EnewsOdia.Com

ସିରିଜ୍‌ କ୍ଲିନ୍‌ ସ୍ୱିପ୍‌ କଲା ଟିମ୍‌ ଇଣ୍ଡିଆ

ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲାଣ୍ଡ ମାଟିରେ ଐତିହାସିକ ଶୃଙ୍ଖଳା ବିଜୟ ହାସଲ କରିଛି । ରବିବାରର ରୋମାଞ୍ଚଭରା, ନାଟକୀୟ ତଥା ଉତ୍କଣ୍ଠାପୂର୍ଣ୍ଣ ପଞ୍ଚମ ମୁକାବିଲାକୁ ୭ ରନ୍‌ରେ ଜିତି କ୍ରମାଗତ ପଞ୍ଚମ ବିଜୟ ସହ ନ୍ୟୁଜିଲାଣ୍ଡକୁ ୫-୦ରେ ମୂଳପୋଛ କରିଛି। ତା’ ସହ କୌଣସି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୫-୦ରେ ଜିତିବାରେ ପ୍ରଥମ ଦଳ ହୋଇଛି। ସେହିଭଳି ଅଷ୍ଟ୍ରେଲିଆ (୨୦୧୫/୧୬, ଅଷ୍ଟ୍ରେଲିଆ) ଓ ୱେଷ୍ଟଇଣ୍ଡିଜ୍ (୨୦୧୯, ଆମେରିକା/‌ୱେଷ୍ଟଇଣ୍ଡିଜ୍) ପରେ ବିଦେଶରେ କୌଣସି ଦଳକୁ ତୃତୀୟ ଥର ପାଇଁ ମୂଳପୋଛ କରିଛି।

ରବିବାରର ବିଜୟ ସହ ଭାରତ ମଧ୍ୟ ନ୍ୟୁଜିଲାଣ୍ଡଠାରୁ ବିଶ୍ବକପ୍ ସେମିଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଶୃଙ୍ଖଳାରେ ୪-୦ରେ ଆଗୁଆ ଥିବା ଭାରତ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ରୋହିତ ଶର୍ମାଙ୍କ ଅର୍ଧଶତକ ସାଙ୍ଗକୁ କେଏଲ୍ ରାହୁଲଙ୍କ ୪୫ ରନ୍ ବଳରେ ୩ ୱିକେଟ୍ ହରାଇ ୧୬୩ ରନ୍ କରିଥିଲା। ଏହା ପରେ ଘରୋଇ ନ୍ୟୁଜିଲାଣ୍ଡକୁ ୧୫୬/୯ରେ ଅଟକାଇ ଦେଇଥିଲା। ଭାରତର ଏହି ବିଜୟରେ ଯୁବ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା (୪-୧-୧୨-୩) ମୁଖ୍ୟ ନାୟକ ଥିଲେ। ବିଶ୍ବ କୀର୍ତ୍ତିମାନ ମେଡେନ୍ ସହ ସେ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ୫ ପାଳିରୁ ୨୨୪ କରିଥିବା କେଏଲ୍ ରାହୁଲ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ପଢନ୍ତୁ: ସୁପର ଓଭରରେ ନ୍ୟୁଜଲାଣ୍ଡକୁ ପୁଣି ଝଟ୍‌କା

ସମ୍ବନ୍ଧିତ ଖବର

ମାର୍ଚ୍ଚ ୩୧ ଯାଏଁ ସବୁ ବିବାହ ଉତ୍ସବ ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ କେରଳ ମୁଖ୍ୟମନ୍ତ୍ରୀ

Ratnamani Maharana

ଭଙ୍ଗା ମୋବାଇଲରେ କୋହଲିଙ୍କ ପ୍ରତିମୂର୍ତ୍ତି ତିଆରି କଲେ ପ୍ରଶଂସକ

Ratnamani Maharana

ଭାରତରେ କାୟା ବିସ୍ତାର କରୁଛି କରୋନା

Ratnamani Maharana

କାରୋନା ପାଇଁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ସ୍ଥଗିତ ହେଲା ଆଇପିଏଲ

Ratnamani Maharana

ଚିକେନ୍‌ ଠାରୁ ପଣସକଠାର ମୂଲ୍ୟ ଅଧିକ

Ratnamani Maharana

ନିର୍ଭୟା ଦୋଷୀ ପବନ କୁମାରର ରାଜକ୍ଷମା ଆବେଦନକୁ ଖାରଜ କ‌ଲେ ରାଷ୍ଟ୍ରପତି କୋବିନ୍ଦ

Ratnamani Maharana