SPORTS

ପ୍ରଥମଥର ଅଷ୍ଟ୍ରେଲିଆରେ ଟେଷ୍ଟ ଓ ଦିନିକିଆ ସିରିଜ୍ ଜିତିଲା ଭାରତ

ଅଷ୍ଟ୍ରେଲିଆ ବିପକ୍ଷ ନିର୍ଣ୍ଣାୟକ ଦିନିକିଆରେ ଉଭୟ ବୋଲିଂ ଓ ବ୍ୟାଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛି ଟିମ୍‌ ଇଣ୍ଡିଆ। ଟେଷ୍ଟ୍‌ ଭଳି ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ମାଟିରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ଜିତିବାର ଇତିହାସ ରଚିଛି ବିରାଟ୍‌ ବାହିନୀ।

ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ଘରୋଇ ଅଷ୍ଟ୍ରେଲିଆକୁ ୪ଟି ବଲ୍‌ ବାକିଥାଇ ୭ ଉଇକେଟରେ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜକୁ ଭାରତ ୨-୧ ବ୍ୟବଧାନରେ ହାତେଇ ନେଇଛି। ଏହାପୂର୍ବରୁ ଟେଷ୍ଟ ସିରିଜରେ ମଧ୍ୟ ଭାରତ ୨-୧ରେ ବିଜୟୀ ହୋଇଥିଲା। ତେବେ ପ୍ରଥମେ ଖେଳାଯାଇଥିବା ଟି୨୦ ସିରିଜ ୧-୧ରେ ଡ୍ର ରହିଥିଲା।

ଟସ୍‌ ଜିତି ଭାରତ ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪୮.୪ ଓଭରରେ ୨୩୦ ରନ କରି ଅଲଆଉଟ ହୋଇଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ଭାରତ ୪୯.୨ ଓଭରରେ ୩ ଉଇକେଟ ହରାଇ ୨୩୪ ରନ କରି ବିଜୟ ହାସଲ କରିନେଇଛି।

ୟୁଜବେନ୍ଦ୍ର ଚହଲଙ୍କ ଦମଦାର ବୋଲିଂ ଯୋଗୁଁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୩୦ ରନ୍‌ କରିଥିଲା। ଚହଲ ୪୨ ରନ ଦେଇ ୬ ଓ୍ଵିକେଟ ହାସଲ କରିଥିଲେ। ଭାରତକୁ ବିଜୟ ପାଇଁ ୩୨୧ ରନ୍‌ ଟାର୍ଗେଟ ମିଳିଥିଲା।

ପଢନ୍ତୁ; ପ୍ରତିଦିନ ଖାଆନ୍ତୁ ଖଜୁରି, ମିଳିବ ଏହିସବୁ ଫାଇଦା

Related posts

୩୯ ରନରେ ରୋମାଞ୍ଚକ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ 

Ratnamani Moharana

ନିଦାହାସ ଟ୍ରଫି : ଭାରତ – ବାଂଲାଦେଶ ଫାଇନାଲ ମୁକାବିଲା

ENO Beuro

ଆଜଲାନ ଶାହ କପ୍‌ ହକି : ଇଂଲଣ୍ଡ ସହ ପଏଣ୍ଟ୍‌ ଭାଗ କଲା ଭାରତ

ENO Beuro

Leave a Comment