SPORTS

ନିଦାହାସ ଟ୍ରଫି: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ଭାରତ

ଭାରତ ଫାଇନାଲରେ

ବାଂଲାଦେଶକୁ ଗତକାଲି ୧୭ ରନ୍‌ରେ ପରାସ୍ତ କରି ତୃତୀୟ ବିଜୟ ସହ ଭାରତ ନିଦାହାସ୍‌ ଟ୍ରଫି ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାର ଫାଇନାଲରେ ପ୍ରବେଶ କରିଛି। ଭାରତ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ବାଂଲାଦେଶ ୧୫୯ ରନ୍‌ରେ ଅଟକି ଯାଇଥିଲା। ଅଧଡଜନେରୁ ଅଧିକ ମ୍ୟାଚ୍‌ରେ ବିଫଳ ହେବା ପରେ ଶେଷରେ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ରନ୍‌ ବାହାରିଲା। ୮୯ ରନ୍‌ (୬୦ ବଲ୍‌, ୫ ଚୌକା, ୫ ଛକା)ର ଧମାକାଦାର ପାଳି ଖେଳିି ସେ କେବଳ ସମାଲୋଚକଙ୍କ ମୁହଁ ବନ୍ଦ କଲେନି, ଭାରତକୁ ମଧ୍ୟ ଫାଇନାଲରେ ପହଞ୍ଚାଇ ଦେଲେ।

୧୭୭ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ବାଂଲାଦେଶର ଆରମ୍ଭ ଭଲ ନଥିଲା। ଦଳ ୧୨ ରନରେ ଲିଟନ ଦାସ(୭)ଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଏହା ପରେ ୩୫ ରନରେ ଦଳ ସୌମ୍ୟ ସରକାର(୧)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହି ଦୁଇ ବ୍ୟାଟସମ୍ୟାନ ଓ୍ଵାଂଶିନଟ ସୁନ୍ଦରଙ୍କ ଶୀକାର ହୋଇଥିଲେ।

ସୁରେଶ ରାଇନା ମଧ୍ୟ ବାଂଲାଦେଶୀ ବୋଲରଙ୍କୁ ସଫଳ ମୁକାବିଲା କରିଥିଲେ। ଦ୍ୱିତୀୟ ଉଇକେଟରେ ଶତକୀୟ ଭାଗୀଦାରି ଯୋଗୁ ଭାରତ ଏକ ସମ୍ମାନଜନକ ସ୍କୋର ଦିଗରେ ଅଗ୍ରସର ହୋଇଥିଲା। ୧୯ ଓଭର ଶେଷ ବେଳକୁ ଭାରତ ୧ ଉଇକେଟରେ ୧୭୨ ରନ ସଂଗ୍ରହ କରିଥିଲା। ମାତ୍ର ଶେଷ ଓଭରରେ ରୁବେଲ ହୋସେନଙ୍କ ଚମତ୍କାର ବୋଲିଂ ଯୋଗୁ ଦଳୀୟ ସ୍କୋର ୧୭୬/୩ରେ ସୀମିତ ହୋଇ ଯାଇଥିଲା। ଅନ୍ତିମ ଓଭରର ପ୍ରଥମ ବଲ୍‌ରେ ରାଇନା ବ୍ୟକ୍ତିଗତ ୪୭(୩୦ ବଲ, ୫ ଚୌକା, ୨ ଛକା) ରନ କରି ଆଉଟ ହୋଇଥିଲେ। ଶେଷ ବଲ୍‌ରେ ରୋହିତ ରନଆଉଟ ହୋଇଥିଲେ। ସେ ୬୧ଟି ବଲ୍‌ର ସମ୍ମୁଖୀନ ହୋଇ ୫ ଚୌକା ଓ ୫ ଛକା ସହାୟତାରେ ୮୯ ରନ ସ୍କୋର କରିଥିଲେ। ସଂକ୍ଷିପ୍ତ ସ୍କୋର ଭାରତ ୨୦ ଓଭରରେ ୧୭୬/୩ (ରୋହିତ-୮୯, ରାଇନା-୪୭, ଧାଓ୍ବନ-୩୫, ରୁବେଲ-୨/୨୭)। ବାଂଲାଦେଶ ୨୦ ଓଭରରେ ୧୫୯/୬(ରହିମ-୭୨, ତାମିମ-୨୭, ରହମନ-୨୭, ସୁନ୍ଦର-୩/୨୨, ସିରାଜ-୧/୫୦, ଠାକୁର-୧/୩୭, ଚହଲ-୧/୨୧)।

ନିଦାହାସ ଟ୍ରଫି: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ଭାରତ india 1

ପଢନ୍ତୁ;

ମନ୍ଦିର ଦାନବାକ୍ସରେ ଆଇଫୋନ ୬ଏସ

Related posts

ସାଫ୍‍ ୧୫ ବର୍ଷରୁ କମ୍‍ ବାଳିକା ଫୁଟ୍‍ବଲ:ଶ୍ରୀଲଙ୍କାକୁ ହରାଇଲା ଭାରତ

ENO Beuro

ହକି ବିଶ୍ଵ ଲିଗ ଫାଇନାଲ ପାଇଁ ଭାରତୀୟ ହକି ଦଳକୁ ସ୍ଵାଗତ କଲା ରାଜଧାନୀ

ENO Beuro

Star India Has Won The Television & Digital Rights For IPL For Next Five Years

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More