ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ସ୍ପଷ୍ଟ ଭାବେ ମନା କରି ଦେଇଛି ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଦକ୍ଷିଣ ଏସିଆ ରଣନୀତିର ଆଧାରରେ ଆମେରିକାର ଧ୍ୟାନ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ କମ କରିବ । ମଧ୍ୟସ୍ଥତା କରିବାକୁ ଚାହୁଁନଥିଲେ ମଧ୍ୟ ଦୁଇ ଦେଶ ମଧ୍ୟରେ କେମିତି ଦ୍ଵିପାକ୍ଷିକ ଆଲୋଚନା ଆରମ୍ଭ ହେବ ତାକୁ ନେଇ ଆମେରିକା ଯତ୍ନଶୀଳ ଅଛି।
ଆମେରିକାର ଜଣେ ଶୀର୍ଷ ସାଂସଦଙ୍କ କହିବ ଅନୁସାରେ, ରାଷ୍ଟ୍ରପତି ଟ୍ରମ୍ପ ଦ୍ଵାରା ଦକ୍ଷିଣ ଏସୀୟ ପାଇଁ ରଣନୀତିରେ କୌଣସି ବିସ୍ରୁତି ନାହିଁ ଯେ ପତାଙ୍କ ପ୍ରଶାସନ ପାକିସ୍ତାନକୁ କିଭଳି ରାସ୍ତା ବଦଳେଇବାକୁ ଓ ଆତଙ୍କବାଦ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରସ୍ତୁତ କରିବେ । ଟ୍ରମ୍ଫ ଚଳିତବର୍ଷ ଅଗଷ୍ଟ ମାସରେ ଦକ୍ଷିଣ ଏସିୟା ପାଇଁ ନିଜର ନୂତନ ରଣନୀତି ଘୋଷଣା କରିବା ସହିତ ପାକିସ୍ତାନ କିଭଳି ଆତଙ୍କବାଦୀମାନଙ୍କୁ ଶରଣ ଦେଉଛି, ସେ ଉପରେ ଆଲୋଚନା କରିଥିଲେ ।
ଦକ୍ଷିଣ ଏବଂ ମଧ୍ୟ ଏସିଆ ପାଇଁ କାର୍ୟ୍ୟବାହକ ସହାୟକ ମନ୍ତ୍ରୀ ଏଲିସ ଜି ଓ୍ଵେଲ୍ସ ସାଂସଦଙ୍କୁ କହିଛନ୍ତି ଟ୍ରମ୍ପ ପ୍ରଶାସନ ଦକ୍ଷିଣ ଏସିଆରେ ପରମାଣୁ କ୍ଷମତା ସଂପନ୍ନ ବାଲାଷ୍ଟିକ କିମ୍ବା କ୍ରୁଜ ମିସାଇଲ ପ୍ରଣାଳୀ ଆସିବା ପରେ ଏହି କ୍ଷେତ୍ରରେ ରଣନୀତି ସ୍ଥିରତା ପାଇଁ ବିପଦ ସୃଷ୍ଟି କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଦକ୍ଷିଣ-ଏସିଆର ରଣନୀତିର ଆଧାରରେ ଆମେରିକା ଧ୍ୟାନ ପକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନା କମ କରିବା ଉପରେ ରହିଛି। ଅଧିକାରୀ ଜଣକ ଏହି ସୂଚନା ଆଫଗାନିସ୍ତାନ ଏବଂ ପାକିସ୍ତାନ ଉପରେ କଂଗ୍ରେସରେ ଚାଲିଥିବା ଚର୍ଚ୍ଚା ସମୟରେ କହିଛନ୍ତି।
ପଢନ୍ତୁ, ଗୁରୁବାର ଠାରୁ ବନ୍ଦ ରହିଛି ବୁର୍ଲା ସ୍ଥିତ ଡାକ୍ତର ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