EnewsOdia.Com

ସୁପର ଓଭରରେ ନ୍ୟୁଜଲାଣ୍ଡକୁ ପୁଣି ଝଟ୍‌କା

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୪ର୍ଥ ଟି୨୦ ସ୍କୋର ଟାଇ ହୋଇଥିଲା । ରୋମାଞ୍ଚକର ମୁକାବିଲାରେ ୧୬୬ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା କିଓ୍ୱି ଦଳ ଟାଇ କରିବାକୁ ସମର୍ଥନ ହୋଇପାରିଥିଲା । କଲେନ୍ ମନରୋ ସର୍ବାଧିକ ୬୪ ରନ ବଳରେ ୭ ଓ୍ୱିକେଟରେ ୧୬୫ ରନ କରିପାରିଥିଲା। ଭାରତ ଶେଷ ଓଭରରେ ମାପଚୂପ ବୋଲିଂ କରି ମ୍ୟାଚ୍ ପ୍ରଥମେ ସ୍କୋରକୁ ଟାଇ ରଖିଦେଇଥିଲା। ପରେ ସୁପର ଓଭରରେ ମ୍ୟାଚର ଫଇସଲା ହୋଇଥିଲା। ଏଥିରେ ଭାରତ ବିଜୟୀ ହୋଇଛି। ଭାରତ ମ୍ୟାଚ୍ ବିଜୟୀ ସହ ୪-୦ରେ ସିରିଜ ଜିତି ନେଇଛି।

ସୁପର ଓଭରରେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ସୀମିତ ୧ଓଭରରେ କିଓ୍ବି ଦଳ ୧୩ରନ କରିଥିଲା । ଭାରତୀୟ ଓପନର କେ.ଏଲ୍. ରାହୁଲ ଓ ବିରାଟ କୋହଲି ୧୪ରନ୍‌ର ପିଛା କରିବାକୁ ପଡିଆକୁ ଓହ୍ଲାଇଥିଲେ । ରାହୁଲ ୨ଟି ବଲ୍‌ ଖେଳି ୧୦ ରନ କରି ଆଉଟ ହୋଇଥିଲେ । ପରେ ବିରାଟ କୋହଲି ସୁପର ଓଭରର ୫ମ ବଲ୍‌ରେ ୪ମାରି ଟାର୍ଗେଟ ହାସଲ କରିଥିଲେ । ତେବେ ଦଳ ଗୋଟିଏ ଓ୍ବିକେଟ ହରାଇ ବିଜୟୀ ହୋଇଛି । ଭାରତ ସିରିଜରେ ୪-୦ରେ ଆଗୁଆ ରହିଛି ।

ପଢନ୍ତୁ: ସୁପର ଓଭରରେ ଟିମ ଇଣ୍ଡିଆର ସୁପର ବିଜୟ

ସମ୍ବନ୍ଧିତ ଖବର

‘ଏକ ଭାରତ ଶ୍ରେଷ୍ଠ ଭାରତ’ ଯୋଜନାରେ ଯୁବ ଯାତ୍ରୀଙ୍କୁ ରିହାତି

Ratnamani Maharana

ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ଏକ କ୍ୟାବିନ୍‌ରେ ବସିବାକୁ ଡରୁଛନ୍ତି ମନ୍ତ୍ରୀ

Ratnamani Maharana

ନୂଆବର୍ଷରେ ପତ୍ନୀଙ୍କୁ ପିଆଜର ଫୁଲତୋଡ଼ା ଉପହାର ଦେଲେ ସ୍ୱାମୀ

Ratnamani Maharana

୬ ଦିନ ବଦଳରେ ୪ ଦିନ କାର୍ଯ୍ୟଦିବସ ପାଇଁ ପ୍ରସ୍ତାବ

Ratnamani Maharana

ମହଙ୍ଗା ହେବ ଚିନି!

Ratnamani Maharana

ମାର୍ଚ୍ଚ ୨୨ରୁ ୨୯ ପର୍ଯ୍ୟନ୍ତ ଭାରତରେ ମନା ଅନ୍ତରାଷ୍ଟ୍ରୀୟ ବିମାନ

Ratnamani Maharana