ପଞ୍ଚମ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟ: ପରାଜୟ ସହ ସିରିଜ ହାରିଲା ଟିମ୍ ଇଣ୍ଡିଆ

india-vs-australia-5th-odi-celebrations

ଅଷ୍ଟ୍ରେଲିଆ ୧୦ ବର୍ଷ ପରେ ଭାରତ  ମାଟିରେ ଦିନିକିଆ ସିରିଜ ଜିତି ଇତିହାସ  ରଚିଛି। କଙ୍ଗାରୁ ଦଳ ମଧ୍ୟ ୨୦୦୯ ପରେ ପ୍ରଥମ ଥର ପାଇଁ ଭାରତରେ ଶୃଙ୍ଖଳା  ବିଜୟୀ ହୋଇଛି।  ନିର୍ଣ୍ଣାୟକ ଦିଲ୍ଲୀ ଦିନିକିଆକୁ ଭାରତ ୩୫ ରନ୍‌ରେ ହାରିଯାଇଛି। ଭାରତ ମାତ୍ର କିଛି ମାସ ପୂ‌ର୍ବେ ଅଷ୍ଟ୍ରେଲିଆ ଯାଇ ଦିନିକିଆ ଏବଂ ଟେଷ୍ଟ ଶୃଙ୍ଖଳା ଜିତିଥିଲାବେଳେ ଅଷ୍ଟ୍ରେଲିଆ ମଧ୍ୟ ପାଲଟା ଗସ୍ତରେ ଭାରତଠାରୁ କଡ଼ା ଗଣ୍ଡା କରି ପ୍ରତିଶୋଧ   ନେଇଛି।

inida lost the match
MELBOURNE, AUSTRALIA – JANUARY 17: MS Dhoni of India leads his side from the field after they lost game three of the One Day International Series between Australia and India at the Melbourne Cricket Ground on January 17, 2016 in Melbourne, Australia. (Photo by Scott Barbour/Getty Images)

ଟସ  ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା ଅଷ୍ଟ୍ରେଲିଆ ।  ୨୭୩ ରନର ବିଜୟ ଲକ୍ଷ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିବାବେଳେ ଅଷ୍ଟ୍ରେଲିଆ ବୋଲିଂ ରେ ବିବିଧତା ରହିଥିବାରୁ ରନ ସଂଗ୍ରହ କରିବା ଭାରତୀୟ ଟିମ ପକ୍ଷେ କଷ୍ଟକର  ହୋଇପଡିଥିଲା। ତେବେ  ନିର୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍  ହରାଇ ଭାରତ  ମାତ୍ର ୨୩୭ ରନ୍ କରି ପାରିଥିଲା। ତେବେ ଭାରତୀୟ ଉପଅଧିନାୟକ ରୋହିତ ଶର୍ମା ବୁଧବାର ଦିନିକିଆ ଅନ୍ତର୍ଜାତୀୟରେ ୮୦୦୦ ରନ୍‌ ପୂର୍ଣ୍ଣ କରିଛନ୍ତି। ୩୧ ବର୍ଷୀୟ ରୋହିତ ୨୦୬ ତମ ଦିନିକିଆ ଖେଳି ସ୍କୋର୍‌ କରିଥିଲେ।

ପଢନ୍ତୁ: ଭାରତ ସୀମାରେ ପାକିସ୍ଥାନର ପ୍ରଥେମେ ଡ୍ରୋନ ଏବେ ଯୁଦ୍ଧ ବିମାନର ପ୍ରବେଶ ଉଦ୍ୟମ ପଣ୍ଡ କରିଛି ଭାରତୀୟ ସେନା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More