ଫିଫା ମାନ୍ୟତା : ଶ୍ରେଷ୍ଠ- ୧୦୦କୁ ଫେରିଲା ଭାରତ

ଜାଣନ୍ତୁ ଫିଫା ମାନ୍ୟତାରେ ଟପ୍ ୫ରେ କେଉଁ ଦଳ ଅଛନ୍ତି

ଭାରତ ପୁଣିଥରେ ଫିଫା ମାନ୍ୟତାର ଶ୍ରେଷ୍ଠ- ୧୦୦ ତାଲିକାରେ ପ୍ରବେଶ କରିଛି। ନିକଟରେ ଏଏଫସି କପ ଯୋଗ୍ୟତାପର୍ୟ୍ୟାୟ ୨୦୧୯ରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଲିବ୍ୟା ସହିତ ମିଳିତ ଭାବେ ୯୯ ତମ ସ୍ଥାନରେ ରହିଛି। ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ ମାର୍ଚ୍ଚ ୨୭ରେ କିର୍ଗିଜ ଗଣରାଜ୍ୟ ବିରୋଧରେ ବିସ୍କେକରେ ଖେଳିବ। ଏହି ଏଏଫସି କପ ୨୦୧୯ର ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚରେ ଭଲ ପ୍ରଦର୍ଶନ କରି ଦଳ ନିଜର ମାନ୍ୟତାରେ ଆହୁରି ସୁଧାର କରିବାକୁ ପ୍ରୟାସ କରିବ। କାରଣ ଭାରତ ଟୁର୍ଣ୍ଣାମେଣ୍ଟରେ ପୂର୍ବରୁ ହିଁ ଯୋଗ୍ୟତା ହାସଲ କରି ସାରିଛି।

ସୂଚନାଯୋଗ୍ୟ, ଭାରତ ସର୍ବଶ୍ରେଷ୍ଠ ମାନ୍ୟତା ୯୪ ରହିଛି, ଯାହା ୧୯୯୬ରେ ଦଳ ହାସଲ କରିଥିଲା। ଷ୍ଟିଫେନ କାନ୍ସଟାଇନଙ୍କ କୋଚିଂରେ ଦଳ ୨୦୧୭ରେ ୯୬ ତମ ସ୍ଥାନରେ ପହଞ୍ଚିଥିଲା। ମାତ୍ର ଦଳ ଏହି ସ୍ଥାନକୁ ଜାରି ରଖିବାରେ ବିଫଳ ହୋଇଥିଲା। ଭାରତ ଏସିଆ ଫୁଟବଲ ପରିସଂଘ(ଏଏଫସି) ଦେଶ ମାନ୍ୟତାରେ ୧୩ ତମ ସ୍ଥାନରେ ପହଞ୍ଚି ଯାଇଛି।

ଫିଫା ଦ୍ଵାରା ଜାରି ସଦ୍ୟତମ ମାନ୍ୟତାରେ ଜର୍ମାନୀ ପ୍ରଥମ ସ୍ଥାନରେ ରହିଛି। ଏହା ପରେ ବ୍ରାଜିଲ, ପର୍ତ୍ତୁଗାଲ, ଆର୍ଜେଣ୍ଟିନା ବେଲଜିୟମ,ପୋଲାଣ୍ଡ,ସ୍ପେନ, ସ୍ଵିଜରଲ୍ୟାଣ୍ଡ ,ଫ୍ରାନ୍କ ଏବଂ ଚିଲି ଯଥାକ୍ରମେ ଚତୁର୍ଥରୁ ଦଶମ ସ୍ଥାନରେ ରହିଛନ୍ତି।

ପଢନ୍ତୁ;

ମହମ୍ମଦ ସାମିଙ୍କ ଅଭିଯୋଗ : ହସିନ ପୂର୍ବରୁ ବିବାହିତା ଥିବା କଥା ଜାଣିନଥିଲେ

ସୂଚନାଯୋଗ୍ୟ, ଭାରତ ସର୍ବଶ୍ରେଷ୍ଠ ମାନ୍ୟତା ୯୪ ରହିଛି, ଯାହା ୧୯୯୬ରେ ଦଳ ହାସଲ କରିଥିଲା - 4.4

87%

ଫିଫା ଦ୍ଵାରା ଜାରି ସଦ୍ୟତମ ମାନ୍ୟତାରେ ଜର୍ମାନୀ ପ୍ରଥମ ସ୍ଥାନରେ ରହିଛି। - 4.2

83%
4.3/5

Very Good!

ଫିଫା ମାନ୍ୟତା : ଶ୍ରେଷ୍ଠ- ୧୦୦କୁ ଫେରିଲା ଭାରତ

ଭାରତ ପୁଣିଥରେ ଫିଫା ମାନ୍ୟତାର ଶ୍ରେଷ୍ଠ- ୧୦୦ ତାଲିକାରେ ପ୍ରବେଶ କରିଛି। ନିକଟରେ ଏଏଫସି କପ ଯୋଗ୍ୟତାପର୍ୟ୍ୟାୟ ୨୦୧୯ରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ଦଳ ଲିବ୍ୟା ସହିତ ମିଳିତ ଭାବେ ୯୯ ତମ ସ୍ଥାନରେ ରହିଛି। ଭାରତ ନିଜର ପରବର୍ତ୍ତୀ ମ୍ୟାଚ୍ ମାର୍ଚ୍ଚ ୨୭ରେ କିର୍ଗିଜ ଗଣରାଜ୍ୟ ବିରୋଧରେ ବିସ୍କେକରେ ଖେଳିବ। ଏହି ଏଏଫସି କପ ୨୦୧୯ର ଯୋଗ୍ୟତା ପର୍ୟ୍ୟାୟ ମ୍ୟାଚରେ ଭଲ ପ୍ରଦର୍ଶନ କରି ଦଳ ନିଜର ମାନ୍ୟତାରେ ଆହୁରି ସୁଧାର କରିବାକୁ ପ୍ରୟାସ କରିବ।

No Votes Yet

You're not rated yet