News

ପାକିସ୍ତାନକୁ ମୋଷ୍ଟ ଫେଭରଡ ନେସନ ମାନ୍ୟତାରୁ କାଟିଲା ଭାରତ

jait

ପୁଲୱାମା ଆତଙ୍କବାଦ ଆକ୍ରମଣକୁ ଭାରତର କଡା ଜବାବ

ପାକିସ୍ତାନର ଆତଙ୍କବାଦ ସଂଗଠନ ଜୈସ-ଇ-ମହମ୍ମଦ ଦ୍ଵାରା ଜାମ୍ମୁ କାଶ୍ମୀରର ପୁଲୱାମା ଜିଲ୍ଲାରେ ହୋଇଥିବା ଆତ୍ମଘାତି ହମଲାର ଜବାବ ରଖିଛି ଭାରତ। ଭାରତ ଏବେ ମୋଷ୍ଟ ଫେଭରଡ ନେସନ ମାନ୍ୟତାରୁ ପାକିସ୍ତାନକୁ ବାଦ ଦେଇଛି । ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି ।

୧୯୯୬ରେ ଭାରତ ପକ୍ଷରୁ ଦିଆଯାଇଥିଲା ଏହି ମାନ୍ୟାତା

ସେ କହିଛନ୍ତି ଯେ ୨୦୧୬ ସେପ୍ଟେମ୍ବରରେ ଏଭଳି ଆତଙ୍କବାଦୀ ଆକ୍ରମଣ ଯେତେବେଳେ ହୋଇଥିଲା, ସେତେବେଳେ କେନ୍ଦ୍ର ସରକାର ପାକିସ୍ତାନ ବିରୁଦ୍ଧରେ ଏଭଳି କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇ ପାରିନଥିଲେ , କିନ୍ତୁ ଏବେ ଏଥିଲାଗି ବିଦେଶ ମନ୍ତ୍ରାଳୟ ଏ ନେଇ ପ୍ରକ୍ରିୟା ଆରମ୍ଭ କରିଛି। ଏହାଫଳରେ ପାକିସ୍ତାନ ଅଲଗା ହୋଇଯିବ ବୋଲି ଜେଟ୍‌ଲୀ କହିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲା ଗୋରିପୋରାରେ ଗୁରୁବାର ଆତଙ୍କବାଦୀଙ୍କ ଦ୍ୱାରା ଉମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌(ଆଇଇଡି) ବିସ୍ଫୋରଣ କରାଯାଇଛି। ଏଥିରେ ସିଆର୍‌ପିଏଫ୍‌ର ୪୪ଜଣ ସିଆରପିଏଫ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଫଳରେ ପ୍ରାୟ ୪୦ ସୁରକ୍ଷାକର୍ମୀ ଆହତ ମଧ୍ୟ ହୋଇଛନ୍ତି।

ପଢନ୍ତୁ;  ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Related posts

ସାର୍କ ସମ୍ମିଳନୀକୁ ଯିବନି ଭାରତ,ଆତଙ୍କବାଦ ବନ୍ଦ ନହେବା ଯାଏ କଥାବାର୍ତ୍ତା ବନ୍ଦ

ENO Beuro

Seven Judo Talents Selected To Take Part In The National Judo Championship

ENO Beuro

ଏମଆରଆଇ ମେସିନରେ ଫସିବାରୁ ଯୁବକଙ୍କ ଦୁଃଖଦ ମୃତ୍ୟୁ

ENO Beuro

Leave a Comment