SPORTS

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌ : ସେମିଫାଇନାଲ୍‌ରେ ଭାରତ

ୟୁନାଇଟେଡ୍‌ ଆରବ ଏମିରେଟ୍‌ସ ରେ ଚାଲିଥିବା ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌ରେ ଭାରତ ଅପରାଜେୟ ସହ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରି ନେଇଛି।

ଶ୍ରୀଲଙ୍କା, ପାକିସ୍ତାନ ଏବଂ ବାଂଲାଦେଶ ପରେ ରବିବାର ଶେଷ ଲିଗ୍‌ ମ୍ୟାଚ୍‌ରେ ନେପାଳକୁ ୮ ଓ୍ଵିକେଟ୍‌ରେ ହରାଇ ଭାରତ ସେମିଫାଇନାଲ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ୟୁଏଇର ଅଜ୍‌ମାନ ଓଭାଲ୍ସ ଷ୍ଟାଡିୟମରେ ଆସନ୍ତା ୧୭ ତାରିଖ ସେମିଫାଇନାଲ୍‌ରେ ଭାରତର ମୁକାବିଲା ବାଂଲାଦେଶ ସହ ହେବ।

ରବିବାର ନେପାଳ ୩୭.୫ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୫୬ ରନ୍‌ କରିଥିଲା। ଭାରତ ପକ୍ଷରୁ ପ୍ରକାଶ ଜୟରାମିୟା ୨, ଅଜୟ ରେଡ୍ଡୀ, ରାମବୀର, ପ୍ରେମ କୁମାର, ଜାଫର ଇକ୍‌ବାଲ୍‌ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଭାରତ ମାତ୍ର ୨ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା।

ଭାରତ ପକ୍ଷରୁ ପ୍ରକାଶ ଜୟରାମିଆ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଭାରତ ୧୫ ଓଭରରେ ୨ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଭାରତ ପକ୍ଷରୁ ଦୁର୍ଗା ରାଓ ୧୨, ଅଜୟ ଗରିୟା ୫୪ (୨୯ ବଲ), ମହେନ୍ଦ୍ର ବୈଷ୍ଣବ ୪୦* ଓ ରାମବୀର ୩୮* ରନ କରିଥିଲେ।

ଅଜୟ ଗାରିୟା ୫୪ (୨୯ ବଲ୍‌) ଅର୍ଧଶତକ ହାସଲ କରିଥିଲା ବେଳେ ମହେନ୍ଦ୍ର ୪୦ (୩୦ ବଲ୍‌) ଏବଂ ରାମବୀର ୩୮ ରନ୍‌ (୨୩ ବଲ୍‌) ଅପରାଜିତ ରହି ବିଜୟ ଭେଟି ଦେଇଥିଲେ।

ଅର୍ଦ୍ଧଶତକୀୟ ଇନିଂସ ଲାଗି ଅଜୟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ଦୁଇ ଓଡ଼ିଆ ଖେଳାଳି ମହମ୍ମଦ ଜାଫର ଇକବାଲ ଓ ପଙ୍କଜ ଭୁଏ ଏହି ମ୍ୟାଚ୍‌ରେ ଖେଳୁଥିଲେ। ବୋଲିଂରେ ଜାଫର ଗୋଟିଏ ଉଇକେଟ୍‌ ସଫଳତା ହାସଲ କରିଥିଲେ।

ପଢନ୍ତୁ;

୨୧ ତମ ଶତକ ହାସଲ କଲେ : ବିରାଟ କୋହଲି

 

Related posts

ସବୁ ରେକର୍ଡ ଭାଙ୍ଗିଲା ଭାରତ-ପାକିସ୍ତାନ ମ୍ୟାଚ୍

Ratnamani Moharana

କ୍ରିକେଟର ସାହିଦ ଆଫ୍ରିଦିଙ୍କ ବୟାନ: ପାକିସ୍ଥାନର କାଶ୍ମୀର ଦରକାର ନାହିଁ

ENO Beuro

ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳିବ : ଓ୍ବେଷ୍ଟଇଣ୍ଡିଜ

ENO Beuro

Leave a Comment