News

ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମୋଦିଙ୍କ ଆହ୍ଵାନ : ଭାରତ ଏକ ହୋଇ ଲଢ଼ିବ ଓ ଜିତିବ

ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ମୋଦିଙ୍କ ଆହ୍ଵାନ ଭାରତ ଏକ ହୋଇ ଲଢ଼ିବ ଓ ଜିତିବ..

ଭାରତ ଏବେ ବିକାଶ ପଥରେ ବଢ଼ିବାରେ ଲାଗିଛି। ମାତ୍ର ପାକିସ୍ତାନର ବାରମ୍ବାର ଆକ୍ରମଣ ଏହି ବିକାଶ ଧାରାରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ବର୍ତମାନ ଭରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଛକାପଞ୍ଝା ରେ ଯୁଦ୍ଧ ପରିସ୍ଥିତି ରହଥିବାବେଳେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ଏକ ହୋଇ ଲଢିବା ପାଇଁ କହିଛନ୍ତି ମୋଦି।  ଶତ୍ରୁ ଆମକୁ ବିଭେଦ କରିବାକୁ ଚେଷ୍ଟା କରି ଆତଙ୍କବାଦୀ ଆକ୍ରମଣ କରୁଛି। ଶତ୍ରୁ ସହ ଲଢିବା ଲାଗି ସାରା ଦେଶ ଏକାଠି ହେବା ଦରକାର। ଭାରତୀୟ ସେନା ଉପରେ ଆମର ବିଶ୍ୱାସ ରହିଛି। ଶତ୍ରୁ ପକ୍ଷ ଚାହିଁଲେ ବି ଆମର କୌଣସି କ୍ଷତି ପହଞ୍ଚାଇ ପାରିବ ନାହିଁ ବୋଲି ମୋଦୀ କହିଛନ୍ତି।

ଦେଶ ଭିତରେ ଓ ସୀମାରେ ଦିନରାତି ଏକାଠି କରି ନିଜ ବୀରତ୍ୱ ପ୍ରକାଶ କରୁଥିବା ବୀର ଯବାନଙ୍କ ପ୍ରତି ଆମେ କୃତଜ୍ଞ। ସେମାନେ ଅଛନ୍ତି ବୋଲି ଆମ୍ଭେ ଅଛୁ। ରାଷ୍ଟ୍ର ନିର୍ମାଣର ଏହି ମହାଯଜ୍ଞରେ ଯିଏ ଯେଉଁ ଦାୟିତ୍ୱ ସହ ଏକଜୁଟ୍‌ ହୋଇଛନ୍ତି, ସେମାନେ ପୂରା ଦାୟିତ୍ୱର ସହ କାର୍ଯ୍ୟ ସମ୍ପାଦନା କରି ଚାଲନ୍ତୁ। ପୂର୍ବ ଅପେକ୍ଷା ଅଧିକ କାମ କରନ୍ତୁ। ଦେଶର ପ୍ରଗତି ପଥରେ ସମସ୍ତେ ଏକାଠି ହୋଇ ଆଗକୁ ବଢ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
ପଢନ୍ତୁ;ଆମେରିକାର ପାକିସ୍ତାନକୁ କଡ଼ା ଚେତାବନୀ ;ଆତଙ୍କବାଦୀ ସଙ୍ଗଠନଗୁଡିକ ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ

Related posts

ଫେସବୁକର ସଂସ୍ଥାପକ ଜୁକରବର୍ଗଙ୍କୁ ଝଟକା, କୋଟି କୋଟି ୟୁଜର୍ସଙ୍କ ଡାଟା ଲିକ୍!

ENO Beuro

ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦି,ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ପକ୍ଷ ରଖିବେ ପ୍ରଧାନମନ୍ତ୍ରୀ

ENO Beuro

ବି.କେ ଶର୍ମା ହେଲେ ଇନ୍‌ଚାର୍ଜ ପୁଲିସ୍ ଡିଜି

Ratnamani Moharana

Leave a Comment