SPORTS

ଆଜି ପ୍ରଥମ ସେମିରେ ଭାରତ ବନାମ ନ୍ୟୁଜିଲାଣ୍ଡ

Untitled 1

ପାଖଉଛି ସମୟ, ବଢୁଛି ଉତ୍କଣ୍ଠା

ଆଉ କିଛି ଘଣ୍ଟାର ଅପେକ୍ଷା। ଆରମ୍ଭ ହେବ ବିଶ୍ୱକପର ସେମିଫାଇନାଲ ସମର। ବିଶ୍ୱକପର ରାଉଣ୍ଡ ରିବିନ ପରେ ଆଜିଠୁ ନକ ଆଉଟ ଲଢେଇ । ପ୍ରଥମ ସେମିଫାଇନାଲରେ ସୁପର ଫାଇଟ । ନ୍ୟୁଜିଲାଣ୍ଡକୁ ଭେଟିବ ଟିମ ଇଣ୍ଡିଆ । ମାଞ୍ଚେଷ୍ଟର୍‌ରେ ମେନ୍ ଇନ୍ ବ୍ଲୁ ବନାମ ମେନ୍ ଇନ୍ ବ୍ଲାକ୍। ୨୦୧୫ ବିଶ୍ୱକପ୍ ରନର୍ସ ଅପ୍ ନ୍ୟୁଜିଲାଣ୍ଡକୁ ଭେଟିବ ୨୦୧୧ ଚାମ୍ପିୟନ ଭାରତ। ଚଳିତ ବିଶ୍ୱକପରେ ଦଳଗତ ପ୍ରଦର୍ଶନ ଓ ଫର୍ମକୁ ଦେଖିଲେ କୋହଲି ବାହିନୀକୁ ଫେବରାଇଟ୍ ବୋଲି କୁହାଯାଉଛି । ପ୍ରଥମ ଥର ଲାଗି ଉଭୟ ଦଳ ପରସ୍ପରକୁ ଭେଟିବେ।

ଆଜିର ମ୍ୟାଚରେ ସଂଯୋଗର ବିଷୟ ହେଉଛି ୨୦୦୮ ଅଣ୍ଡର୍ ନାଇଣ୍ଟିନ୍ ବିଶ୍ୱକପ୍ ବେଳେ କୋହଲି ଓ କେନ୍ ଓ୍ୱିଲିୟମ୍‌ସନ୍‌  ନିଜ ନିଜ ଟିମ୍‌ର କ୍ୟାପଟେନ ଥିଲେ ଏବଂ ଉଭୟ ଟିମ୍ ସେମିଫାଇନାଲ ଖେଳିଥିଲେ। ଭାରତ ବିଜୟୀ ହୋଇ ଅଣ୍ଡର ନାଇଣ୍ଟିନ୍ ବିଶ୍ୱକପ୍ ମଧ୍ୟ ଜିତିଥିଲା। ୨୦୦୮ ଭାରତୀୟ ଅଣ୍ଡର ନାଇଣ୍ଟିନ୍ ଟିମ୍‌ର ସଦସ୍ୟ ଥିଲେ, ଏଥର ମଧ୍ୟ ସେହି ସଫଳତା ଦୋହରାଇବାକୁ ବିରାଟ କୋହଲି ଲକ୍ଷ୍ୟ ରଖିଛନ୍ତି। ତେବେ ଗୋଟିଏ ପଟେ ଭାରତକୁ ଚକମା ଦେଇ ଫାଇନାଲ ଯିବାକୁ ଜି ଜାନ୍‌ ଉଦ୍ୟମ କରିବ ନ୍ୟୁଜିଲାଣ୍ଡ ଦଳ । ଅନ୍ୟପଟେ ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲ ଟିକେଟ୍‌ ଛଡାଇବା ଲକ୍ଷ୍ୟରେ ରହିବ ଟିମ୍‌ ବିରାଟ୍‌ ଆଣ୍ଡ କୋ।

ପଢନ୍ତୁ: କଥା ଦେଇ କଥା ରଖିଲେ ବିରାଟ କୋହଲି

Related posts

ଚେନ୍ନାଇ ସୁପର କିଙ୍ଗ୍ସକୁ ଝଟ୍-କା : କେଦାର ଯାଦବ ଆଇପିଏଲରୁ ବାଦ୍‌

ENO Beuro

ନିଦାହାସ ଟ୍ରଫି: ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ଭାରତ

ENO Beuro

ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଇଂଲଣ୍ଡ

Ratnamani Moharana

Leave a Comment