Loading...

ବିଶ୍ବକପ ପୂର୍ବରୁ ଭାରତର ଅଷ୍ଟ୍ରେଲିଆ ଦିନିକିଆ ମ୍ଯାଚ

ବିଶ୍ବକପ ପୂର୍ବରୁ ଭାରତର ଅଷ୍ଟ୍ରେଲିଆ ଦିନିକିଆ ମ୍ଯାଚ

ବିଶ୍ବକପ ପୂର୍ବରୁ ଭାରତର ଅଷ୍ଟ୍ରେଲିଆ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଆଜି ଦିନ ସାଢେ ଗୋଟାଏରେ ମୋହାଲିରେ ହେବ ପ୍ରଥମ ଦିନିକିଆ ଟକ୍କର ।

ବିଶ୍ବକପ ପୂର୍ବରୁ ଭାରତର ଅଷ୍ଟ୍ରେଲିଆ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ଆଜି ଦିନ ସାଢେ ଗୋଟାଏରେ ମୋହାଲିରେ ହେବ ପ୍ରଥମ ଦିନିକିଆ ଟକ୍କର ।ଇଣ୍ଡିଆ-ଅଷ୍ଟ୍ରେଲିଆ ଦିନିକିଆ ସିରିଜରେ ଉଭୟ ବିରାଟ କୋହଲି ଓ ରୋହିତଙ୍କୁ ବିଶ୍ରାମ ଦିଆଯାଇଛି । ୨ଟି ଦିନିକିଆରେ କେଏଲ ରାହୁଙ୍କୁ ଅଧିନାୟକ ଓ ରବୀନ୍ଦ୍ର ଜାଡେଜାଙ୍କୁ ଉପଅଧିନାୟକ ଦାୟିତ୍ବ ଦିଆଯାଇଛି । ପ୍ରଥମ ଦୁଇଟି ମ୍ୟାଚରେ କେଏଲ ରାହୁଲଙ୍କ ସହିତ ରବିନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ବାଡ, ଶୁବମନ ଗିଲ୍, ଶ୍ରେୟସ ଆୟାର, ସୂର୍ଯ୍ୟକୁମାର ଯାଦବ ପ୍ରମୁଖ ସ୍ଥାନ ପାଇଛନ୍ତି । ସେହିପରି ଶେଷ ଦିନିକିଆକୁ ରୋହିତ, ବିରାଟ ଓ ପାଣ୍ଡ୍ୟା ଫେରୁଛନ୍ତି ।

ସୂଚନାନୁସାରେ, ମୋହାଲିରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରେକର୍ଡ ସେତେଟା ଭଲ ନାହିଁ । ମୋହାଲିରେ ଦିନିକିଆ ଫର୍ମାଟରେ କେବେ ବି କଙ୍ଗାରୁ ଟିମକୁ ପରାସ୍ତ କରିପାରିନି ଟିମ୍ ଇଣ୍ଡିଆ । ଭାରତ-ଅଷ୍ଟ୍ରେଲିଆ ଏଯାଏଁ ଦିନିକିଆରେ ମୋଟ ୧୪୬ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୫୪ ଥର ବିଜୟ ଲାଭ କରିଥିବାବେଳେ ଅଷ୍ଟ୍ରେଲିଆ ୮୨ ଥର ମ୍ୟାଚ୍ ଜିତିଛି । ଏଥର ରେକର୍ଡ ଭାଙ୍ଗି ଭାରତ ନିଜ ମାଟିରେ ଅଷ୍ଟ୍ରେଲିଆକୁ ହରାଇବାକୁ ଲକ୍ଷ୍ୟ ରଖିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.