News

ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ହୋଇପାରନ୍ତି ଆସନ୍ତା ବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି

ଆସନ୍ତା ବର୍ଷ ଗଣତନ୍ତ୍ର ଦିବସରେ ଅତିଥି ହେବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ନିମନ୍ତ୍ରଣ କରିଛି। ଯଦି ସେ ଏହାକୁ ସ୍ବୀକାର କରନ୍ତି ତେବେ ଏହା ମୋଦିଙ୍କ ବିଦେଶ ନୀତିର ଏକ ବଡ ସଫଳତା ବୋଲି ଧରାଯିବ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ତାଙ୍କୁ ଭାରତ ସରକାର ନିମନ୍ତ୍ରଣ କରିଛନ୍ତି। ଗତ ଏପ୍ରିଲ୍ ମାସରେ ସରକାର ଏହି ନିମନ୍ତ୍ରଣ ପଠାଇଥିଲେ। ତେବେ ଆମେରିକା ସରକାରଙ୍କ ପକ୍ଷରୁ ଏଯାଏ ଏନେଇ କିଛି ଜବାବ ଦିଆଯାଇନାହିଁ। ଆଶା କରାଯାଉଛି ଡୋନାଲ୍ଡ ଟ୍ରମ୍ପ ଏହି ନିମନ୍ତ୍ରଣ ରକ୍ଷା କରିବେ ଓ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇ ଭାରତ ଆସିବେ।

ଟ୍ରମ୍ପ୍‌ ଗଣତନ୍ତ୍ର ଦିବସରେ ଭାରତର ଅତିଥି ହୁଅନ୍ତି ତେବେ ଏହା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଗସ୍ତଠାରୁ ଆହୁରି ଚର୍ଚ୍ଚିତ ହେବ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ୨୦୧୫ରେ ଓବାମା ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୋଦି ସରକାର ଜନରାଜ୍ୟ ଦିବସରେ ବିଶ୍ୱର ବହୁ ପ୍ରମୁଖ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି । ୨୦୧୫ରେ ବାରାକ ଓବାମା ୨୦୧୬ରେ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରେଙ୍କୋଇସ ହୋଲେଣ୍ଡ ୨୦୧୭ରେ ଆବୁଧାବିର ରାଜା ପ୍ରିନ୍ସ ମୋହମ୍ମଦ ବିନ ଜାୟଦ ଅଲ ନାହୟାନ ଏବଂ ୨୦୧୮ରେ ଏସିଆର ସମସ୍ତ ୧୦ନେତା ଜନରାଜ୍ୟ ଦିବସର ଅତିଥି ଥିଲେ।

ପଢନ୍ତୁ;ଗର୍ଭାବସ୍ଥାରେ ନିୟମିତ ଖାଆନ୍ତୁ ତୁଳସୀ ପତ୍ର, ମିଳିବ ଅନେକ ଫାଇଦା

Related posts

ସଫେଇ କାର୍ଯ୍ୟ ବେଳେ ପାଇପ୍‌ ଭିତରେ ଫସିଲେ ଶ୍ରମିକ !

ENO Beuro

ବିଜେଡି କାର୍ଯ୍ୟାଳୟରେ ଦୁଷ୍କର୍ମ ମାମଲା, କେନ୍ଦୁଝରରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ

ENO Beuro

ସୁପରସୋନିକ ମିସାଇଲ ‘ବ୍ରୋହ୍ମସ’ର ସଫଳ ପରୀକ୍ଷଣ!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More