SPORTS

ସେଞ୍ଚୁରିଅନ୍ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୮ ଓ୍ଵିକେଟରେ ପରାସ୍ତ କଲା ଭାରତ

୫-୧ରେ ସିରିଜ୍ ଜିତିଲା ଭାରତ

ଇତିହାସ ରଚିଛି ଭାରତଟିମ।ସେଞ୍ଚୁରିଅନ୍ ଦିନିକିଆକୁ ଭାରତ ଅତି ସହଜରେ ୮ ଓ୍ଵିକେଟରେ ଜିତି ନେଲା । ତା’ ସହ ୬ ଟିକିଆ ଶୃଙ୍ଖଳାରେ ୫-୧ରେ ବିଜୟ ହାସଲ କଲା । ଦକ୍ଷିଣ ଆଫ୍ରିକାରେ ଅତୀତର କୌଣସି ଭାରତୀୟ ଦଳ ଯାହା କରି ନଥିଲା ବିରାଟ ବାହିନୀ ତାହା କରି ଦେଖାଇଲା । ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ଅଭୁଲା ଦିନିକିଆ ଶୃଙ୍ଖଳାର ଶେଷ ମୁକାବିଲାରେ ମଧ୍ୟ ଜବରଦସ୍ତ ବିଜୟ ହାସଲ କଲା । ଅଧିନାୟକ ବିରାଟ କୋହଲି (୧୨୯ଞ୍ଚ ରନ୍, ୯୬ ବଲ୍, ୧୯ ଚୌକା, ୨ ଛକା)ଙ୍କ ବିରାଟ ରୂପ ବି ଅପରିବର୍ତିତ ରହିଲା । ୩୫ତମ ଶତକ ହାସଲ କରି ସେଞ୍ଚୁରିଅନରେ ଭାରତକୁ ସେ ଶୃଙ୍ଖଳା ସହ ଲଗାତାର ଦ୍ୱିତୀୟ ବିଜୟ ଉପହାର ଦେଲେ । ଭାରତ ଏଠାରେ ଖେଳା ଯାଇଥିବା ଚଳିତ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲାକୁ ମଧ୍ୟ ଜିତି ନେଇଥିଲା।

ଘରୋଇ ଦଳ ପକ୍ଷରୁ ଲୁଙ୍ଗି ଏନଗିଡିଙ୍କୁ ଦୁଇଟି ସଫଳତା ମିଳିଛି। ମ୍ୟାଚ୍ ବିଜୟୀ ପାଳି ଖେଳିଥିବା କୋହଲି ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହା ସହିତ ସିରିଜରେ ୩ଟି ଶତକ ସହ ସର୍ବାଧିକ ରନ କରିଥିବା କୋହଲି ମ୍ୟାନ ଅଫ ସିରିଜ ବିବେଚିତ ହୋଇଛନ୍ତି।୨୦୫ ରନ ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ୧୯ ରନରେ ରୋହିତଙ୍କ ରୂପେ ପ୍ରଥମ ଓ୍ଵିକେଟ୍ ହରାଇଥିଲା। ଗତ ମ୍ୟାଚରେ ଶତକ ହାସଲ କରି ଦଳକୁ ବିଜୟୀ କରାଇଥିବା ରୋହିତ ଏହି ମ୍ୟାଚରେ ୧୩ ବଲରୁ ୩ଟି ଚୌକା ଜରିଆରେ ୧୫ ରନ କରି ଲୁଙ୍ଗି ଏନଗିଡିଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ଧାଓ୍ଵନ ଓ କୋହଲି ଭାରତର ସ୍କୋରକୁ ଆଗେଇ ନେଇଥିଲେ। ଏହି ଦୁଇ ବ୍ୟାଟମସ୍ୟାନ ଦ୍ଵିତୀୟ ଓ୍ଵିକେଟରେ ୬୧ ରନ ଯୋଡ଼ିଥିଲେ। ୮୧ ରନ ସ୍କୋରରେ ଶିଖର ଧାଓ୍ଵନ ୧୮ ରନ କରି ଏନଗିଡିଙ୍କ ଦ୍ଵିତୀୟ ଶିକାର ହୋଇଥିଲେ।

ଶିଖରଙ୍କ ଆଉଟ୍ ପରେ ଭାରତକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ କୋହଲି ଏବଂ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଆଜିଙ୍କ୍ୟ ରାହାଣେ। ଏହି ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟରେ ୧୨୫ ରନ ଯୋଡି ଭାରତକୁ ଅତି ସହଜ ବିଜୟ ଦେଇଥିଲେ। ଏହି ପାଳିରେ ଅଧିନାୟକ କୋହଲି ବିସ୍ଫୋରକ ବ୍ୟାଟିଂ କରି ଦିନିକିଆ କ୍ୟାରିୟରରେ ୩୫ ତମ ଶତକ ପୂରଣ କରିଛନ୍ତି। କୋହଲି ଶେଷ ପର୍ୟ୍ୟନ୍ତ ୧୨୯ ଏବଂ ଆଜିଙ୍କ୍ୟ ୩୪ ରନ କରି ଅପରାଜିତ ଥିଲେ।

ପଢନ୍ତୁ;

ଆଇପିଏଲର ପ୍ରଥମ ମୁକାବିଲା ହେବ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟରେ

Related posts

ମହିଳା ଟି୨୦ ବିଶ୍ୱକପ୍‌: ଭାରତର ବିଜୟ ଅଭିଯାନ

ENO Beuro

ଆଇପିଏଲ୍‌ : ଚେନ୍ନାଇକୁ ୪ ରନ୍‌ରେ ହରାଇଲା ପଞ୍ଜାବ

ENO Beuro

୨୦୩ ରନରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ :୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ

ENO Beuro

1 comment

Leave a Comment