SPORTS

୨୦୩ ରନରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ :୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ

ଭାରତ ଫାଇନାଲରେ

ନ୍ୟୁଜିଲାଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଭାରତ ତାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ବିଶାଳ ୨୦୩ ରନ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।ଆସନ୍ତା ଶନିବାର ଦିନ ଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ।

୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପର ତିନି ଥର ବିଜେତା ଭାରତ ଏବଂ ଦୁଇ ଥର ବିଜେତା ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ଟସ୍‌ ଜିଣି ପଥମେ ବ୍ୟାଟିଂ କରିଥିଳା। ଭାରତ ମାତ୍ର ୧୩ ରନ୍‌ରେ ଦୁଇଟି ଓ୍ଵିକେଟ ହରାଇ ବିପଦରେ ପଡ଼ିଥିଲା। ୧୬୫ରନରେ ୫ ଓ୍ଵିକେଟ ହରାଇ ସଂଘର୍ଷ କରୁଥିବା ଭାରତୀୟ ଦଳ ଶୁଭମନ ଗିଲ ଗିଲଙ୍କ ବିସ୍ଫୋରକ ଶତକ( ୯୩ ବଲ, ୧୦୩ ରନ) ସହାୟତାରେ ନିର୍ଦ୍ଧାରିତ ୫୦ ଓଭରରେ ୯ଓ୍ଵିକେଟ ହରାଇ ୨୭୨ ରନ୍‌ ସଂଗ୍ରହ କରିଥିଲା। ତେବେ ଭାରତର ନିଖୁଣ ବୋଲିଂର ସାମନା କରି ନ ପାରି ମାତ୍ର ୬୯ ରନ୍‌ରେ ପାକିସ୍ତାନ ତାର ସମସ୍ତ ଓ୍ଵିକେଟ ହରାଇ ଭାରତ ଠାରୁ ପୁଣି ଏକ ଲଜ୍ୟାଜନକ ପରାଜୟ ସ୍ୱୀକାର କରିଛି। ଭାରତୀୟ ଦଳର ବୋଲର ଇସାନ ପରେଲ ମାତ୍ର ୧୭ ରନ୍‌ ବିନିମୟରେ ପାକିସ୍ତାନର ୪ ଓ୍ଵିକେଟ ଅକ୍ତିଆର କରି ପାକିସ୍ତାନ ବ୍ୟାଟିଂ ଲାଇନକୁ ଯେପରି ଅସ୍ତବ୍ୟସ୍ତ କରି ଦେଇଥିଲେ, ସେଥିରୁ ଶେଷ ପର୍ଯ୍ୟନ୍ତ ପାକିସ୍ତାନ ମୁକୁଳି ନ ପାରି ଭାରତୀୟ ବୋଲରଙ୍କ ନିକଟରେ ଆତ୍ମ ସମର୍ପଣ କରିଦେଇଥିଲା।

ଫାଇନାଲରେ କଡା ମୁକାବିଲା ଭାରତ ଓ ଅଷ୍ଟ୍ରେଲିଆ ଭିତରେ ଦେଖିବାକୁ ମିଳିବ । ପୂର୍ବରୁ ଟିମ ଇଣ୍ଡିଆ ତିନିଥର ଟ୍ରଫି ଜିତିସାରିଛି । ଜୁନିୟର ବିଶ୍ୱକପରେ ଭାରତର ୬ଥର ଫାଇନାଲରେ ମଧ୍ୟ ପ୍ରବେଶ କରି ସାରିଛି। ଫେବୃୟାରୀ ୩ରେ ଭାରତୀୟ ସମୟ ସକାଳ ୬.୩୦ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ ଖେଳାଯିବ ।

୨୦୩ ରନରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ :୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ under 19 world cup indian team

ପଢନ୍ତୁ ;

ଏକାଠି ନଜର ଆସିବେ ସୈଫ୍-ମାଧବନ୍

Related posts

ଏସୀୟ କ୍ରୀଡ଼ା:ସ୍ୱର୍ଣ୍ଣ ପଦକ ଜିତିଲେ ବକ୍ସର ଅମିତ

Krishna Kumar Manoj

ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ : ଧୋନୀ,କୋହଲି, ପାଣ୍ଡ୍ୟାଙ୍କୁ ବିଶ୍ରାମ, ରୋହିତଙ୍କୁ ଅଧିନାୟକ ଦାୟିତ୍ଵ

Krishna Kumar Manoj

ଯୁବ ବର୍ଗଙ୍କୁ ସୋସିଆଲ୍ ମିଡିଆରୁ ଦୂରେଇ ରହିବାକୁ ମଧ୍ୟ ମରାମର୍ଶ ଦେଇଛନ୍ତି କୋହଲି

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More