ଭାରତ ଏସିଆ କପ୍‍ ଚମ୍ପିଅନ, ବାଂଲାଦେଶକୁ ୩ୱିକେଟରେ ହରାଇଲା

india

ଭାରତ ହାସିଲ କଲା ସପ୍ତମ ଟାଇଟଲ

ଭାରତକୁ ମିଳିଲା ସପ୍ତମ ଟାଇଟଲ। ଏସିଆ କପ୍‌ ଫାଇନାଲ୍‌ ମୁକାବିଲେରେ ଶେଷ ବଲ୍‌ରେ ରୋମାଞ୍ଚକର ବିଜୟ । ବାଲାଂଦେଶକୁ ୩ ଓ୍ଵିକେଟରେ ହରାଇ ସପ୍ତମ ଥର ଏସିଆ କପ୍‌ ଟାଇଟଲ୍‌ ହାସଲ କରିଛି। ଗତକାଲି ଫାଇନାଲ୍‌ ମ୍ୟାଚ୍‌ ବେଶ ଉତ୍କଣ୍ଠାପୂର୍ଣ୍ଣ ଓ ରୋମାଞ୍ଚକର ଥିଲା। ପ୍ରଥମେ ବ୍ୟାଟିଂ କରି ବାଲାଂଦେଶ ୨୨୨ ରନ୍‌ କରିଥିଲା । ୨୨୩ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ଭାରତ ପ୍ରଥମରୁ ଭଲ ଆରମ୍ଭ କରିଥିଲା । ତେବେ ଭାଗିଦାରୀ ନହେବାରୁ ଶେଷ ପର‌୍ୟ୍ୟନ୍ତ ସଂଘର୍ଷ କରିଥିଲା ଦଳ । ଶେଷ ଓଭରରେ ୬ ରନ୍‌ ଦରକାର ଥିବା ବେଳେ ଶେଷ ବଲ୍‌ରେ ବିଜୟୀ ହୋଇଥିଲା ଭାରତ । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୪୮ ରନ୍‌ କରିଥିବା ବେଳେ ଦୀନେଶ କାର୍ତ୍ତିକ ୩୭, ଧୋନି ୩୬, କେଦାର ଯାଦବ ଅପରାଜିତ ୨୭ ରନ୍‌ କରିଥିଲେ।

india

ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହମାନ ଓ ରୁବେଲ ହାସନ ୨ଟି ୱିକେଟ୍‌ ଲେଖାଏ ୱିକେଟ୍ ନେଇଥିବା ବେଳେ ନିଜାମୁଲ ଇସ୍‌ଲାମ, ମହାମୁଦୁଲ୍ଲା ଓ ଅଧିନାୟକ ମର୍ଶଫିମର୍ତଜା ଗୋଟିଏ ଲେଖାଏ ୱିକେଟ୍‌ ପାଇଥିଲେ।

ଟିମ୍‌ ଇଣ୍ଡିଆ ପକ୍ଷରୁ ଚାଇନା ମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଅଣ୍ଡର ଆର୍ମ ସ୍ପିନର୍‌ କେଦାର ଯାଦବ ଦୁଇଟି, ୟୁଜବେନ୍ଦର ଚହଲ ଗୋଟିଏ ଓ ଯଶପ୍ରୀତ୍‌ ବୁମରା ୧ଟି ୱିକେଟ୍‌ ନେଇଥିଲେ। ବାଂଲାଦେଶର ୩ ଜଣ ବ୍ୟାଟସ୍‌ମ୍ୟାନ୍‌ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ।ସୂଚନାଯୋଗ୍ୟ,ପୂର୍ବରୁ ଭାରତ ୧୯୮୪, ୧୯୮୮, ୧୯୯୦/୧୯୯୧, ୧୯୯୫, ୨୦୧୦ ଓ ୨୦୧୬ରେ ଏସିଆ କପ୍‌ ଚାମ୍ପିଅନ୍‌ ହୋଇଥିଲା । ସେପଟେ ତୃତୀୟ ଥର ପାଇଁ ଏସିଆ କପ୍‌ ଫାଇନାଲ୍‌କୁ ଯାଇଥିଲେ ବି ବାଲାଂଦେଶ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି ।

ପଢନ୍ତୁ;  ବାସ୍ତୁଶାସ୍ତ୍ର ଅନୁସାରେ ଘରେ କର୍ପୁର ରଖିବା ଦ୍ଵାରା କଣ ଲାଭ ହୋଇଥାଏ ,ଆସନ୍ତୁ ଜାଣିବା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More