SPORTS

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡିଲେ ଧୋନି

Msd 4

ଧୋନୀଙ୍କୁ  ମିଳିଲାନି ଟିମ୍ ଇଣ୍ଡିଆରେ ସ୍ଥାନ । ଦକ୍ଷିଣ ଆଫ୍ରିକା ବିପକ୍ଷ ‌ଟ୍ବେଣ୍ଟି-୨୦  ଶୃଙ୍ଖଳାରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଶାଜନକ ଭାବେ ବାଦ୍ ପଡ଼ିଛନ୍ତି ।ୱେଷ୍ଟଇଣ୍ଡିଜ୍ ଗସ୍ତରେ ଟି-୨୦ ସିରିଜ୍ ଖେଳିଥିବା ଭାରତୀୟ ଦଳରେ କେବଳ ଗୋଟିଏ ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ହାର୍ଦ୍ଦିକଙ୍କୁ ନିଆଯାଇଛି। ବିଶ୍ୱକପରେ ଅତିରିକ୍ତ କାର୍ଯ୍ୟଭାର ଯୋଗୁ ହାର୍ଦ୍ଦିକଙ୍କୁ ପୂରା ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ବିଶ୍ରାମ ଦିଆଯାଇଥିଲା। ସେହିପରି ଧୋନି କ୍ରିକେଟରୁ ଦୁଇମାସର ବ୍ରେକ୍ ନେଇଛନ୍ତି ଏବଂ ଏହା ମଧ୍ୟରେ ସେ ୧୫ଦିନ ଟେରିଟୋରିଆଲ୍ ଆର୍ମି ସହ ସମୟ ବିତାଇଥିଲେ।

ସୂଚନାଯୋଗ୍ୟ ଯେ ଦକ୍ଷିଣ ଆଫ୍ରିକା ଆସନ୍ତାମାସରେ ଭାରତ ଆସି ତିନିଟି ଲେଖାଏଁ ଟ୍ବେଣ୍ଟି-୨୦ ଓ ଟେଷ୍ଟ ଖେଳିବ। ଟ୍ବେଣ୍ଟି-୨୦ ଶୃଙ୍ଖଳା ଧର୍ମଶାଳାଠାରେ ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ। ଦ୍ବିତୀୟ ଟ୍ବେଣ୍ଟି-୨୦ ସେପ୍ଟେମ୍ବର ୧୮ (ମୋହାଲି) ଓ ସେପ୍ଟେମ୍ବର ୨୨ (ବେଙ୍ଗାଲୁରୁ)ରେ ଖେଳାଯିବ। ସେହିଭଳି ଟେଷ୍ଟ ଶୃଙ୍ଖଳା ଅକ୍ଟୋବର ୨ରୁ ବିଶାଖାପାଟଣାଠା‌ରେ ଆରମ୍ଭ ହେବ।

ପଢନ୍ତୁ: ସଚିନଙ୍କୁ ଆଇସିସିର ତାଚ୍ଛଲ୍ୟ

Related posts

ଆଜି ଜବରଦସ୍ତ ମୁକାବିଲା: ଭାରତ ବନାମ ନେଦରଲ୍ୟାଣ୍ଡସ୍‌

ENO Beuro

ହକି ବିଶ୍ୱକପ୍‌: ୨୮ରେ କଟକରେ ରେହମାନ୍, ଟ୍ଵିଟ କରି ଖୁସି ଜାହିର କଲେ

ENO Beuro

ଏସୀୟ କ୍ରୀଡ଼ା:ସ୍ୱର୍ଣ୍ଣ ପଦକ ଜିତିଲେ ବକ୍ସର ଅମିତ

ENO Beuro