SPORTS

ମହିଳା ଦିନିକିଆ ସିରିଜ୍ ଜିତିଲା ଭାରତ

india

ନ୍ୟୁଜଲାଣ୍ଡ ଗସ୍ତରେ ଭାରତୀୟ ମହିଳା କ୍ରିକେଟ ଦଳ ଆଧିପତ୍ୟ ଜାରି ରଖି ଦିନିକିଆ ସିରିଜ କବଜା କରିଛି। ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ଵିତୀୟ ମୁକାବିଲାରେ ଭାରତ ୮ ୱିକେଟରେ ବିଜୟୀ ହୋଇଛି। ବେ ଓଭାଲ ଗ୍ରାଉଣ୍ଡରେ ଅନୁଷ୍ଟିତ ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ନ୍ୟୁଜଲାଣ୍ଡ ୪୪.୨ ଓଭରରେ ୧୬୧ ରନ କରି ଆଲ ଆଉଟ ହୋଇ ଯାଇଥିଲା। ଜବାବ୍ ରେ ଭାରତ ୩୫.୨ ଓଭରରେ ୨ ୱିକେଟ ହରାଇ ବିଜୟ ହାସଲ କରିଥିଲା।

ତେବେ ସ୍ମୃତି ମନ୍ଧାନା ଓ ମିତାଲି ରାଜ ତୃତୀୟ ୱିକେଟ୍‌ ପାଇଁ ଅପରାଜିତ ୧୫୧ ରନ୍‌ର ଭାଗୀଦାରି କରି ଦଳକୁ ବିଜୟୀ କରାଇଥିଲେ। ଜିତିବାକୁ ୧ ରନ୍‌ ଥିବା ବେଳେ ମିତାଲି ରାଜ ଏକ ବିଶାଳ ଛକା ମାରି ମ୍ୟାଚ୍‌ ସହ ସିରିଜ୍‌ ଦଖଲ କରିଥିଲେ। ମନ୍ଧାନା ୮୨ଟି ବଲ୍‌ରେ ୯୦ ଓ ମିତାଲି ୧୧୧ଟି ବଲ୍‌ରେ ୬୩ ରନ୍‌ କରିଥିଲେ।

ଅଷ୍ଟ୍ରେଲିଆ ୯ ମ୍ୟାଚ୍‌ରୁ ୮ ବିଜୟ ସହିତ ୧୬ ପଏଣ୍ଟ୍‌ ପାଇ ଶୀର୍ଷରେ ରହିଛି। ଭାରତ ୧୧ ମ୍ୟାଚ୍‌ରୁ ୬ ବିଜୟ ହାସଲ କରି ସମାନ ସଫଳତା ପାଇଥିବା ନ୍ୟୁଜିଲାଣ୍ଡ୍‌କୁ ନେଟ୍ ରନ୍‌ ରେଟ୍‌ (ଏନ୍‌ଆର୍‌ଆର୍‌)ରେ ପଛରେ ପକାଇଛି। ଇଂଲଣ୍ଡ ୯ ମ୍ୟାଚ୍‌ରୁ ୫ ବିଜୟ ସହ ଚତୁର୍ଥରେ ରହିଛି।

ପଢନ୍ତୁ;  ସାମ୍ବାଦିକ ପ୍ରିୟା ରମାନିଙ୍କୁ ସମନ 

Related posts

ଶ୍ରୀଲଙ୍କା-ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ କୋଲକାତାର ଇଡେନ ଗାର୍ଡେନରେ ଆରମ୍ଭ ହୋଇ ସାରିଛି

ENO Beuro

ପ୍ରଥମ ଦିନିକିଆ:ବାଂଲାଦେଶକୁ ୮ ୱିକେଟରେ ହରାଇଲା ନ୍ୟୁଜିଲାଣ୍ଡ

ENO Beuro

ଆରସିବିର ସହକାରୀ କୋଚ ଭାବେ ନିଯୁକ୍ତ ହେଲେ ନେହେରା

ENO Beuro

Leave a Comment