SPORTS

ତୃତୀୟ ଟି-୨୦: ରୋହିତଙ୍କ ଅପରାଜିତ ଶତକ, ସିରିଜ ଜିତିଲା ଭାରତ

ରୋହିତ ଶର୍ମା (୧୦୦*)ଙ୍କ ଅପରାଜିତା ଶତକ ବଳରେ ଭାରତ ଘରୋଇ ଇଂଲଣ୍ଡକୁ ୭ ୱିକେଟରେ ହରାଇ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ ରେ ଜିତିନେଇଛି। ଇଂଲଣ୍ଡ ଦ୍ଵାରା ଧାର୍ୟ୍ୟ ୧୯୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ ରୋହିତଙ୍କ ୧୦୦ ଓ ଅଧିନାୟକ କୋହଲିଙ୍କ ୪୩ ରନ ବଳରେ ୧୮.୪ ଓଭରରେ ୩ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି। ଏହା ବାଦ୍ ହାର୍ଦ୍ଦିକ ପାଣ୍ଡ୍ୟା ୧୪ଟି ବଲରୁ ୩୩ ରନ ବିସ୍ଫୋରକ ପାଳି ଖେଳି ଦଳର ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଭାରତ ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ସିରିଜ୍‌ ଜିତିବା ପାଇଁ ଇଣ୍ଡିଆକୁ ୧୯୯ରନ୍‌ ଟାର୍ଗେଟ୍‌ ଦେଇଛି ଇଂଲଣ୍ଡ। ଦଳ ପକ୍ଷରୁ ଜେସନ୍‌ ରୟ ୩୧ ବଲ୍‌ରେ ୪ ଟି ଚୌକା ୭ ଟି ଛକା ସାହାଯ୍ୟରେ ଧୂଆଁଦାର ୬୭ ରନ୍‌ କରିଛନ୍ତି।୧୯୯ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ୨୧ ରନ୍‌ରେ ତା’ର ପ୍ରଥମ ୱିକେଟ୍ ହରାଇଛି। ଶିଖର ଧାୱନ ମାତ୍ର ୫ ରନ୍‌ କରି ପ୍ୟାଭିଲିୟନ୍‌କୁ ଫେରିଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ ୨ ୱିକେଟ୍‌ ବିନିମୟରେ ୧୨ ଓଭର୍‌ରେ ସଂଗ୍ରହ କରିଛି ୧୨୫ ରନ୍‌। ରୋହିତ ଶର୍ମା ୭୦ ଓ ବିରାଟ କୋହଲି ୩୨ ରନ୍‌ କରି ଅପରାଜିତ ରହିଛନ୍ତି।

ରୋହିତଙ୍କ ଶତକ

ଏହି ମ୍ୟାଚରେ ରୋହିତଙ୍କ ଶତକ ଦମରେ ଭାରତ ଇଂଲଣ୍ଡ ବିପକ୍ଷ ଟି ୨୦ ସିରିଜକୁ ଜିତିବାରେ ସଫଳ ହୋଇଛି। ଟି ୨୦ରେ ରୋହିତଙ୍କ ଏହା ହେଉଛି ତୃତୀୟ ଶତକ। ସେ ୫୬ଟି ବଲରୁ ୧୧ ଚୌକା ଓ ୫ ଛକା ବଳରେ ଶତକ ଅର୍ଜନ କରିଛନ୍ତି।

ପଢନ୍ତୁ; ମୃତ୍ୟୁ ଗୁମ୍ଫାରୁ ଉଦ୍ଧାର ହେଲେ ୪ ଫୁଟବଲ ଖେଳାଳି

Related posts

ଏସିଆ କପ୍ ସୁପର-୪ ପର୍ଯ୍ୟାୟ: ଆଜି ଭାରତ-ଆଫଗାନିସ୍ତାନ ମୁକାବିଲା

ENO Beuro

ନେହରାଙ୍କୁ ଭାରତର ବିଜୟ ଭେଟି, ଭାରତ ୫୩ ରନ୍‌ରେ ବିଜୟୀ

ENO Beuro

ସୁପରକିଙ୍ଗ୍‌ସକୁ ୪ ୱିକେଟରେ ହରାଇଲା ରୟାଲ୍ସ 

ENO Beuro

Leave a Comment