News

ୟୁଏଇର ୭୦୦କୋଟି ଟଙ୍କାର ସହାୟତାକୁ ନମ୍ରତାର ସହ ପ୍ରତ୍ୟାଖାନ କଲେ ଭାରତ ସରକାର

କେରଳ ବନ୍ୟା ପରିସ୍ଥିତି ନିମନ୍ତେ ଭାରତ ବିଦେଶୀ ସରକାରମାନେ ଯାଚୁଥିବା ବଦାନ୍ୟ ସହାୟତା ଗ୍ରହଣ କରିବ ନାହିଁ। କେରଳରେ ରିଲିଫ୍‌, ପୁନଃଥଇଥାନ ଏବଂ ପୁର୍ନଗଠନ ନିମନ୍ତେ ୟୁଏଇ, କତାର୍‌ ଏବଂ ମାଳଦ୍ୱୀପ ପ୍ରଭୃତି ସାହାଯ୍ୟ ଦେବାକୁ ପ୍ରସ୍ତୁତ ହୋଇଛନ୍ତି।

ୟୁଏଇର ପ୍ରଧାନମନ୍ତ୍ରୀ ଶେଖ୍‌ ମହମ୍ମଦ ବିନ୍‌ ରଶିଦ ଅଲ୍‌ ମକ୍‌ତୌମ୍‌ ପ୍ରାୟ ୭୦୦ କୋଟି ଟଙ୍କା କେରଳ ପାଇଁ ଯାଚିଛନ୍ତି। କିନ୍ତୁ ଏହି ସହାୟତାକୁ ନମ୍ରତାର ସହ ପ୍ରତ୍ୟାଖାନ କଲେ ଭାରତ ସରକାର । ଦେଶର ନିଜସ୍ୱ ଅର୍ଥରେ ବନ୍ୟା ସ୍ଥିତିର ମୁକାବିଲା କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।

keral ଭାରତ ୟୁଏଇର ୭୦୦କୋଟି ଟଙ୍କାର ସହାୟତାକୁ ନମ୍ରତାର ସହ ପ୍ରତ୍ୟାଖାନ କଲେ ଭାରତ ସରକାର keral 1

ପ୍ରକାଶ ଯେ, କେରଳରେ ପ୍ରଳୟଙ୍କରୀ ବନ୍ୟା ପରେ ବିଭିନ୍ନ ରାଜ୍ୟ ସରକାରଙ୍କ ସମେତ ବିଦେଶୀ ରାଷ୍ଟ୍ର ସହଯୋଗ ପାଇଁ ଘୋଷଣା କରିଥିଲେ । ଏଥିରେ ସାଉଦି ଆରବର ୭୦୦ କୋଟି ଟଙ୍କା ଓ ମାଳଦ୍ୱୀପର ୩୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରହିଥିଲା । ତେବେ ଦୀର୍ଘ ୧୫ ବର୍ଷ ଧରି ଘରୋଇ ବିପତ୍ତିକୁ ସରକାର ନିଜସ୍ୱ ଅର୍ଥରେ ହିଁ ମୁକାବିଲା କରୁଛନ୍ତି । ଏହି ନୀତି ଆଧାରରେ ବିଦେଶୀ ସହାୟତା ଗ୍ରହଣ ନକରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜଣାଯାଇଛି ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୩ ମସିହାରେ ଉତ୍ତରାଖଣ୍ଡରେ ସୃଷ୍ଟ ବନ୍ୟାରେ ମଧ୍ୟ ତତକାଳୀନ ୟୁପିଏ ସରକାର ବିଦେଶୀ ସହାୟତାକୁ ପ୍ରତ୍ୟାଖାନ କରିଥିଲେ।

ପଢନ୍ତୁ; ଦିଲ୍ଲୀ ଦୂରଦର୍ଶନ ଭବନରେ ଅଗ୍ନିକାଣ୍ଡ

Related posts

ଦୋଷୀ ସାବ୍ୟସ୍ତ ସାଂସଦ ଏବଂ ବିଧାୟକଙ୍କ ବିଚାର ନିମିତ୍ତ ସ୍ୱତନ୍ତ୍ର କୋର୍ଟ – ସର୍ବୋଚ୍ଚ ନ୍ୟାୟାଳୟ

ENO Beuro

ଶ୍ରୀ ମଦନ ଲାଲ ଖୁରାନାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ENO Beuro

ଛତିଶଗଡ ଯୋଗୁଁ ମହାନଦୀରେ ବନ୍ୟା ଆଶଂକା ସୃଷ୍ଟି ହୋଇଛି:ଦେବି ମିଶ୍ର

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More