News

ପାକିସ୍ତାନକୁ ଝଟ୍‌କା ଦେଲା ଭାରତ: ପାକିସ୍ତାନକୁ ସୀମା ପାର ବାଣିଜ୍ୟ କାରବାର ବନ୍ଦ

ଏକ ଗୁରୁତ୍ବପୂର୍ଣ ନିଷ୍ପତି କ୍ରମେ ଭାରତ ସରକାର ଆଜିଠାରୁ ଏଲୋସି  ଦେଇ ଜମ୍ମୁ କାଶ୍ମୀର ଏବଂ ପାକ ଅଧିକୃତ କାଶ୍ମୀର ମଧ୍ୟରେ ଚଲାଯାଉଥିବା ବାଣିଜ୍ୟ କାରବାର  ସ୍ଥଗିତ ରଖିବାର ଘୋଷଣା କରାଯାଇଛି। ସୀମାପାର ବାଣିଜ୍ୟ ପଥକୁ ପାକିସ୍ତାନରେ ଥିବା ତତ୍ବମାନେ ବେଆଇନ ଅସ୍ତ୍ରଶସ୍ତ୍ର, ମାଦକ ଦ୍ରବ୍ୟ ଏବଂ ଜାଲ୍ ନୋଟ୍ ଆଦି କାରବାର ସକାଶେ ଅପବ୍ୟବହାର  କରୁଛନ୍ତି ରିପୋର୍ଟ ପାଇବା ପରେ ଭାରତ ସରକାର ଏଭଳି କରିଛନ୍ତି।

ନିୟନ୍ତ୍ରଣ ରେଖା ଦେଇ ଜମ୍ମୁ କାଶ୍ମୀର ସୀମାର   ଉଭୟ ପାର୍ଶ୍ବରେ ଥିବା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସାମଗ୍ରୀ କାରବାରକୁ ସୁବିଧାରେ ଉପଲବ୍ଧ କରିବା ନିମନ୍ତେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ଦ୍ରବ୍ୟ କାରବାର ଦୁଇଟି ବାଣିଜ୍ୟ ସୁବିଧା କେନ୍ଦ୍ର ଦେଇ କରାଯାଇଥାଏ । ସେଗୁଡ଼ିକ ହେଲା ବାରମୁଳା ଜିଲ୍ଲାର ଉପସ୍ଥିତ ସଲାମାବାଦ  ଏବଂ ପୁଞ୍ଚ ଜିଲ୍ଲାର ଚକ୍କାନ-ଦା-ବାଗ  । ସପ୍ତାହକୁ ଚାରିଦିନ ପାଇଁ ଏହି ମାର୍ଗ ଦେଇ ଉଭୟ ପଟୁ ବାଣିଜ୍ୟ କାରବାର କରାଯାଇଥାଏ ।
ପଢନ୍ତୁ: ବିଏସପି ବଦଳରେ ବିଜେପିକୁ ଭୋଟ ଦେବାରୁ ନିଜ ଆଙ୍ଗୁଠି କାଟିଦେଲେ ସମର୍ଥକ

Related posts

ମାଟ୍ରିକ, ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ରରେ ଲାଗିବ ସିସିଟିଭି !

ENO Beuro

Air Services Will Start In Jharsuguda And Rourkela Airports From October

ENO Beuro

କେନ୍ଦ୍ର ରେଳବାଇ ତରଫରୁ ଅନଲାଇନ ଟ୍ରେନ ଟିକେଟ ପାଇଁ ସତର୍କତା ଅଭିଯାନ

ENO Beuro

1 comment

Leave a Comment