SPORTS

ବିଶ୍ବକପରେ ଆଜିଠାରୁ ଆରମ୍ଭ ଭାରତର ଲଢେଇ

S

ଭାରତ-ଦକ୍ଷିଣ ଆଫ୍ରିକା ମୁକାବିଲା ଆଜି

ବିଶ୍ବ କ୍ରିକେଟ୍‌ର ସବୁଠାରୁ ଚର୍ଚିତ ତଥା ଲୋକପ୍ରିୟ ଦଳ ଭାରତ  ବୁଧବାର ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ।   ଚଳିତ ବିଶ୍ବକପ୍‌ରେ ଅନ୍ୟ ୯ଟି ପ୍ରତିଯୋଗୀ ଦଳ ମ୍ୟାଚ୍ ଖେଳି ସାରିଥିବା ବେଳେ ଭାରତ ଟୁର୍ଣ୍ଣାମେଣ୍ଟର ୭ମ ଦିନରେ ପ୍ରଥମେ ପଡ଼ିଆକୁ ଓହ୍ଲାଇବ।  ଦକ୍ଷିଣ ଆଫ୍ରିକା     ବିପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଖେଳିବ।  ବିଶ୍ୱକପ୍‌ର ପ୍ରଥମ ମୁକାବିଲାରେ ସାଉଥ ଆଫ୍ରିକା ବିରୋଧରେ ପଡ଼ିଆକୁ ଓହ୍ଲାଇବ ‘ବିରାଟ’ ବାହିନୀ ।  ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଖେଳାଯିବ।

ଇଂଲଣ୍ଡ ପିଚ୍ ଓ ବାତବାରଣ ସହ ବିଶ୍ବକପ୍ ପରିବେଶ ସହ ଭାରତ ଅପେକ୍ଷା ଦକ୍ଷିଣ ଆଫ୍ରିକା ଅଧିକ ପରିଚିତ। ତେବେ ଏହା ମଧ୍ୟ ସତ ଯେ ଦକ୍ଷିଣ ଆଫ୍ରିକା ତା’ର ପ୍ରଥମ ୨ଟିଯାକ ମ୍ୟାଚ୍‌ରେ ପରାସ୍ତ  ହୋଇଛି।ତେଣୁ ଭାରତ ବିପକ୍ଷ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ବିଜୟଧାରାକୁ ଫେରିବା ପାଇଁ ଏହା ବ୍ୟଗ୍ର।  ସେପଟେ ଭାରତ ଏହି ମ୍ୟାଚ୍‌ ଜିତି ତାର ଦମଦାର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି । ଅତୀତରେ ଖେଳାଯାଇଥିବା ୧୧ଟି ବିଶ୍ବକପ୍‌ରେ ଭାରତ ନିଜର ପ୍ରଥମ ମ୍ୟାଚ୍‌ ସଫଳତାକୁ ପ୍ରାୟ ଅଧା ଅଧା ରଖିଛି। ୫ ଜିତି ୬ ହାରିଛି। ସବୁଠାରୁ ମଜା କଥା ହେଉଛି ଭାରତ ଯେଉଁ ଦୁଇ ଥର (୧୯୮୩ ଏବଂ ୨୦୧୧) ବିଶ୍ବକପ୍‌ ଜିତିଥିଲା‌ ସେଥର ନିଜର ପ୍ରଥମ ମ୍ୟାଚ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା।

W

ପଢନ୍ତୁ: ଦୁଇବର୍ଷ ପରେ ବାରବାଟୀକୁ ଫେରୁଛି ଅନ୍ତର୍ଜାତୀୟ ମ୍ୟାଚ୍

 

Related posts

କଥା ଦେଇ କଥା ରଖିଲେ ବିରାଟ କୋହଲି

Ratnamani Moharana

ଭୁବନେଶ୍ଵରର କିଟ୍‌ କ୍ରିକେଟ୍‌ ପଡ଼ିଆରେ ଆଜିଠୁ ଆରମ୍ଭ ରଣଜୀ ଟ୍ରଫିର ଚତୁର୍ଥ ରାଉଣ୍ଡ

ENO Beuro

ଦ୍ରୁତ ବୋଲର ଆଶିଷ ନେହରା ଙ୍କ ଆନ୍ତର୍ଜାତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ

ENO Beuro

Leave a Comment