EnewsOdia.Com

ଭାରତରେ ପ୍ରଥମ ଥର ପାଇଁ ରାତିରେ ଖେଳାଯିବ ଟେଷ୍ଟ ମ୍ୟାଚ !

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗତ ବୁଧବାର ଆନୁଷ୍ଠାନିକ ଭାବେ ବିଶ୍ୱର ସବୁଠାରୁ ଧନୀ ତଥା ଶକ୍ତିଶାଳୀ କ୍ରିକେଟ୍‌ ବୋର୍ଡ ‘ବିସିସିଆଇର’ ୩୯ତମ ସଭାପତି ପଦ ଗ୍ରହଣ କରିଛନ୍ତି।ତେବେ ଶୁଣିବାକୁ ମିଳୁଛି କି ବାଂଲାଦେଶ ବିରୋଧରେ ଆଗାମୀ ମାସରେ ହେବାକୁଥିବା  ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ସମୟରେ ଭାରତୀୟ ଟିମ୍‌ ପ୍ରଥମ ଥର ଉଭୟ ଦିନ ଓ ରାତିରେ ଟେଷ୍ଟ ଖେଳିବ। ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ଭାରତର ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଏ ନେଇ ଗୁରୁବାର ବୈଠକ ହୋଇଛି। ଏହି ବୈଠକରେ ଦିନ ଓ ରାତିରେ ଟେଷ୍ଟ ଖେଳାଯିବା ନେଇ ଚର୍ଚ୍ଚା ହୋଇଥିବା  କୁହାଯାଉଛି।

ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ନଭେମ୍ବର ୧୪ରେ ଇନ୍ଦୋରରେ ଖେଳାଯିବାକୁ ଥିବା ବେଳେ କୋଲକାତାରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ନଭେମ୍ବର ୨୨ରେ ହେବ। ପ୍ରକାଶିତ ରିପୋର୍ଟ ମୁତାବକ, ସିରିଜର ଗୋଟିଏ ମ୍ୟାଚ ଡେ-ନାଇଡ୍‌ ଉଭୟ ସମୟରେ ଖେଳାଯିବ ବୋଲି ୫୦ ପ୍ରତିଶତ ସମ୍ଭାବନା ରହିଛି।

ପଢନ୍ତୁ: ବିସିସିଆଇର ସଭାପତି ଭାବେ ଦାଇତ୍ଵ ନେଲେ ସୌରଭ ଗାଙ୍ଗୁଲି

ସମ୍ବନ୍ଧିତ ଖବର

୧୯ ବର୍ଷ ପରେ ଟପ୍‌ ୧୦୦ରୁ ବାଦ୍‌ ପଡ଼ିଲେ ଲିଆଣ୍ଡର ପେସ୍‌

Ratnamani Maharana

ଦୂତି ଚାନ୍ଦଙ୍କୁ ଭୋଗ୍ ସ୍ପୋଟର୍ସ ପର୍ସନ୍ ଅଫ୍ ଦି ଇୟର୍ ସମ୍ମାନ

Ratnamani Maharana

କ୍ୟାପ୍ଟେନ୍‌ ପଦରୁ ବହିଷ୍କାର ହେବା ସହିତ ଟିମ୍‌ରୁ ବି ବିଦା ହେଲେ ସର୍ଫରାଜ

Ratnamani Maharana

ବାରବାଟୀରେ ଆରମ୍ଭ ହେଲା ଫ୍ଲଡଲାଇଟ୍ ମରାମତି କାମ

Ratnamani Maharana

କେମିତି ଏତେ ଶାନ୍ତ ଓ ଧୀର ରୁହନ୍ତି ଧୋନି ଜାଣନ୍ତୁ କିପରି

Ratnamani Maharana

ଓଡ଼ିଆ କ୍ରିକେଟର୍ ରାଜେଶ ମହାନ୍ତି ଓ କ୍ରିଷ୍ଣା ପଲେଇ ଦୁଇ ବର୍ଷ ପାଇଁ ବାସନ୍ଦ

Ratnamani Maharana