SPORTS

ଏସିଆ କପ୍‌: ଭାରତ-ପାକିସ୍ଥାନ ମୁକାବିଲା ଆଜି

ଆଜି ଏସିଆ କପ୍‌ରେ ଭାରତ-ପାକିସ୍ତାନ ମୁକାବିଲା। ପାଖାପାଖି ବର୍ଷେ ପରେ ମୁହାଁମୁହିଁ ହେଉଛନ୍ତି ଏସିଆ ମହାଦେଶର ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ। ଉଭୟ ଦଳରେ ଅଛନ୍ତି ଯୁବ ଅଭିଜ୍ଞ ଖେଳାଳି । ଗତବର୍ଷ ଇଂଲଣ୍ଡରେ ଚାମ୍ପିଅନ୍ସ ଟ୍ରଫିରେ ଶେଷ ଥର ପାଇଁ ଭାରତ-ପାକିସ୍ତାନ ଏକାଠି ମ୍ୟାଚ୍‌ ଖେଳିଥିଲେ । ନକ୍‌ ଆଉଟ୍‌ ପର୍ଯ୍ଯାୟରେ ଟିମ୍‌ ଇଣ୍ଡିଆଠାରୁ ହାରିଥିବା ପାକିସ୍ତାନ ଫାଇନାଲ୍‌ରେ ଚାମ୍ପିଅନ୍‌ ହୋଇଥିଲା । ଏବେ ଚାମ୍ପିଅନ୍ସ ଟ୍ରଫି ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ।

india

ଭାରତ-ପାକିସ୍ତାନ୍‌ ଏସିଆ କପ୍‌ରେ ପୂର୍ବରୁ ସମୁଦାୟ ୧୨ ଥର ମୁହାଁମୁହିଁ ହୋଇଛନ୍ତି। ଏଥିରେ ଭାରତ ୬ଥର ଜିତିଥିବା ବେଳେ ପାକିସ୍ତାନ ୫ଥର ଜିତିଛି। ଗୋଟିଏ ମ୍ୟାଚ୍‌ର ଫଳାଫଳ ବାହାରି ପାରିନଥିଲା। ତେବେ ଆକଳନ ଅନୁଯାୟୀ, ଆଜିର ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ଶକ୍ତି ସହ ପାକିସ୍ତାନୀ ବୋଲିଂ ବାହିନୀର କଡ଼ା ମୁକାବିଲା ହେବ।

ଏହି ମ୍ୟାଚ ଦେଖିବା ପାଇଁ ଦର୍ଶକ ମାନେ ଆଗ୍ରହର ସହ ଚାହିଁ ରହିଛନ୍ତି। ଖବର ଅନୁସାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‍ ଖାନ୍‍ ବୁଧବାର ଭାରତ ଓ ପାକିସ୍ତାନ ମଧ୍ୟରେ ଦୁବାଇରେ ହବାକୁ ଥିବା ମ୍ୟାଚରେ ଉପସ୍ଥିତ ରହିପାରନ୍ତି। ଇମରାନ୍‍ ପୂର୍ବରୁ ପାକିସ୍ତାନର ମହାନ୍‍ କ୍ରିକେଟର ଏବଂ ଅଧିନାୟକ ରହିଥିଲେ। ଇମରାନ୍‍ ଖାନ୍‍ ୧୯୮୨ ରୁ ୧୯୯୨ ମସିହା ପର୍ଯ୍ୟନ୍ତ ପାକିସ୍ତାନ ଦଳର ଅଧିନାୟକ ଭାର ସମ୍ଭାଳିଥିଲେ। ସେ ଏବେ ପାକିସ୍ତାନ କ୍ରିକେଟ ବୋର୍ଡର ଏକ ମୁଖ୍ୟ ପଦରେ ରହିଛନ୍ତି।

ପଢନ୍ତୁ;ବାରାଣସୀରେ ପ୍ରମୁଖ ବିକାଶୋନ୍ମୁଖୀ ପ୍ରକଳ୍ପଗୁଡିକକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Related posts

ମହମ୍ମଦ ସାମିଙ୍କ ଅଭିଯୋଗ : ହସିନ ପୂର୍ବରୁ ବିବାହିତା ଥିବା କଥା ଜାଣିନଥିଲେ

ENO Beuro

ଦ୍ଵିତୀୟ କ୍ଵାଲିଫାୟରରେ କୋଲକାତା ନାଇଟ ରାଇଡର୍ସ !

ENO Beuro

ସୁପରକିଙ୍ଗସର ବିଶାଳ ବିଜୟ : ସନ୍‍ରାଇଜର୍ସକୁ ହରାଇ ପ୍ଲେଅଫ୍‍ରେ ଚେନ୍ନାଇ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More