ଏସିଆ କପ:ଫାଇନାଲରେ ଭାରତ-ବାଂଲାଦେଶ ମୁକାବିଲା

india

ଆଜି ଏସିଆ କପର ଫାଇନାଲ ମ୍ୟାଚ। ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ବାଂଲାଦେଶ । ସାତ ଥର ଚାମ୍ପିଅନ ହେବାକୁ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ। ଫାଇନାଲରେ ଜିତିବାକୁ ହେଲେ ଟିମ ଇଣ୍ଡିଆକୁ ଅଧିକ ପରିଶ୍ରମ କରିବାକୁ ପଡିବ। ପ୍ରଥମ ମ୍ୟାଚରେ ହଂକଂ ଠାରୁ ଝଟକା ପାଇଥିବା ମେନ ଇନ ବ୍ଲୁ ସୁପର ଫୋର ମୁକାବିଲାରେ ଆଫଗାନିସ୍ତାନ ସହ ମ୍ୟାଚ ଟାଇ ରଖିଥିଲା । ତେବେ ପାକିସ୍ତାନ ବିରୋଧରେ ଦୁଇ ଦୁଇଥର ବିଜୟ ହୋଇ ଦଳ ନିଜର ଟାଲେଣ୍ଟ ସୋ କରିଛି।

ଏହି ଟାଇଟଲ୍‌ ଲଢେଇ ପାଇଁ ବାଂଲାଦେଶର ପ୍ରମୁଖ ସମସ୍ୟା ହୋଇଛି ଦଳର ଖେଳାଳିଙ୍କ ଆହତଜନିତ ସମସ୍ୟା। ବାମହାତୀ ଷ୍ଟ୍ରୋକ୍‌ମେକର୍‌ ତାମିମ୍‌ ଇକ୍‌ବାଲ୍‌ ଆହତ ହେବା ଯୋଗୁ ଏସିଆ କପ୍‌ରୁ ସଂପୂର୍ଣ୍ଣ ବାଦ୍‌ ପଡ଼ିଥିବାବେଳେ ସେହି ଏକାକାରଣରୁ ତାରକା ଖେଳାଳି ତଥା ପୂର୍ବ ଅଧିନାୟକ ଶାକିବ୍‌ ଅଲ୍‌ ହସନ୍‌ ସୁପର୍‌ ଫୋର୍‌ର ପାକିସ୍ତାନ୍‌ ବିପକ୍ଷ ମ୍ୟାଚ୍‌ରୁ ଶେଷ ମୁହୂର୍ତ୍ତରେ ବାଦ୍ ପଡ଼ିଥିଲେ। ଶାକିବ୍‌ଙ୍କ ଜଖମ ଗୁରୁତର ଥିବାରୁ ସେ ଭାରତ ବିପକ୍ଷ ଫାଇନାଲ୍‌ ମ୍ୟାଚ୍‌ ଖେଳିବେ ନାହିଁ। ଏହା ଭାରତ ପାଇଁ ଯେତିକି ଖୁସିର ଖବର, ତା’ଠାରୁ ବାଂଲାଦେଶ ପାଇଁ ଅଧିକ ଚିନ୍ତାର ବିଷୟ।

india

ଗତ କିଛି ବର୍ଷ ଧରି ବାଂଲା କ୍ରିକେଟ୍‌ର ମେରୁଦଣ୍ଡ ସାଜିଥିବା ଶାକିବ୍‌, ମ୍ୟାଚ୍‌ର ମଝି ଓଭର୍‌ରେ ଦଳୀୟ ବୋଲିଂର ନେତୃତ୍ୱ ନେଉଥିବାବେଳେ ମଧ୍ୟକ୍ରମ ବ୍ୟାଟିଂର ମଧ୍ୟ ମଙ୍ଗୁଆଳ ସାଜୁଥିଲେ। ଏବେ ଶାକିବ୍‌ଙ୍କ ଅନୁପସ୍ଥିତିରେ ବାମହାତୀ ଫାଷ୍ଟ୍‌ ବୋଲର୍‌ ମୁସ୍ତାଫିଜୁର୍‌ ରହମାନ୍‌ ଓ ଅଫ୍‌ ବ୍ରେକ୍‌ ବୋଲର୍‌ ମହମ୍ମଦୁଲ୍ଲାଙ୍କ ସମେତ ଅଧିନାୟକ ମଶ୍ରଫି ମର୍ତ୍ତାଜାଙ୍କୁ ମିଳିତ ଭାବେ ବାଂଲାଦେଶ ବୋଲିଂର ଅତିରିକ୍ତ ବୋଝ ଉଠାଇବାକୁ ପଡ଼ିବ।

ସୂଚନାଯୋଗ୍ୟ,ଦୁବାଇ ଇଣ୍ଟରନ୍ୟାସ୍‌ନାଲ୍‌ କ୍ରିକେଟ୍ ଷ୍ଟାଡିୟମ୍‌ରେ ଭାରତ ଓ ବାଂଲାଦେଶ ବିପକ୍ଷ ଏହି ଏସିଆ କପ୍‌ ଫାଇନାଲ୍‌ ମ୍ୟାଚ୍‌ ଆଜି ଅପରାହ୍ନ ୫ଟାରୁ ଆରମ୍ଭ ହେବ। ଷ୍ଟାର୍‌ ସ୍ପୋର୍ଟ୍‌ସ ନେଟ୍‌ୱର୍କ୍‌ ଏହାର ସିଧାପ୍ରସାରଣ କରିବ।

ପଢନ୍ତୁ; ସାପ କାମୁଡାରେ ଦୁଇ ଭାଇଙ୍କ ମୃତ୍ୟୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More