News

ଭାରତରେ ପୁଣି ପଶିଲା ପାକିସ୍ତାନୀ ବିମାନ ଓ ଡ୍ରୋନ: ଏଲଓସିରେ ବିଏସଏଫ ଯବାନ ଓ ନାବାଳିକା ମୃତ

ସୀମାରେ ପୁଣି ଭାରତ-ପାକ୍ ମୁହାଁମୁହିଁ, ଉଭୟଙ୍କ ଯୁଦ୍ଧ ବିମାନ ଶକ୍ତି ଦେଖାଇଲେ

ପାକିସ୍ତାନ ପୁଣି ଉଭୟ ଜଳ ଓ ସ୍ଥଳ ଭାଗରେ ଯୁଦ୍ଧ  ପାଇଁ ଭାରତକୁ ଉସକାଇବା ଭଳି କାମ କରିଛି। ପାକିସ୍ତାନ ଆଜି ପୁଣିଥରେ ଜମ୍ମୁ-କଶ୍ମୀର ର ପୁଞ୍ଚ ଜିଲ୍ଲା ସ୍ଥିତ ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ପାକ୍‌ ସେନାର ଘନଘନ ମୋର୍ଟାର ଓ ଗୁଳିମାଡ଼ରେ ଜଣେ ବିଏସଏଫ  ଅଧିକାରୀଙ୍କ ସହ ଜଣେ ନାବାଳିକା  ପ୍ରାଣ ହରାଇଛନ୍ତି।

ପାକିସ୍ତାନର ସାମରିକ ବିମାନ  ପୁଣି ଭାରତରେ ଅନୁପ୍ରବେଶ ଉଦ୍ୟମରେ ହୋଇଛି ପଣ୍ଡ।ଆଜି ଭୋର ୩ଟା ବେଳେ ଭାରତୀୟ ସୀମା ନିକଟ ପଞ୍ଜବାର ଖେମକରେନ ସେ‌କ୍ଟରରେ ପାକିସ୍ତାନୀ ଡ୍ରୋନ୍  ଉଡ଼ୁଥିବାର ଦେଖାଯାଇଥିଲା। ଏହାକୁ ମାରି ଖସାଇବା ଲାଗି ଭାରତୀୟ ବାୟୁସେନା ଏହାର ଦୁଇଟି ସ‌ୁଖୋଇ  ବିମାନକୁ ପଠାଇଥିଲା। ଭାରତୀୟ ସେନା ଦେଖିବାପରେ ତୁରନ୍ତ ସୁଖୋଇ-୩୦  ଏମକେଆଇ ଏବଂ ମିରେଜକୁ ସକ୍ରିୟ କରିବାପରେ ପାକିସ୍ତାନୀ ବିମାନ ଗୁଡିକ ଫେରିଯାଇଥିଲେ।
ପଢନ୍ତୁ: ଶତ୍ରୁପକ୍ଷ ଆକ୍ରମଣ ଭୟ ହେବ ଦୂର: ଏମିସାଟ୍‌ ସାଟେଲାଇଟ୍ ସଫଳ ଉତପେକ୍ଷଣ କଲା ଇସ୍ରୋ

Related posts

ଜାତିସଂଘ ପକ୍ଷରୁ ମୋଦୀଙ୍କୁ ମିଳିଲା ଚାମ୍ପିୟନ୍ସ ଅଫ୍ ଆର୍ଥର ସମ୍ମାନ

ENO Beuro

ସଂସଦରେ ଶୀତ ଅଧିବେଶନ ଶେଷ ,ଜାନୁୟାରୀ ୨୯ରୁ ଆରମ୍ଭ ବଜେଟ୍ ଅଧିବେଶନ୍

ENO Beuro

ପ୍ରଧାନମନ୍ତ୍ରୀଙ୍କ ଉପରକୁ କେମିକାଲ୍‌ ଆଟାକ୍‌ର ଧମକ,ଅଭିଯୁକ୍ତ ମୁମ୍ବାଇରୁ ଗିରଫ

ENO Beuro

Leave a Comment