SPORTS

ପ୍ରଥମ ମହିଳା ଦିନିକିଆ: ଭାରତ ୬୬ ରନରେ ଜିତିଲା

india

ଇଂଲଣ୍ଡକୁ ୬୬ ରନ୍‌ରେ ହରାଇଲା ଭାରତ

ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଖେଳାଯାଇଥିବା ଦିନିକିଆରେ ଘରୋଇ ଭାରତ ୬୬ ରନରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ମହିଳା ଦଳ ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୦୨ ରନ ସଂଗ୍ରହ କରିଥିଲେ।

ଘରୋଇ ଦଳ ପରେ ଇଂଲଣ୍ଡକୁ ୧୩୬ ରନରେ ଅଲ୍‌ ଆଉଟ କରିଦେଇଥିଲା। ଭାରତ ପକ୍ଷରୁ ସଫଳ ବୋଲର ଭାବେ ଏକତା ବିସ୍ତ୍‌ ୪ଟି ଉଇକେଟ ଅକ୍ତିଆର କରିଥିବାବେଳେ ଏସ. ପାଣ୍ଡେ ଓ ଡିଭି ଶର୍ମା ଦୁଇଟି ଲେଖାଏଁ ଉଇକେଟ ହାସଲ କରିଥିଲେ।

ସ୍କୋର ୯୫ ରନ ଥିବା ବେଳେ ୫ ଜଣ ଖେଳାଳି ପାଭଲିଅନ ଫେରିଥିଲେ। ଅଧିନାୟିକା ମିତାଲି ରାଜ (୪୪), ତାନିଆ ଭାଟିଆ (୨୫) ଓ ଝୁଲନ ଗୋସ୍ୱାମୀ (୩୦) ରନ କରିଥିଲେ।

ସ୍କୋର:-

ଭାରତ: ୪୯.୪ ଓଭରରେ ୨୦୨/ଅଲଆଉଟ (ଜେମିମା. ରୋଡ୍ରିଗୁଏଜ୍‌-୪୮; ସୋଫି. ଇକ୍ଲେଷ୍ଟୋନ୍‌-୨/୨୭)।

ଇଂଲଣ୍ଡ: ୪୧ ଓଭରରେ ୧୩୬/ଅଲଆଉଟ (ନାଟାଲି ସ୍କିଭର-୪୪, ହିଥର ନାଇଟ୍‌-୩୯*; ଏକତା ବିସ୍ତ୍‌-୪/୨୫)।

ପଢନ୍ତୁ;  ପୁଲୱାମା ସହିଦ ଦୁଇ ଓଡିଆଙ୍କୁ ସହାୟତା ଦେଲେ ଓଲିଉଡ ଷ୍ଟାର ଅର୍ଦ୍ଧେନ୍ଦୁ

Related posts

ଓଡ଼ିଆ ଝିଅ ପୂର୍ଣ୍ଣିମା ହେମ୍ବ୍ରମ୍‌ ଏସୀୟ ଇନ୍‌ଡୋର୍‌ ଦୌଡ଼କୁଦରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି

ENO Beuro

ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ : ଧୋନୀ,କୋହଲି, ପାଣ୍ଡ୍ୟାଙ୍କୁ ବିଶ୍ରାମ, ରୋହିତଙ୍କୁ ଅଧିନାୟକ ଦାୟିତ୍ଵ

ENO Beuro

ହକି ବିଶ୍ଵକପ: ବେଲଜିୟମ ନୂଆ ବିଶ୍ଵ ଚାମ୍ପିୟନ

ENO Beuro

Leave a Comment