ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ଭାରତକୁ ପୁଣି ଆସିବେ ଆଫ୍ରିକା ଚିତା । ଚିତା ପ୍ରକଳ୍ପ ସଫଳ ହୋଇଥିବା ଦୃଷ୍ଟିରୁ ୧୦୦ ଚିତା ପଠାଇବା ଲାଗି ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ବୁଝାମଣା ହୋଇଛି ।
ଭାରତକୁ ପୁଣି ଆସିବେ ଆଫ୍ରିକା ଚିତା । ଚିତା ପ୍ରକଳ୍ପ ସଫଳ ହୋଇଥିବା ଦୃଷ୍ଟିରୁ ୧୦୦ ଚିତା ପଠାଇବା ଲାଗି ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ବୁଝାମଣା ହୋଇଛି । ଆସନ୍ତା ମାସରେ ପ୍ରାଥମିକ ପର୍ଯ୍ୟାୟରେ ୧୨ଟି ଚିତା ଅଣାଯିବା ଲାଗି ନିଷ୍ପତ୍ତି ହୋଇଛି । ଗତବର୍ଷ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିଲା । ସେମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଅବସ୍ଥାରେ ରହିଛନ୍ତି । ନୂଆ ଯୋଜନାରେ ଆସନ୍ତା ୮ରୁ ୧୦ ବର୍ଷ ଯାଏ ପ୍ରତିବର୍ଷ ୧୨ଟି ଲେଖାଁଏ ଚିତା ଅଣାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଏକଦା ଚିତାସମୃଦ୍ଧ ଭାରତରେ ଚିତା ବଂଶର ବିଲୁପ୍ତ ଘଟିଥିଲା । ଏନେଇ ୧୯୫୨ରେ ବିଧିବଦ୍ଧ ଘୋଷଣା ହୋଇଥିଲା । ୟୁନିଭର୍ସିଟି ଅଫ ପ୍ରିଟୋରିଆର ବନ୍ୟଜନ୍ତୁ ବିଶେଷଜ୍ଞ ଆଦ୍ରିଆନ ଟର୍ଡିଫେ କହିଛନ୍ତି- ଭାରତ ଆସିବାକୁ ଥିବା ଚିତାମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଛି । ସେମାନେ ସମ୍ପୂର୍ଣ୍ଣ ଭଲ ଥିବା ସୂଚନା ମିଳିଛି । ଗତବର୍ଷ ଆସିଥିବା ଚିତାମାନଙ୍କୁ ମଧ୍ୟପ୍ରଦେଶରେ କୁନୋ ଜାତୀୟ ପାର୍କରେ ରଖାଯାଇଛି । ସେଠାରେ ଚିତାମାନଙ୍କ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ରଖାଯାଇଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।