SPORTS

ପ୍ରଥମ ଦିନରେ ଭାରତ ୧୮୭ ରନରେ ଅଲ ଆଉଟ , ଦକ୍ଷିଣ ଆଫ୍ରିକା ୬/୧

ଜୋହାନ୍ସବର୍ଗ; ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ ଦଳର ବ୍ୟାଟିଂ ବିଫଳତା ଲାଗି ରହିଛି। ଟିମ୍‌ କମ୍ବିନେଶନ, ବ୍ୟାଟ୍ସମ୍ୟାନ ପରିବର୍ତ୍ତନରୁ କୌଣସି ଫାଇଦା ମିଳିନାହିଁ। ନ୍ୟୁ ଓ୍ବଣ୍ଡରର୍ସ ଷ୍ଟାଡିୟମରେ ବୁଧବାର ଆରମ୍ଭ ହୋଇଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଅଧିନାୟକ ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ୧୮୭ ରନରେ ଅଲଆଉଟ ହୋଇ ଯାଇଛି।

ଅଜିଙ୍କ୍ୟ ରାହାଣେଙ୍କ ପ୍ରତ୍ୟାବର୍ତନ ବି ନିଷ୍ଫଳ ରହିଲା। ଶୃଙ୍ଖଳାରେ ତୃତୀୟ ଥର ଭାରତ ୨୦୦ ରନ୍‌ ତଳେ ଅଲଆଉଟ୍‌ ହୋଇଛି। ୭୬.୪ ଓଭରରେ ଭାରତ ସମସ୍ତ ଓ୍ଵିକେଟ୍‌ ହରାଇ ପ୍ରଥମ ପାଳିରେ କରିଛି ୧୮୭ ରନ୍‌। ଜବାବରେ ଘରୋଇ ଦକ୍ଷିଣ ଆଫ୍ରିକା ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଗୋଟିଏ ୱିକେଟ ହରାଇ ୬ ରନ୍‌ ସଂଗ୍ରହ କରିଛି । ଏକମାତ୍ର ଓ୍ଵିକେଟ୍‌ ଭାବେ ଐଦେନ୍‌ ମର୍କରାମଙ୍କ ଓ୍ଵିକେଟ୍‌ ନେଇଛନ୍ତି ଭୁବନେଶ୍ୱର କୁମାର।

ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ଥିଲେ । ସବୁଜ ପିଚ୍‌ରେ ଭାରତୀୟ ବ୍ୟାଟର୍‌ ସଂଘର୍ଷ କରିଥିଲେ ପ୍ରଥମରୁ। ନବମ ଓଭର ନ ସରୁଣୁ ଭାରତର ପ୍ରାରମ୍ଭିକ ଯୋଡ଼ି ମୁରଲୀ ବିଜୟ (୮) ଏବଂ ଲୋକେଶ ରାହୁଲ (୦) ପ୍ୟାଭିଲିଅନ୍‌ ଫେରି ଯାଇଥିଲେ। କାଗିସୋ ରବାଦା ଏବଂ ଭର୍ନାନ୍‌ ଫିଲାଣ୍ଡର୍‌ ଉଭୟଙ୍କୁ ଓ୍ଵିକେଟ୍‌ ପଛପଟେ କ୍ୱିଣ୍ଟନ୍‌ ଡି’କକ୍‌ଙ୍କ ଗ୍ଲୋଭ୍‌ସରେ କ୍ୟାଚ୍‌ କରାଇଥିଲେ। ଭାରତ ୧୩/୨ରେ ପହଞ୍ଚିଯିବା ପରେ ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରାଙ୍କ ମଧ୍ୟରେ ତୃତୀୟ ଓ୍ଵିକେଟ୍‌ ପାଇଁ ୮୪ ରନ୍‌ ଭାଗୀଦାରି ହୋଇଥିଲା। କୋହଲି (୫୪, ୧୦୬ ବଲ୍‌, ୯ ଚୌକା) ଅର୍ଧଶତକ ହାସଲ କରିବା ପରେ ନବାଗତ ଲୁଙ୍ଗି ଏନ୍‌ଗିଡ଼ିଙ୍କ ବୋଲିଂରେ ତୃତୀୟ ସ୍ଲିପ୍‌ରେ ତାଙ୍କ ବାଙ୍ଗାଲୋର୍‌ ରୟାଲ୍‌ ଚାଲେଞ୍ଜର୍ସ ସାଥୀ ଏବି ଡି’ଭିଲିୟର୍ସଙ୍କ ହାତରେ ଧରାପଡ଼ିଥିଲେ। ଏହା ପରେ ରୋହିତ ଶର୍ମାଙ୍କ ବଦଳରେ ଖେଳିଥିବା ଅଜିଙ୍କ୍ୟ ରାହାଣେଙ୍କ ପାଳି ମାତ୍ର ୨୭ ବଲ୍‌ ୯ ରନ୍‌ ଏବଂ ଗୋଟିଏ ଚୌକାରେ ସୀମିତ ରହିଥିଲା।

