News

ଭାରତ ପୁଣି କରିପାରେ ପାକିସ୍ତାନ ଉପରେ ଆକ୍ରମଣ: ପାକିସ୍ତାନ ଏବେ ଭୟରେ

ଆସନ୍ତା ୧୬-୨୦ ତାରିଖ   ଭିତରେ ଭାରତ ପୁଣି ପାକିସ୍ତାନ  ଉପରେ ଆକ୍ରମଣ  କରିପାରେ ବୋଲି ଆଶଙ୍କା କରି ପାକିସ୍ତାନ ଏବେ ଭୟରେ ଜାତିସଘ ନିରାପତ୍ତା ପରିଷଦର ଆଶ୍ରୟ ନେଇଛି। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି  କହିଛନ୍ତିକି, ଭାରତ ପୁଣିଥରେ ହମଲା କରିବା ପାଇଁ ଯୋଜନା କରୁଛି | ଭାରତ ଏପ୍ରିଲ ୧୬ରୁ ୨୦ ତାରିଖ ମଧ୍ୟରେ ଆମ ଅଜଣାତରେ ପୁଣି ପାକିସ୍ତାନ ଉପରେ ହମଲା କରିପାରେ | ଏହିଲାଗି ଭାରତ ରଣନୀତି  ପ୍ରସ୍ତୁତି କରୁଛି ବୋଲି ଆଶଙ୍କା କରିଛନ୍ତି। ଆକ୍ରମଣର କାରଣ ସେହି ପୁରୁଣା ପ୍ରସଙ୍ଗ ଆତଙ୍କବାଦକୁ ପ୍ରଶୟ ବୋଲି କହିଛନ୍ତି।

ତେବେ ପାକିସ୍ତାନ ଜାତିସଂଘ ନିରାପତ୍ତା ପରିଷଦକୁ ଜଣାଇବା ସହ ଭାରତର ଏଭଳି ମନୋବୃତ୍ତିକୁ ରୋକିବା ସହ ବିଶ୍ଵ ସମୁଦାଯ  ତାକୁ ସମ୍ଭାବ୍ୟ ଆକ୍ରମଣରୁ ଦୂରେଇ ରହିବା ଲାଗି ତାଗିତ କରିବା ଉଚିତ ବୋଲି କହିଛନ୍ତି କୁରେସି। ତେବେ ତାଙ୍କ ପାଖରେ ହମଲା ସମ୍ପର୍କିତ କଣ ଖବର ଅଛି ସେ ସମ୍ପର୍କରେ କିଛି ପ୍ରକାଶ କରି ନାହାନ୍ତି | ତେବେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ  ସେ ସମ୍ପର୍କରେ ପାକିସ୍ତାନୀବାସୀଙ୍କୁ ସୂଚନା ଦେବେ ବୋଲି କହିଛନ୍ତି କୁରେସି |
ପଢନ୍ତୁ: ଆଜି ବ୍ରହ୍ମପୁରରେ ଆଗୁଆ ଭୋଟ ଦେଲେ ପୋଲିସ କର୍ମଚାରୀ

Related posts

ଦିନକୁ ପାରିଶ୍ରମିକ ବାବଦକୁ ୨୦ ଟଙ୍କା ପାଇଁ ଚାଷ କରୁଛନ୍ତି ଗୁରମିତ ରାମ ରହିମ ସିଂହ

ENO Beuro

ଇଣ୍ଡିଗୋ ଏୟାର ଲାଇନ୍ସ ବାତିଲ କଲା ୪୭ଟି ବିମାନର ଉଡ଼ାଣ

ENO Beuro

କୁନ୍ଦୁଲିର ପୁନରାବୃତ୍ତି ବାଣପୁରରେ;ଲୋକଲଜ୍ଜା ଭୟରେ ବିଷ ପିଇ ଜୀବନ ହାରିଲେ ନାବାଳିକା

ENO Beuro

Leave a Comment