News

କାଶ୍ମୀର ପ୍ରସଙ୍ଗରେ କାହାର ମଧ୍ୟସ୍ଥତା ଗ୍ରହଣ କରାଯିବ ନାହିଁ: ଭାରତ

Untitled 1

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ  ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ମଧ୍ୟରେ ଆଜି ହ୍ବାଇଟ୍‌ ହାଉସରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି।  କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଵୀଶ କୁମାର  ଟ୍ୱିଟ୍‌ କରି ସ୍ପଷ୍ଟ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ବି ଏନେଇ ଟ୍ରମ୍ପଙ୍କୁ କିଛି କହି ନାହାନ୍ତି। କଶ୍ମୀର ପ୍ରସଙ୍ଗ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଥିରେ କାହାରି ମଧ୍ୟସ୍ଥତାକୁ ଭାରତ କେବେ ବି ଗ୍ରହଣ କରିବ ନାହିଁ।’ କେବଳ ପାକିସ୍ତାନ ପଟୁ ସୀମା ପାର ଆତଙ୍କବାଦ ବନ୍ଦ ହେଲେ ହିଁ ଏହି ଦ୍ୱିପାକ୍ଷିକ ଆଲୋଚନା ସମ୍ଭବ ବୋଲି ରଵୀଶ କୁମାର ଟ୍ୱିଟ୍ କରି ଜଣାଇଛନ୍ତି। ସିମ୍‌ଲା ଚୁକ୍ତି ଓ ଲାହୋର ରାଜିନାମାରେ ସମସ୍ୟା ସମାଧାନର ବ୍ୟବସ୍ଥା ରହିଛି। ଏଣୁ ପ୍ରଧାନମନ୍ତ୍ରୀ ଆଦୌ ଏନେଇ ଟ୍ରମ୍ପଙ୍କୁ ମଧ୍ୟସ୍ଥତା କରିବାକୁ କହିନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।’

କାଶ୍ମୀରକୁ ନେଇ ଟ୍ରମ୍ପଙ୍କ ବିବାଦୀୟ ମନ୍ତବ୍ୟ । କହିଲେ,ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଥିଲେ ମୋଦି 

 କାଶ୍ମୀର ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ବିବାଦ । ଟ୍ରମ୍ପ କହିଛନ୍ତି ଯେ, କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭେଟିବା ବେଳେ ଟ୍ରମ୍ପ ଏହା କହିଛନ୍ତି । ସେ କହିଛନ୍ତି ଯେ, ପ୍ରାୟ ଦୁଇ ସପ୍ତାହ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବୈଠକ ବେଳେ କାଶ୍ମୀର ପ୍ରସଙ୍ଗ ଉଠିଥିଲା, ଆଉ ସେତେବେଳେ ମଧ୍ୟସ୍ଥତା କରିବାକୁ ମୋଦି ପଚାରିଥିବା ଟ୍ରମ୍ପ କହିଛନ୍ତି ।

ପଢନ୍ତୁ: ଆତଙ୍କବାଦୀ ହାଫିଜ ସୟିଦଙ୍କୁ ମଳୁଛି ଭିଆଇପି ଆତିଥ୍ୟ

 

Related posts

ବରିଷ୍ଠ ଆଇପିଏସ ଅଧିକାରୀ ରାକେଶ ଆସ୍ଥାନା ଙ୍କୁ ସିବିଆଇର ସ୍ୱତନ୍ତ୍ର ନିର୍ଦେଶକ ଭାବେ ପଦୋର୍ନ୍ନତି

ENO Beuro

୨୦ ରୁ ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ସମିତି ପକ୍ଷରୁ ଧର୍ମଘଟ ଡାକରା

ENO Beuro

ଦୁଇଭାଇ ଟିକେ ଭଲ ଅଛନ୍ତି – ଦିଲ୍ଲୀ ଏମ୍ସର ଡାକ୍ତର ଅଶୋକ ମହାପାତ୍ର

ENO Beuro

Leave a Comment