News

ଓଇସିଡି ପକ୍ଷରୁ ଭାରତକୁ ତୃତୀୟ ଶ୍ରେଷ୍ଠ ବିଶ୍ୱସନୀୟ ରାଷ୍ଟ୍ରର ମାନ୍ୟତା ମିଳିଛି

By Krishna Kumar Manoj

November 21, 2017

ଭାରତର ତିନି ଚତୁର୍ଥାଂଶ ଲୋକଙ୍କ ପସନ୍ଦ ହେଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ନେତୃତ୍ୱାଧୀନ ସରକାର ବିଶ୍ୱର ସବୁଠୁ ବିଶ୍ୱସନୀୟ ସରକାରଙ୍କ ମଧ୍ୟରେ ଅନ୍ୟତମ ବୋଲି ଏକ ସର୍ବେକ୍ଷଣରୁ ଜଣାଯାଇଛି। ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଉପରେ ସର୍ବେକ୍ଷଣ କରିଥିବା ଆର୍ଥିକ ସହଯୋଗ ଏବଂ ପ୍ରଗତି ସଂଗଠନ(ଓଇସିଡି) ପକ୍ଷରୁ ଭାରତକୁ ତୃତୀୟ ଶ୍ରେଷ୍ଠ ବିଶ୍ୱାସନୀୟ ରାଷ୍ଟ୍ରର ମାନ୍ୟତା ମିଳିଛି। ଏହି ତାଲିକାରେ ସ୍ୱିଜରଲ୍ୟାଣ୍ଡ ପ୍ରଥମ ଏବଂ ଇଣ୍ଡୋନେସିଆକୁ ଦ୍ୱିତୀୟ ସ୍ଥାନ ମିଳିଛି।

ଓଇସିଡିର ଏହି ସର୍ବେକ୍ଷଣରେ ଦେଶର ଆର୍ଥିକ ସ୍ଥିତି, ରାଜନୈତିକ ଅସ୍ଥିରତା ଏବଂ ଦୁର୍ନୀତି ପ୍ରସଙ୍ଗକୁ ମାପକାଠି ଭାବେ ନିଆଯାଇଥିଲା । ଓଇସିଡି ରିପୋର୍ଟକୁ ଆଧାର କରି ବିଶ୍ୱ ଅର୍ଥନୈତିକ ସଂଗଠନ (ଡବ୍ଲ୍ୟୁଇଏଫ୍) କହିଛି ଯେ, ଭାରତର ପ୍ରାୟ ତିନି ଚତୁର୍ଥାଂଶ ଦେଶବାସୀ ମୋଦି ସରକାରଙ୍କ ଉପରେ ଭରସା ରଖିଛନ୍ତି । ଭାରତରେ ସମ୍ପ୍ରତି ଜାରି ରହିଥିବା ବୁର୍ନୀତି ବିରୋଧୀ ଆଭିମୁଖ୍ୟ ଏବଂ ଟାକ୍ସ ସୁଧାର ନୀତି ଯୋଗୁଁ ଜନସାଧାରଣ ସରକାରଙ୍କ ଉପରେ ଉଚ୍ଚ କୋଟୀର ଭରସା ରଖିଛନ୍ତି ।

ସେହିପରି ଦେଶବାସୀଙ୍କ ସର୍ବାଧିକ ବିଶ୍ୱାସ ହରାଇଥିବା ସରକାରଙ୍କ ମଧ୍ୟରେ ଚିଲି, ଫିନଲ୍ୟାଣ୍ଡ, ଗ୍ରିସ ଏବଂ ସ୍ଳୋଭେନିଆ ଆଦି ଦେଶ ରହିଛି ।

ପଢନ୍ତୁ, ଆଇସିଜେରେ ଦ୍ୱିତୀୟ ଥର ପାଇଁ ବିଚାରପତି ହେଲେ ଭାରତର ଦଲବୀର ଭଣ୍ଡାରି