SPORTS

ଏସୀୟ କ୍ରୀଡ଼ା:ସ୍ୱର୍ଣ୍ଣ ପଦକ ଜିତିଲେ ବକ୍ସର ଅମିତ

By ENO Beuro

September 01, 2018

ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ବକ୍ସିଂରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି, ଅମିତ ପଙ୍ଗଲ । ୪୯ କେଜି ବର୍ଗରେ ଉଜବେକିସ୍ତାନର ହସନବୟ ଦୁସାମାତୋବଙ୍କୁ ହରାଇଛନ୍ତି ଅମିତ । ଅମିତ ପଙ୍ଗଲ ଦୁସାମାତୋବଙ୍କୁ ୩-୨ରେ ପରାସ୍ତ କରିଛନ୍ତି । ଏହି ପଦକ ସହ ଏସୀୟ କ୍ରୀଡ଼ାରେ ରେକର୍ଡ କରିଛି ଭାରତ । ଭାରତର ପଦକ ସଂଖ୍ୟା ୬୬ରେ ପହଞ୍ଚିଛି । ଏଥିରେ ରହିଛି ୧୪ଟି ଗୋଲ୍ଡ ମେଡାଲ

ତେବେ ଚଳିତ ପ୍ରତିଯୋଗିତାରେ ପ୍ରଥମ ଭାରତୀୟ ବକ୍ସର ଭାବେ ସେ ଶ୍ରେଷ୍ଠ ସଫଳତା ପାଇଛନ୍ତି ଅମିତ। ଅମିତ ୮ମ ଭାରତୀୟ ବକ୍ସର ଭାବେ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କ ପୂର୍ବରୁ ବିଜେନ୍ଦର ସିଂ ଓ ବିକାଶ କ୍ରିଷ୍ଣନ ଅନ୍ତିମ ଥର ସ୍ୱର୍ଣ୍ଣ ଜିତିଥିଲେ। ଗତ ସଂସ୍କରଣରେ କେବଳ ମେରୀକମ୍‌ ସ୍ୱର୍ଣ୍ଣ ପଦକ ହାତେଇଥିଲେ।

ପଢନ୍ତୁ;ବିମାନବନ୍ଦରରୁ ପୁଣି ୧୦.୫୬ ଲକ୍ଷର ସୁନା ଜବତ