EnewsOdia.Com

ଆଜି ଭାରତ-ଶ୍ରୀଲଙ୍କା ୨ୟ ଟି-୨୦

ଆଜି ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବି-ଟେଣ୍ଟି । ରବିବାର ବର୍ଷା ପାଇଁ ପ୍ରଥମ ମ୍ୟାଚ୍ ଧୋଇ ହୋଇଯାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଉଭୟ ଦଳ । ଏହି ମ୍ୟାଚରେ ପୁଣି ସମସ୍ତଙ୍କ ନଜର ଶିଖର ଧୱନ ଓ ଯଶପ୍ରୀତ ବୁମରାଙ୍କ ଉପରେ ରହିବ । ପ୍ରଥମ ମ୍ୟାଚ୍ ବାତିଲ ହେବା ଦ୍ବାରା ଧୱନଙ୍କ ପାଖରେ ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ଲୋକେଶ ରାହୁଲଙ୍କୁ ପଛରେ ପକାଇବା ପାଇଁ ଗୋଟିଏ ମ୍ୟାଚ୍ କମ୍ ମିଳିବ । ଗୌହାଟୀରେ ପ୍ରଥମ ମ୍ୟାଚରେ ଗୋଟିଏ ବି ବଲ୍ ପଡ଼ିପାରିନଥିଲା। ତେଣୁ ଆଜି ମ୍ୟାଚରେ କୋହଲି ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବେ ନାହିଁ। ସବୁଠୁ ବଡ଼ କଥା ଏହି ଷ୍ଟାଡିୟମରେ ଭାରତର ରେକର୍ଡ ଅପରାଜୟ ରହିଛି।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଖେଳାଯିବାକୁ ଥିବା ମ୍ୟାଚ୍ ହୋଲକର ଷ୍ଟାଡିୟମରେ ଦ୍ଵିତୀୟ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ହେବ। ଆଜି ବୁମରାଙ୍କୁ ଇନ୍ଦୋରରେ ସୁଯୋଗ ମିଳିବା ଏକପ୍ରକାର ନିଶ୍ଚିତ ।

ପଢନ୍ତୁ:  ଭଙ୍ଗା ମୋବାଇଲରେ କୋହଲିଙ୍କ ପ୍ରତିମୂର୍ତ୍ତି ତିଆରି କଲେ ପ୍ରଶଂସକ

ସମ୍ବନ୍ଧିତ ଖବର

ନତାସା ଷ୍ଟାନୋଭିକଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ Engagement

Ratnamani Maharana

ଦୀପାବଳି ପୂର୍ବରୁ ଝିଅ ଜିଭା ସହ ଗାଡ଼ି ଧୋଇଲେ ଧୋନି

Ratnamani Maharana

ଭାରତରେ ପ୍ରଥମ ଥର ପାଇଁ ରାତିରେ ଖେଳାଯିବ ଟେଷ୍ଟ ମ୍ୟାଚ !

Ratnamani Maharana

ମାର୍ଚ୍ଚ ୨୯ରୁ ଆଇପିଏଲ୍ ମହାସମର

Ratnamani Maharana

ଡ୍ୱେନ୍ ବ୍ରାଭୋଙ୍କ ସହ ଟେବୁଲ୍ ଟେନିସ୍ ଖେଳିଲେ ଧୋନି

Ratnamani Maharana

ବିସିସିଆଇର ସଭାପତି ଭାବେ ଦାଇତ୍ଵ ନେଲେ ସୌରଭ ଗାଙ୍ଗୁଲି

Ratnamani Maharana