ସାର୍କ ସମ୍ମିଳନୀକୁ ଯିବନି ଭାରତ,ଆତଙ୍କବାଦ ବନ୍ଦ ନହେବା ଯାଏ କଥାବାର୍ତ୍ତା ବନ୍ଦ

sushama

ପାକିସ୍ତାନର ନିମନ୍ତ୍ରଣକୁ ଭାରତର ପ୍ରତ୍ୟାଖ୍ୟାନ

ଆଗକୁ ପାକିସ୍ତାନରେ ଅନୁଷ୍ଟିତ ହେବାକୁ ଥିବା ସାର୍କ ସମ୍ମିଳନୀରେ ଭାରତ ଯୋଗଦେବ ନାହିଁ । ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ନ କଲେ ଦ୍ୱିପାକ୍ଷିକ ଆଲୋଚନା ସମ୍ଭବ ନୁହେଁ ବୋଲି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ବୁଧବାର ସ୍ପଷ୍ଟ କରିଛନ୍ତି। ଏହାସହ କର୍ତ୍ତାରପୁରରେ କରିଡର ନିର୍ମାଣ ପାଇଁ ପାକିସ୍ତାନ ନେଇଥିବା ନିଷ୍ପତ୍ତିକୁ ସ୍ବାଗତ ଜଣାଇଛନ୍ତି ସୁଷମା। ସେ କହିଛନ୍ତି, ଅନେକ ବର୍ଷ ଧରି ଭାରତ କରତାରପୁରରେ କରିଡର ନିର୍ମାଣ ପାଇଁ ଦାବି କରିଆସୁଛି।

sushama

ଏହାସହ ସେ କହିଛନ୍ତି, ‘ଏହାର ଅର୍ଥ ନୁହେଁ, ଦୁଇ ପକ୍ଷର ଆଲୋଚନା ଆରମ୍ଭ ହୋଇଯିବ । ଆତଙ୍କ ଏବଂ ଆଲୋଚନା ଏକାସାଥିରେ ଚାଲିପାରିବନି । ଯେଉଁ ସମୟରେ ପାକିସ୍ତାନ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରିଦେବ ଆଲୋଚନା ଆରମ୍ଭ ହୋଇପାରେ । କିନ୍ତୁ ଆଲୋଚନା କେବଳ କରତାରପୁର କରିଡର ପର୍ଯ୍ୟନ୍ତ ସିମୀତ ନାହିଁ ।’

ଉଲ୍ଲେଖଯୋଗ୍ୟ, ଉରିରେ ଆତଙ୍କବାଦୀ ଆକ୍ରମଣ ପରେ ୨୦୧୬ ସାର୍କ ସମ୍ମିଳନୀରେ ଭାରତ ଯୋଗ ନଦେବା ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ପରେ ଭୂଟାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନ ମଧ୍ୟ ଏହି ସମ୍ମିଳନୀରେ ଯୋଗ ଦେବେନାହିଁ ବୋଲି ମନା କରିବାରୁ ସମ୍ମିଳନୀକୁ ବାତିଲ କରିବାକୁ ପଡ଼ିଥିଲା।

ପଢନ୍ତୁ;ଆଜି ହିଁ ପ୍ରସ୍ତୁତ କରନ୍ତୁ ଅମୃତଭଣ୍ଡା ହାଲୱା! ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More