SPORTS

ଭାରତକୁ ୨୮୯ ରନର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

aus-ind

ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ସାମ୍ନାରେ ୨୮୯ ରନ୍‌ର ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ। ୫ ଓ୍ବିକେଟ ହରାଇ ନିର୍ଦ୍ଧାରିତ ୫୦ ଓଭରରେ ଅଷ୍ଟ୍ରେଲିଆ ହାସଲ କରିଛି ୨୮୮ ରନ୍‌। ଅଷ୍ଟ୍ରେଲିଆର ୩ ଜଣ ବ୍ୟାଟସ୍‌ ମ୍ୟାନ୍‌ ଉସମାନ ଖାଓ୍ବଜା, ଶନ୍‌ ମାର୍ଶ ଓ ପିଟର ହ୍ୟାଣ୍ଡସକମ୍ବ ଅର୍ଦ୍ଧ ଶତକ କରିଥିବା ବେଳେ ମାର୍କସ୍‌ ଷ୍ଟୋନିସ୍‌ ୪୭ ରନ୍‌ କରି ନଟ୍‌ ଆଉଟ୍‌ ରହିଛନ୍ତି।

aus-ind

ଇନିଂସ୍‌ ଆରମ୍ଭରୁ ଅଧିନାୟକ ଆରୋନ୍‌ ଫିଞ୍ଚ ୬ ରନ୍‌ କରି ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିବାବେଳେ ଆଲେକ୍ସ ୨୪ ରନ୍‌ କରି କୁଲ୍‌ଦୀପ ଯାଦବଙ୍କ ଶିକାର ହୋଇଥିଲେ। ଏହାପରେ କିନ୍ତୁ ଉସ୍‌ମାନ୍‌, ମାର୍ଶ, ହ୍ୟାଣ୍ଡସକମ୍ବ ଏବଂ ମାର୍କସ୍‌ ଯଥାକ୍ରମେ ୫୯,୫୪,୭୩ ଏବଂ ୪୭ ରନ୍‌ର ଇନିଂସ ଖେଳିବାରୁ ଭାରତ ପାଇଁ ଟାର୍ଗେଟ୍‌ ୨୮୯ରେ ପହଞ୍ଚିଛି।

ଉସ୍‌ମାନ୍‌ଙ୍କୁ ରବୀନ୍ଦ୍ର ଜାଡେଜା ଏଲବିଡବଲୟୁ କରିଥିବାବେଳେ ମାର୍ଶ କୁଲଦୀପ ଯାଦବଙ୍କ ଓଭର୍‌ରେ ମହମ୍ମଦ ଶାମିଙ୍କ ହାତରେ ଧରାପଡ଼ିଥିଲେ। ସେହିଭଳି ହାଣ୍ଡସ୍‌କମ୍ବ ଭୁବନେଶ୍ୱର କୁମାରଙ୍କ ବୋଲିଂରେ ଶିଖର ଧୱନ୍‌ଙ୍କ ହାତରେ ଧରାପଡ଼ିଥିଲେ। ତାଙ୍କର ଏହି ୭୩ ରନ୍‌ର ଇନିଂସ୍‌ରେ ୬ଟି ଚୌକା ଏବଂ ୨ଟି ଛକା ସାମିଲ ଥିଲା।

ପଢନ୍ତୁ; ଫ୍ରାଇଡେ ରିଲିଜ୍: ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର ସହ ମୁହାଁମୁହିଁ ଉରି-ଦି ସର୍ଜିକାଲ୍ ଷ୍ଟ୍ରାଇକ୍

Related posts

ବିଶ୍ବକପ୍ କ୍ରିକେଟରେ ଶିଖର ଧୱନଙ୍କ ବିକଳ୍ପ ହେବେ ରିଷଭ ପନ୍ତ

Ratnamani Moharana

ବର୍ଷାର ଆଶଙ୍କା ମଧ୍ୟରେ ଅନ୍ତିମ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ଦଳ ପ୍ରସ୍ତୁତ

ENO Beuro

ୱେଷ୍ଟଇଣ୍ଡିଜ ଗସ୍ତରେ ସବୁ ସିରିଜ୍ ଖେଳିବେ ବିରାଟ୍ କୋହଲି

Ratnamani Moharana

Leave a Comment