News

ପାକିସ୍ତାନ ଆକାଶରେ ମୋଦିଙ୍କ ବିମାନ ଉଡ଼ାଣ ଅନୁମତି ମାଗିଲା ଭାରତ

Vp

ଭାରତ-ପାକ୍ ସମ୍ପର୍କ ନେଇ ସମସ୍ତେ ଉଣା ଅଧିକେ ଅବଗତ। ହେଲେ ଏବେ ଏମିତି କିଛି ଆବଶ୍ୟକତା ପଡିଛି ଯେଉଁଥି ପାଇଁ ପାକିସ୍ତାନକୁ ଅନୁରୋଧ କରିବାକୁ ପଡିଛି ଭାରତକୁ। ଯଦି ପାକିସ୍ତାନର ଏହି ଅନୁମତି ଉଭୟ ଦେଶର ଆଗାମୀ ସମ୍ପର୍କ କ’ଣ ହେବ ଏବେ କେବଳ ତାହା ଅନୁମାନ କରଯାଇପାରେ। ବାଲାକୋଟ ଆକ୍ରମଣ ପରେ ପାକିସ୍ତାନ ତାର ସମସ୍ତ ଆକାଶ ମାର୍ଗକୁ ବନ୍ଦ କରିଦେଇଛି। ମାତ୍ର ପରେ ଦକ୍ଷିଣାଞ୍ଚଳର ଦୁଇଟି ସୀମାକୁ ଖୋଲିଛି। ତେବେ ବନ୍ଦ ଥିବା ଏକ ବାୟୁସୀମାକୁ ଖୋଲିବାକୁ ଅନୁରୋଧ କରିଛି ଭାରତ।

ଆସନ୍ତା ସପ୍ତାହରେ କିର୍ଗିଜସ୍ତାନର ବିସକେକ୍‌ଠାରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକରେ ଯୋଗଦେବା ପାଇଁ କିର୍ଗିଜ୍‌ସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ତେବେ ଭାରତର ବାଲକୋଟ ଆକ୍ରମଣ ପରଠାରୁ ନିଜ ଆକଶ ସୀମା ସିଲ କରିଥିବା ପାକ୍ ଏପର୍ଯ୍ୟନ୍ତ କାହାରି ପାଇଁ ଉନ୍ମୁକ୍ତ କରିନାହିଁ। ଏଣୁ ପ୍ରଧାନମନ୍ତ୍ରୀଙ୍କ ବିସ୍କେକ ଯାତ୍ରା ପାଇଁ ଆକାଶ ମାର୍ଗ ଉନ୍ମୁକ୍ତ କରିବାକୁ ପାକିସ୍ତାନକୁ ଭାରତ ପକ୍ଷରୁ ଅନୁରୋଧ କରାଯାଇଥିବା ଜଣାପଡିଛି।
ପଢନ୍ତୁ: ଜନ୍ମ ସମୟର ନର୍ସଙ୍କୁ ଦେଖି ଭାବବିହ୍ୱଳ ହେଲେ ରାହୁଲ

Related posts

ଗଣ୍ଡା ପାଇଁ ପ୍ରସିଦ୍ଧ ଆସାମର କାଜିରଂଗା ଜାତୀୟ ଉଦ୍ୟାନ ପୁଣିଥରେ ଖୋଲିଲା

ENO Beuro

ୟାଙ୍ଗନଠାରେ ଭାରତୀୟ ଉଦ୍ୟୋଗ ପ୍ରଦର୍ଶନୀ ଉଦଘାଟନ କଲେ ରାଷ୍ଟ୍ରପତି

ENO Beuro

ଯୁବପିଢ଼ିଙ୍କୁ ଘାରିଛି ସେଲ୍‌ଫି ନିଶା ! ସେଲ୍‌ଫି ଉଠାଉଥିବା ଯୁବକଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ୍‌

ENO Beuro

Leave a Comment