ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇ ସାରିଛି

ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇ ସାରିଛି

ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇ ସାରିଛି । ବର୍ଷାକୁ ନେଇ ଭୟ ଥିଲେ ମଧ୍ୟ ଏବେ କିଛିଟା ଆସ୍ଵସ୍ତି ଅଛି  । ଷ୍ଟାଡିୟମରୁ ତମ୍ବୁ ମଧ୍ୟ ଉଠିଯାଇଛି । ଦିନ ୧ଟା ବେଳେ ଭାରତ ଶ୍ରୀଲଙ୍କା ୩ ଟିକିଆ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ପାଇଁ ଟସ୍‌ ପଡ଼ିଥିଲା। ଟସ୍‌ ଜିଣି ଶ୍ରୀଲଙ୍କା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇ ଭାରତକୁ ବ୍ୟାଟିଂ କରିବାକୁ ଆହ୍ଵାନ ଦେଇଛି।

ଭାରତ ପକ୍ଷରୁ ଧାୱନ ଓ ଲୋକେଶ ରାହୁଲ ଓପନିଂ କରିଥିଲେ । ପ୍ରଥମ ବଲରେ ହିଁ ଭାରତର ୱିକେଟ ପାଟଣା ହୋଇଥିଲା । ଲୋକେଶ ରାହୁଲ ମ୍ୟାଚର ପ୍ରଥମ ବଲ ଖେଳି ଉଇକେଟ୍‌ କିପରଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ । ମାତ୍ର କିଛି ସମୟ ବ୍ୟବଧାନରେ ୮ ରନ୍‌ କରି ଶିଖର ଧାଓ୍ଵନ ମଧ୍ୟ ବୋଲ୍ଡ ଆଉଟ୍‌ ହୋଇଛନ୍ତି। ଭାରତ ମାତ୍ର ୧୩ ରନ୍‌ରେ ଦୁଇଟି ଉଇକେଟ୍‌ ହରାଇ ବିପଦରେ ପଡ଼ିଛି। ଉଭୟ ୱିକେଟକୁ ଶ୍ରୀଲଙ୍କାର ପେସ୍‌ ବୋଲର ସୁରଙ୍ଗ ଲାକ୍‌ମଲ ହାସିଲ କରିଛନ୍ତି ।

ମ୍ୟାଚ୍‌ ମଧ୍ୟାହ୍ନ ୧.୩୦ରେ ଆରମ୍ଭ ହୋଇଛି । ଅପରାହ୍ନ ୩.୩୦ରେ ଟି-ବ୍ରେକ ହେବାସହ ମ୍ୟାଚ୍‌ ୫.୩୦ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି ।

ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇ ସାରିଛି

ପଢନ୍ତୁ, ଜିଲ୍ଲା ପ୍ରଶାସନଙ୍କ ବିନା ଅନୁମତିରେ ଗଡ୍‌ସେଙ୍କ ମନ୍ଦିର ପାଇଁ ଶିଳାନ୍ୟାସ କଲା ହିନ୍ଦୁ ମହାସଭା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More