News

୨୦୫୦ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିବ ଭାରତ: ଜାତିସଂଘ

Population

ଜନସଂଖ୍ୟାରେ ଚୀନକୁ ଟପିବ ଭାରତ। ଆଗାମୀ ୮ ବର୍ଷ ମଧ୍ୟରେ ବିଶ୍ୱର ସର୍ବାଧିକ ଜନସଂଖ୍ୟା ରାଷ୍ଟ୍ରରେ ପରିଣତ ହେବ ଭାରତ।୨୦୫୦ ସୁଦ୍ଧା ଭାରତରେ ଜନସଂଖ୍ୟା ଆହୁରି ୨୭. ୩ କୋଟି ବଢ଼ିବ ବୋଲି ଆକଳନ କରିଛି ଜାତିସଂଘ। ଏଥି ସହିତ ଭାରତ ଚଳିତ ଶତାବ୍ଦୀ ଶେଷ ବେଳକୁ ବିଶ୍ୱର ସର୍ବବୃହତ ଜନସଂଖ୍ୟା ଥିବା ଦେଶ ହୋଇପାରେ। ଜାତିସଂଘର ଆର୍ଥିକ ଏବଂ ସାମାଜିକ ବ୍ୟାପାର ବିଭାଗର ପପୁଲେସନ ଡିଭିଜନ ଦ୍ୱାରା ପ୍ରକାଶିତ ‘ଦ ୱାର୍ଲଡ ପପୁଲେଶନ ପ୍ରସପେକ୍ଟସ ୨୦୧୯ ହାଇଲାଇଟ୍ସ’ରେ ଭାରତର ଜନସଂଖ୍ୟାକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି। ବର୍ତ୍ତମାନ ଦେଶର ଜନସଂଖ୍ୟା ୭.୭ ଅରବ ରହିଛି। ୨୦୫୦ ସୁଦ୍ଧା ଅଧିକ ୨ ଅରବ ଲୋକ ଯୋଡ଼ି ହୋଇ ଭାରତର ଜନସଂଖ୍ୟା ୯.୭ ଅରବ ହୋଇପାରେ ବୋଲି ଅନୁମାନ କରିଛି ଜାତିସଂଘର ପପୁଲେସନ ଡିଭିଜନ।

ସଂଯୁକ୍ତ ରାଷ୍ଟ୍ରର ଆର୍ଥିକ ଓ ସାମାଜିକ ମାମଲା ବିଭାଗ ପକ୍ଷରୁ ଦି ୱାର୍ଲଡ ପପୁଲେସନ ପ୍ରସପେକ୍ଟସ ୨୦୧୯ ରିପୋର୍ଟ ପ୍ରକାଶ ପାଇଛି | ଏଥିରେ ଆଗାମୀ ୩୦ ବର୍ଷ ଯାଏଁ କେତେ ଜନସଂଖ୍ୟା ବୃଦ୍ଧି ଘଟିବ ତାହା ଦର୍ଶାଯାଇଛି | ଆକଳନ କରାଯାଇଛି ଯେ ୨୦୫୦ ସୁଦ୍ଧା ୯ଟି ଦେଶର ଜନସଂଖ୍ୟା ସବୁଠାରୁ ଅଧିକ ବୃଦ୍ଧି ଘଟିବ | ଏହି ସବୁ ଦେଶ ହେଲେ ଭାରତ, ନାଇଜେରିଆ, ପାକିସ୍ତାନ, କଙ୍ଗୋ, ଇଥିଓପିଆ, ତାଞ୍ଜାନିଆ, ଇଣ୍ଡୋନେସିଆ, ମିଶର ଓ ଆମେରିକା | ତେବେ ଏହି ତାଲିକାରେ ଚୀନର ଜନସଂଖ୍ୟା  ସେତେଟା ବଢିବ ନାହିଁ ବୋଲି ଦର୍ଶାଯାଇଛି |

ପଢନ୍ତୁ: ବିନା ହେଲମେଟରେ ମନା ଫ୍ଲାଏଓଭର ବ୍ରିଜ

Related posts

୧୪ ବର୍ଷର ଝିଅର ୭ ମାସର ପିଲା

ENO Beuro

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୨୨ ପଞ୍ଚାୟତକୁ ୧୦୭୭ଟି ପ୍ରକଳ୍ପ

ENO Beuro

ଆଜିଠୁ ସ୍କୁଲ ପିଲାଙ୍କ ବସ୍ତାନୀ ଚେକ୍ : ଖୋର୍ଦ୍ଧା ଜିଲ୍ଲାପାଳ ଗଠନ କଲେ ସ୍ବତନ୍ତ୍ର ଟିମ୍

Ratnamani Moharana

Leave a Comment