ପଞ୍ଚମ ଓ୍ଵିକେଟ୍‌ ରୂପରେ ପୂଜାରା (୫୦, ୧୭୯ ବଲ୍‌, ୮ ଚୌକା)ପ୍ୟାଭିଲିଅନ୍‌ ଫେରି ଯାଇଥିଲେ । ଦଳୀୟ ସ୍କୋର୍‌ ୧୪୪ ରନରେ ୩ ଓ୍ଵିକେଟ୍‌ ହରାଇଥିବା ଭାରତ ୪୩ ରନ୍‌ରେ ହିଁ ଶେଷ ୬ ଓ୍ଵିକେଟ୍‌ ହରାଇ ୧୮୭ ରନ୍‌ରେ ଆତ୍ମସମର୍ପଣ କରିଥିଲା। ଶେଷ ଭାଗରେ ଭୁବନେଶ୍ୱର କୁମାର (୩୦, ୪୯ ବଲ୍‌, ୪ ଚୌକା)ଙ୍କ ପାଳି ହିଁ ଦଳକୁ ଅଧିକ ଲଜ୍ଜାରୁ ବଞ୍ଚାଇଥିଲା। ୫ ଜଣିଆ ଦ୍ରୁତ ବୋଲିଂ ବାହିନୀ ନେଇ ଖେଳିଥିବା ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବାଦା ସର୍ବାଧିକ ୩ ଓ୍ଵିକେଟ୍‌ ନେଇଥିବାବେଳେ ମର୍ନି ମର୍କେଲ, ଭର୍ନାନ୍‌ ଫିଲାଣ୍ଡର୍‌, ଆନ୍ଦିଲ୍‌ ଫେଲୁକ୍ୱାୟୋ ୨ ଲେଖାଏଁ ଏବଂ ଲୁଙ୍ଗି ଏନ୍‌ଗିଡି ଗୋଟିଏ ଦଖଲ କରିଥିଲେ।

ପ୍ରଥମ ଦିନରେ ଭାରତ ୧୮୭ ରନରେ ଅଲ ଆଉଟ , ଦକ୍ଷିଣ ଆଫ୍ରିକା ୬/୧ indian team 1

ପଢନ୍ତୁ ;

ଆସନ୍ତୁ ଜାଣିବା ପୁରୁଷ ମାନଙ୍କ ବିଷୟରେ ୬ଟି ରହସ୍ୟମୟ କଥା

Related posts

କାର ଦୁର୍ଘଟଣାରେ ସାମି ଆହତ,ମୁଣ୍ଡରେ ଲାଗିଛି ଆଘାତ!

Krishna Kumar Manoj

ଚେତେଶ୍ୱର ପୂଜାରା ଚମତ୍କାର ବ୍ୟାଟିଂ ସହ ଦ୍ୱିଶତକ ଅର୍ଜନ କରି ସୃଷ୍ଟି କରିଛନ୍ତି ନୂଆ କୀର୍ତିମାନ

Krishna Kumar Manoj

ଆଇପିଏଲ ୧୧:ଶେଷ ବଲ୍‌ରେ ଜିତିଲା ସନ୍‌ରାଇଜର୍ସ!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More