SPORTS

ଦ୍ଵିତୀୟ ଦିନିକିଆ ରୋମାଞ୍ଚକର ଟାଇ: ଦମ୍ ଦେଖାଇଲା ୱେଷ୍ଟଇଣ୍ଡିଜ୍

ବିଶାଖପାଟଣାରେ ଖେଳାଯାଉଥିବା ଭାରତ-ଓ୍ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ ମ୍ୟାଚ ଡ୍ର ରହିଛି । ଏହି ରୋମାଞ୍ଚକର ମ୍ୟାଚରେ ଶେଷ ବଲରେ ୱେଷ୍ଟଇଣ୍ଡିଜକୁ ଜିତିବାକୁ ୫ ରନ ଆବଶ୍ୟକ ଥିବାବେଳେ ହୋପ୍ ଚୌକା ମାରିଥିଲେ। ଫଳରେ ମ୍ୟାଚ୍ ଟାଇ ହୋଇଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜକୁ ୩୨୨ ର ଟାର୍ଗେଟ ଦେଇଥିଲା ଭାରତ । ୱେଷ୍ଟଇଣ୍ଡିଜ୍ ଦମଦାର ପ୍ରଦର୍ଶନ କରିଥିଲା

ବୁଧବାର ସ୍ଥାନୀୟ ଓ୍ବାଇ.ଏସ୍‌. ରାଜଶେଖର ଷ୍ଟାଡିୟମରେ ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ୧୫୭ ରନର ଶତକୀୟ ପାଳି ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ହରାଇ ୩୨୧ ରନ ସଂଗ୍ରହ କରିଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ ୭ ଉଇକେଟ ହରାଇ ୩୨୧ ରନରେ ସୀମିତ ରହିବା ଫଳରେ ମ୍ୟାଚ୍‌ ଟାଇ ହୋଇଥିଲା। ଏଥି ସହିତ ୫ ମ୍ୟାଚ୍‌ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଭାରତ ତା’ର ୧-୦ ଅଗ୍ରଣୀକୁ ବଜାୟ ରଖିଛି। କୋହଲି ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

odi

ଗତକାଲି ଇନିଂସ ବେଳେ ଅନେକ ରେକର୍ଡ଼ କରିଥିଲେ ବିରାଟ କୋହଲି। ଦିନିକିଆରେ ୧୦ ହଜାର ରନ୍ ପୂରଣ କରିବାରେ ସେ ହେଉଛନ୍ତି ଦ୍ରୁତତମ ଖେଳାଳି । ସେ ୨୦୫ ଇନିଂସରେ ଏହି ସଫଳତା ଲାଭ କରି ସଚିନଙ୍କ ରେକର୍ଡ଼ ଭାଙ୍ଗିଛନ୍ତି ।

ଏହା ସହିତ ୨୦୧୮ କ୍ୟାଲେଣ୍ଡର ଇୟରରେ ୧୦୦୦ ରନ୍ ଏବଂ ଭାରତ ମାଟିରେ ୪୦୦୦ ରନ୍ ପୂରଣ କରିଛନ୍ତି । ଚଳିତ ବର୍ଷ ମାତ୍ର ୧୧ଟି ଇନିଂସ ଖେଳି ସେ ୧ ହଜାର ରନ୍ ପୂରଣ କରିଛନ୍ତି । କୋହଲି ୧୨୯ ବଲରେ ଅପରାଜିତ ୧୫୭ ରନ୍ କରିଥିଲେ । ଏଥିରେ ରହିଛି ୧୩ଟି ଚୌକା ଓ ୪ଟି ଛକା ।

ପଢନ୍ତୁ;ସିବିଆଇର ନିର୍ଦ୍ଦେଶକ ହେଲେ ଏମ.ନାଗେଶ୍ୱର ରାଓ

Related posts

ମୋଡ୍ରିକଙ୍କୁ ଫିଫା ଶ୍ରେଷ୍ଠ ଖେଳାଳି ପୁରସ୍କାର

ENO Beuro

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ : କୋହଲି ଓ ପୂଜାରା ନିଜ ସ୍ଥାନ ବଜାୟ ରଖିଲେ , ରବିଚନ୍ଦ୍ରନ ଅଶ୍ୱିନ୍‌ ତଳକୁ ଖସିଲେ

ENO Beuro

ଫୋର୍ବସ ଧନୀ ତାଲିକା: ସର୍ବାଧିକ ଆୟକାରୀ ମହିଳା କ୍ରୀଡ଼ାବିତ୍‍ ତାଲିକାର ସପ୍ତମ ସ୍ଥାନରେ ସିନ୍ଧୁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More