SPORTS

ଦ୍ୱିତୀୟ ଦିନିକିଆରେ ଭାରତର ବିଜୟ ! ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ହରାଇଲା ଭାରତ

ଦ୍ୱିତୀୟ ଦିନିକିଆରେ ଭାରତର ଦମଦାର ବିଜୟ

ରିଷ୍ଟ ସ୍ପିନରଙ୍କ ଉଚ୍ଚକୋଟୀର ପ୍ରଦର୍ଶନ, ଓପନର ଶିଖର ଧାଓ୍ବନ ଓ ଅଧିନାୟକ ବିରାଟ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଦିନିକିଆ ମ୍ୟାଚରେ ୧୭୭ଟି ବଲ ବାକି ରଖି ଘରୋଇ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ଫଳରେ ୬ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଛି।ରିଷ୍ଟ ସ୍ପିନରଙ୍କ ଉଚ୍ଚକୋଟୀର ପ୍ରଦର୍ଶନ, ଓପନର ଶିଖର ଧାଓ୍ବନ ଓ ଅଧିନାୟକ ବିରାଟ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଭାରତ ଦ୍ୱିତୀୟ ଦିନିକିଆ ମ୍ୟାଚରେ ୧୭୭ଟି ବଲ ବାକି ରଖି ଘରୋଇ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ଫଳରେ ୬ ମ୍ୟାଚ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଛି।

ଭାରତୀୟ ଖେଳାଳିମାନେ ଗତକାଲି ସେଞ୍ଚୁରିଅନର ସୁପର ସ୍ପୋର୍ଟସ ପାର୍କ ଷ୍ଟାଡ଼ିୟମରେ ସ୍ମରଣୀୟ ପ୍ରଦର୍ଶନ କରିଛନ୍ତି। ଟସ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇ ଭାରତ ଦମଦାର ବୋଲିଂ କରିଥିବା ବେଳେ ଦଳର ବ୍ୟାଟସମ୍ୟାନମାନେ ମଧ୍ୟ ବଳ କଷି ସଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବଡ଼ାଙ୍କ ବଲ ମର୍ଣ୍ଣ ମର୍କେଲଙ୍କୁ କ୍ୟାଚ ଦେଇ ରୋହିତ ଶର୍ମା ୧୫ରନ କରି ପାଭଲିଅନ ଫେରିଥିଲେ। ସେତେବେଳକୁ ଭାରତର ସ୍କୋର ୨୬ ରନ ଥିଲା।

ରୋହିତଙ୍କ ପରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ପଡ଼ିଆକୁ ଆସିଥିଲେ। ଅନ୍ୟତମ ଓପନର ଶିଖର ଧାଓ୍ଵନଦିନିକିଆ କ୍ୟାରିୟରର ୨୪ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ୧୧୯ ରନ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସରେ ୨୦.୩ ଓଭର ଖେଳି ୯ଟି ଓ୍ଵିକେଟରେ ଭାରତ ୧୧୯ ରନ୍ ସଂଗ୍ରହ କରିଛି। ୨ୟ ଦିନିକିଆରେ ଭାରତ ଶୃଙ୍ଖଳାର ୨-୦ରେ ଆଗରେ ରହିଛି। ପୂର୍ବରୁ ଭାରତ ଡରବାନ ଦିନିକିଆରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଜୟୀ ହୋଇଥିଲା।

ଟସ୍ ଜିଣି ଭାରତୀୟ ଅଧିନାୟକ ବିରାଟ କୋହଲି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ମାତ୍ର ୧୨ ରନ୍ ଭିତରେ ଆଫ୍ରିକା ୩ଟି ମୂଲ୍ୟବାନ ଓ୍ଵିକେଟ ହରାଇବା ପରେ ଦଳର ସ୍କୋର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରି ନଥିଲା। ୪ର୍ଥ ଓ୍ଵିକେଟରେ କୁଳଦୀପଙ୍କ ଦ୍ୱାରା ଡାଭିଡ଼ ମିଲର(୦) ଆଉଟ ହୋଇ ପାଭଲିଅନ ଫେରିଥିଲେ। ସେ ଆଜିଙ୍କ୍ୟ ରାହାଣେଙ୍କୁ କ୍ୟାଚ ଦେଇଥିଲେ।

ପଢନ୍ତୁ ;

କେନ୍ଦ୍ର ସରକାରଙ୍କ ପଶୁ ସଞ୍ଜିବନୀ ଯୋଜନା! ୪ କୋଟି ଗାଈଙ୍କ ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା

Related posts

ସାନିଆ ଓ ସୋଏବଙ୍କ ପୁଅକୁ ମିଳିବନି ପାକିସ୍ତାନ ନାଗରିକତ୍ୱ

ENO Beuro

ପରଲୋକରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଅଜିତ ୱାଡେକର

ENO Beuro

ସୁପରକିଙ୍ଗସର ବିଶାଳ ବିଜୟ : ସନ୍‍ରାଇଜର୍ସକୁ ହରାଇ ପ୍ଲେଅଫ୍‍ରେ ଚେନ୍ନାଇ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More