SPORTS

ନେହରାଙ୍କୁ ଭାରତର ବିଜୟ ଭେଟି, ଭାରତ ୫୩ ରନ୍‌ରେ ବିଜୟୀ

ବାମହାତୀ ଦ୍ରୁତ ବୋଲର ଆଶିଷ ନେହରାଙ୍କୁ ବିଜୟ ଭେଟି ଦେଇଛି ଭାରତ । ନେହରାଙ୍କ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଟେ୍ଵଣ୍ଟି-୨୦ରେ ନ୍ୟୁଜିଲାଣ୍ଡ ଦଳକୁ ୫୩ ରନ୍‌ରେ ହରାଇ ତାଙ୍କ ବିଦାୟୀକୁ ସ୍ମରଣୀୟ କରି ଦେଇଛି।

ଭାରତୀୟ ଦଳ ଦିଲ୍ଲୀର ଫିରୋଜଶାହା କୋଟଲା ଷ୍ଟାଡିୟମରେ ଖେଳାଯାଇଥିବା ସିରିଜର ପ୍ରଥମ  ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫୩ ରନରେ ପରାଜିତ କରି ୧୦ ବର୍ଷ ପରେ କ୍ଵିଓ୍ଵି ବିରୋଧରେ ପ୍ରଥମ ବିଜୟ ହାସଲ କରିଛି । ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ମଧ୍ୟରେ ୨୦୦୭ରେ ପ୍ରଥମ ଟି-୨୦ ମ୍ୟାଚ ଖେଳିଥିଲେ। ଭାରତ ୫ ଟେ୍ଵଣ୍ଟି-୨୦ ଖେଳିଥିଲେ ମଧ୍ୟ କୌଣସି ଗୋଟିକୁ ନ୍ୟୁଜିଲାଣ୍ଡରୁ ଜିତି ପାରି ନଥିଲା । ୧୦ ବର୍ଷ ପରେ ଅର୍ଥାତ ୨୦୧୭ରେ  ଯାଇ ଭାରତ ନ୍ୟୁଜିଲାଣ୍ଡକୁ ଟି-୨୦ ମ୍ୟାଚରେ ପରାଜିତ କରି କୋଟଲା ଗ୍ରାଉଣ୍ଡରେ ବିରାଟ ବାହିନୀ ଏହି ପରାଜୟଧାରା ଭଙ୍ଗ କରିଛି।

ନ୍ୟୁଜିଲାଣ୍ଡ ସଂପ୍ରତି ଟେ୍ଵଣ୍ଟି-୨୦ ମାନ୍ୟତାର ପ୍ରଥମ ସ୍ଥାନରେ ଥିବାରୁ ତାକୁ ହରାଇବା ଭାରତୀୟ ଦଳର ଖୁସିକୁ ଦ୍ୱିଗୁଣିତ କରିଛି। ବୁଧବାର ମ୍ୟାଚ୍‌ କିନ୍ତୁ ଥିଲା ପୂରା ଏକତରଫା। ଭାରତ ୨୦୩ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ହେଲେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇ ନ୍ୟୁଜିଲାଣ୍ଡ ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ମାତ୍ର ୧୪୯ ରନ୍‌ କରି ପାରିଥିଲା। ନେହରା ୪ ଓଭର ବୋଲିଂ କରି ୨୯ ରନ୍‌ ବିନିମୟରେ କୌଣସି ଓ୍ଵିକେଟ୍‌ ନେଇ ନଥିଲେ। ହେଲେ ଅଭିଜ୍ଞତାରୁ ଭାରତ ବୋଲରଙ୍କୁ ବହୁତ ଫାଇଦା ମିଳିଥିଲା ।

ନେହରାଙ୍କୁ ଭାରତର ବିଜୟ ଭେଟି, ଭାରତ ୫୩ ରନ୍‌ରେ ବିଜୟୀ

ପଢନ୍ତୁ, ଲଘୁଚାପ ହେତୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆସନ୍ତା ୪ରୁ ବର୍ଷା ସମ୍ଭାବନା, ବଢ଼ିବ ଶୀତ

Related posts

ମା’ ହେବେ ସାନିଆ ମିର୍ଜା

ENO Beuro

ବିବାହ ବନ୍ଧନରେ ସାଇନା-କାଶ୍ୟପ

ENO Beuro

ଦ୍ଵିତୀୟ ଟି-୨୦: ରୋହିତଙ୍କ ଦୀପାବଳି ଭେଟି,ସିରିଜ ଜିତିଲା ଭାରତ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More