POLITICALS

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି- ଜିନ୍ ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି- ଜିନ୍ ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି- ଜିନ୍ ପିଙ୍ଗ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସୂଚନା ମିଳିଛି ।  ଆଜି ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ମଧ୍ୟାହ୍ନ ୧୨ଟା ୩୦ରେ ହେବ ଦ୍ୱିପାକ୍ଷିକ ଆଲୋଚନା । ସିକିମ ସେକ୍ଟରରେ ଡୋକଲାମ ପ୍ରସଙ୍ଗକୁ ନେଇ ୭୩ ଧରି ଅସ୍ଥିରତା ଲାଗିରହିବା ଏବଂ ସମାଧାନ ହେବା ପରେ ଏହି ଆଲୋଚନା ହେଉଛି।

ଡୋକଲାମରୁ ସେନା ପ୍ରତ୍ୟାହାର ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ଓ ଚୀନର ରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଛି । ଉୟଭଙ୍କ ମଧ୍ୟରେ ଡୋକଲାମ ବିବାଦକୁ ନେଇ ଆଲୋଚନା ହୋଇପାରେ ।  ଏହି ଆଲୋଚନା ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କେବଳ ଦୁଇ ଦେଶ ନୁହେଁ ସାରା ବିଶ୍ୱ ଏହି ଦୁଇ ନେତାଙ୍କ ଦ୍ୱିପାକ୍ଷିକ ଆଲୋଚନା ବିଷୟରେ ଜାଣିବାକୁ ଅନାଇ ରହିଛି।

ଏସବୁ ଦୃଷ୍ଟିରୁ ମୋଦି-ଜିନପିଙ୍ଗ ବୈଠକକୁ ଅତି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ସେପଟେ ବ୍ରିକ୍ସ ସମ୍ମିଳନୀରେ ଭାରତର ବଡ କୂଟନୈତିକ ବିଜୟ ହୋଇଛି। ଚୀନର ବିରୋଧ ସତ୍ତ୍ୱେ ସମ୍ମିଳନୀରେ ଭାରତ ଆତଙ୍କବାଦ ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଦେଇଛି ଶକ୍ତ ଝଟ୍‌କା। ପ୍ରଥମଥର ଲାଗି ବ୍ରିକ୍ସ ସମ୍ମିଳନୀ ଘୋଷଣାନାମାରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନଗୁଡିକ ବିରୋଧରେ କାର୍ଯାନୁଷ୍ଠାନ ପାଇଁ ସହମତି ହୋଇଛି। ଗତକାଲି ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ  ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଇଁ  ଆହ୍ୱାନ ଦେଇଥିଲେ ।

ମୋଦି ଓ ଜି- ଜିନ୍ ପିଙ୍ଗଙ୍କ ମଧ୍ୟରେ ଆଲୋଚନା, ଡୋକଲାମ ବିବାଦର ସମାଧାନ ପାଇଁ ବୈଠକ

Related posts

ଗଂଜାମରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ନବୀନ

Ratnamani Moharana

ଭୁବନେଶ୍ୱରରୁ ଲଢିବେ ଅପରାଜିତା !

ENO Beuro

ପୁଣି ୧୫ରେ ସମ୍ବଲପୁର ଆସିବେ ଅମିତ୍‌ ଶାହ

ENO Beuro

Leave a Comment