POLITICALS

ଭାରତର ଜଳଅସ୍ତ୍ର ! ପାକିସ୍ତାନକୁ ଆଉ ପାଣି ଛାଡ଼ିବ ନାହଁ ଭାରତ

India 3

ପାକିସ୍ତାନକୁ ପାଣି ବନ୍ଦ କରିବାକୁ ପ୍ରସ୍ତୁତ ହେଉଛି ଭାରତ ।ଭାରତ ପାଇଁ ରେଳ, ସଡ଼କ ଓ ଆକାଶ ପଥ ବନ୍ଦ କରିଥିବା ପାକିସ୍ତାନ ଏବେ ପାଣି ପାଇଁ ଡହଳ ବିକଳ ହେବ। ପାଣି ପାଇଁ ଭାରତ ଉପରେ ନିର୍ଭର କରୁଥିବା ପାକିସ୍ତାନକୁ ଝଟ୍‌କା ଦେବା ପାଇଁ ମୋଦି ସରକାର ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଅଣ୍ଟା ଭିଡ଼ିଛନ୍ତି।  ସିନ୍ଧୁ ଜଳବଣ୍ଟନ ଚୁକ୍ତି  ଅନୁସାରେ ଭାରତ ନିଜ ଭାଗରେ ପଡୁଥିବା ପାଣିକୁ ମଧ୍ୟ ପାକିସ୍ତାନକୁ ଦେଉଥିଲା ।

କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ  ଶେଖାୱତ କହିଛନ୍ତି, “ଆମେ ସିନ୍ଧୁ ନଦୀ ଚୁକ୍ତିକୁ ଉଲ୍ଲଙ୍ଘନ ନ କରି ପାକିସ୍ତାନକୁ ପ୍ରବାହିତ ହେଉଥିବା ପାଣିକୁ ରୋକିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛୁ। ପାକିସ୍ତାନକୁ ଯାଉଥିବା ପାଣିକୁ ଅଟକାଇବା ପାଇଁ ଏବେ ଆମେ କାର୍ଯ୍ୟ ଆରମ୍ଭ କରିଛୁ। ଆମେ କେବଳ ପାଣି ଅଟକାଇବୁ। କିନ୍ତୁ ସିନ୍ଧୁ ନଦୀ ଚୁକ୍ତିକୁ ଭାଙ୍ଗିବୁ ନାହିଁ।ବର୍ତ୍ତମାନ ସମସ୍ତ ଜଳଭଣ୍ଡାର ପୂର୍ଣ୍ଣ ହୋଇ ରହିଛି। ଅତିରିକ୍ତ ପାଣି ପାକିସ୍ତାନକୁ ଯାଉଛି। ହେଲେ ଖରାଦିନ ଏହି ଅତିରିକ୍ତ ଜଳକୁ ଆମେ ଆମ ଦେଶର ଲୋକଙ୍କ ପାଇଁ ବ୍ୟବହାର କରିପାରିବା।

Indus Water 680x430
Indus Water

ସୂଚନାଯୋଗ୍ୟ ଯେ ତିବ୍ଦତ ଓ ହିମାଳୟରୁ ବାହାରି ଥିବା ୬ଟି ନଦୀ  ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ । ୧୯୬୦ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟତିନୋଟି ନଦୀ ପାକିସ୍ତାନ ନିୟନ୍ତ୍ରଣରେ ଅଛି । ଏହି ନଦୀଗୁଡ଼ିକ ପାକିସ୍ତାନର ସ୍ଥିତି ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ନଦୀର ପାଣି ନପହଞ୍ଚିଲେ ପାକିସ୍ତାନର ଅଧା ଅଞ୍ଚଳ ଜଳବିନା ମରୁଭୂମି  ପାଲଟିବ ।

ପଢନ୍ତୁ: ଦୀର୍ଘ ୬ମାସ ପରେ ପୁଣି ମିଗ୍-୨୧ରେ ଉଡାଣ ଭରିଲେ ଅଭିନନ୍ଦନ

Related posts

ରାହୁଲଙ୍କ ଜ୍ୟାକେଟ୍‌କୁ ନେଇ ସମାଲୋଚନା

ENO Beuro

ପଞ୍ଚଭୂତରେ ଲୀନ ହେଲା ଜେଠମଲାନିଙ୍କ ପାର୍ଥିବ ଶରୀର

Ratnamani Moharana

ଶେଷ ହେଲା ପ୍ରଚାର ! ରାତି ପାହିଲେ ହେବ ବିଜେପୁର ବିଧାନସଭା ଆସନ ପାଇଁ ମତଦାନ

ENO Beuro

2 comments

ସେନାରୁ ଫେରି ବିଜ୍ଞାପନ ସୁଟିଂରେ ବ୍ୟସ୍ତ ଧୋନି August 22, 2019 at 3:39 pm

[…] ଭାରତର ଜଳଅସ୍ତ୍ର ! ପାକିସ୍ତାନକୁ ଆଉ ପାଣି ଛ… […]

ସ୍କୁଲ୍ ବାହାରେ ପ୍ଲାକର୍ଡ ଧରି ମଧ୍ୟାହ୍ନ ଭୋଜନ ପାଇଁ ବିକ୍ଷୋଭ କରୁଛନ୍ତି କୁନି ପିଲା August 22, 2019 at 3:57 pm

[…] ଭାରତର ଜଳଅସ୍ତ୍ର ! ପାକିସ୍ତାନକୁ ଆଉ ପାଣି ଛ… […]

Leave a Comment