SPORTS

ଟି-୨୦ ସିରିଜ ପୋଛିନେଲା ଭାରତ

India1 750x430 1

ଇଣ୍ଡିଜକୁ ୭ୱିକେଟରେ ହରାଇ ଭାରତର କ୍ଲିନ ସୁଇପ୍

 

ଆମେରିକା ଏବଂ କାରବୀୟ ଗସ୍ତରେ ଥିବା ବିରାଟ କୋହଲିଙ୍କ ଦଳ ମଙ୍ଗଳବାର ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି। ଫ୍ଲୋରିଡାରେ ଯୁଗଳ ବିଜୟ ସହ ୱେଷ୍ଟଇଣ୍ଡିଜ୍ ଆସିଥିବା ଭାରତୀୟ ଦଳ ମଙ୍ଗଳବାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦କୁ ବି ସହଜରେ ୭ ୱିକେଟ୍‌ରେ ଜିତି ନେଇଥିଲା। ଏହି ବିଜୟ ସହ ଭାରତ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ସିରିଜ୍‌କୁ କ୍ଲିନ ସୁଇପ୍  କରିଛି। ସିରିଜରେ ପ୍ରଥମ ୨ଟିଯାକ ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତି ଭାରତ ୨-୦ରେ ଆଗୁଆ ରହିଥିଲା। ଫଳରେ ପୂର୍ବରୁ ୩ ମ୍ୟାଚ୍‌ର ଟ୍ବେଣ୍ଟି-୨୦ ସିରିଜ୍‌କୁ ଭାରତ ହାତେଇ ନେଇଥିଲା।

ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୪୭ ରନ୍ ବିଜୟ ଲକ୍ଷ୍ୟ ରଖିଥିଲା। ଲୋକେଶ ରାହୁଲ ଏବଂ ଶିଖର ଧାୱନ ବିଫଳ ହୋଇଥିଲେ ମଧ୍ୟ ବିରାଟ କୋହଲି (୫୯, ୪୫ ବଲ, ୬ ଚୌକା) ଏବଂ ଋଷବ ପନ୍ତ୍‌ (୬୫ଞ୍ଚ, ୪୨ ବଲ୍, ୪ ଚୌକା, ୪ ଛକା) ଭାରତକୁ ବିଜୟୀ କରାଇଥିଲେ। ନରିନଙ୍କୁ କୋହଲି ଏବଂ କଟ୍ରେଲଙ୍କୁ ଋଷବ ଚୌକା ମାରି ସମାନ ଢ଼ଙ୍ଗରେ ଅର୍ଧଶତକ ପୂର୍ଣ୍ଣ କରିଥିଲେ। ଆକର୍ଷଣୀୟ ପାଳି ଖେଳି ପନ୍ତ୍‌ ନିଜ ଖେଳ ଜୀବନର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ସ୍କୋର୍ କରିଥିଲେ।

ପଢନ୍ତୁ: ଇରଫାନ ପଠାଣଙ୍କ ସହ ୧୦୦ କ୍ରିକେଟରଙ୍କୁ କାଶ୍ମୀରରୁ ବାହାରିଯିବାକୁ ନିର୍ଦ୍ଦେଶ

Related posts

ଶହୀଦ୍ ଏଏସଆଇ ଅବଦୁଲ୍ ରଶିଦ୍ ଙ୍କ ଝିଅ ଜୋହରାଙ୍କ ସମସ୍ତ ପଢା ଖର୍ଚ୍ଚ ବହନ କରିବେ ଭାରତୀୟ କ୍ରିକେଟର ଗୈାତମ ଗମ୍ଭୀର

ENO Beuro

ଏବେ କ୍ରିକେଟରେ ଦେଖିବାକୁ ମିଳିବ ‘ସ୍ମାର୍ଟବଲ୍’

Ratnamani Moharana

ଏସିଆ କପ: ଆଜି ବାଂଲାଦେଶକୁ ଭେଟିବ ଭାରତ

ENO Beuro

Leave a Comment