହଲି ପ୍ରଥମେ ଟସ୍‌ ଜିତି ୱେଷ୍ଟଇଣ୍ଡିଜ୍‌କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଇଣ୍ଡିଜ୍‌ ଇନିଂସ୍‌ ଆରମ୍ଭରେ ଚନ୍ଦର୍‌ପଲ୍‌ ହେମ୍‌ରାଜ୍‌ ୯ ରନ୍‌ କରି ବିଦାୟ ନେଇଥିଲେ। ଏହାପରେ ସିମ୍‌ରନ୍‌ ହେଟ୍‌ମେୟର୍‌ ଏବଂ କିଏରନ୍‌ ପାୱେଲ୍‌ ଇନିଂସ୍‌ ସମ୍ଭାଳିଥିଲେ । ସିମ୍‌ରନ୍‌ ହେଟ୍‌ମେୟର୍‌ ୭୮ ବଲ୍‌ରୁ ୧୦୬ ରନ୍‌ ହାସଲ କରିଥିଲାବେଳେ କିରନ୍‌ ପାୱେଲ୍‌ ୩୯ ବଲ୍‌ରୁ ୫୧ ରନ୍‌ କରିପାରିଥିଲେ।

ପଢନ୍ତୁ;ପୁଣି ମଣିଷ ମାରିଲା ‘ସୁନ୍ଦରୀ’

Related posts

ଭୁବନେଶ୍ୱର କୁମାର ବାନ୍ଧବୀ ନୁପୂର ନଗରଙ୍କ ସହିତ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ

ENO Beuro

ପ୍ରଥମ ଟି-୨୦: ଭାରତ ୫ ୱିକେଟରେ ବିଜୟୀ

ENO Beuro

ଆଜିଠୁ ହକି ମହିଳା ବିଶ୍ଵକପ୍: ଇଂଲଣ୍ଡ-ଭାରତ ଉଦ୍‌ଘାଟନୀ ମୁକାବିଲା

ENO Beuro

Leave a Comment